ଛିଣ୍ଡା ପଲିଥିନ ତଳେ ଜୀବନ

ଭୋଗରାଇ, ୨୯।୯(ଡି.ଏନ.ଏ.)-ଦାରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ପକ୍କାଗୃହ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ହେଲେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ଗରିବ ଲୋକେ ଏହି ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାରବାଟିଆ ଗ୍ରାମ ୧ ନମ୍ବର ୱାର୍ଡ଼ର ସୁଧାଂଶୁ କାମିଳା (୫୫) ଏଭଳି ଅବହେଳାର ଶିକାର ହୋଇଛନ୍ତି। ସୁଧାଂଶୁ ଜଣେ ଗରିବ ଚାଷୀ ହୋଇଥିବା ବେଳେ ସ୍ତ୍ରୀ ରେବତୀ ରୋଗିଣା। ଦୁଇପୁଅ କାତ୍ତିର୍ର୍କ ଓ ଗଣେଶ। ଜମିବାଡ଼ି ନ ଥିବାରୁ ପରିବାର ଚଳାଇବା ପାଇଁ ବାପ ଓ ପୁଅଙ୍କୁ ସଂଘର୍ଷ କରିବାକୁ ପଡୁଛି। ୫ବର୍ଷ ହେଲା ତାଙ୍କର ନଡ଼ାଛପର ଘର ଭାଙ୍ଗିଯାଇଛି। ବହୁ କଷ୍ଟରେ ସେମାନେ ଘର ଉପରେ ପଲିଥିନ ପକାଇ କଷ୍ଟେମଷ୍ଟେ ୪ ପ୍ରାଣୀ ରହୁଛନ୍ତି। ଚଳିତବର୍ଷ ଝଡ଼ବର୍ଷାରେ ପଲିଥିନ୍‌ ଚିରିଯାଇ ପାଣି ଗଳୁଛି। ବର୍ଷା ଓ ଘଡ଼ ଘଡ଼ି ସମୟରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସୁଧାଂଶୁ ଏବଂ ତାଙ୍କ ପୁଅ କାର୍ତ୍ତିକ ପର ଘରେ ମୂଲ ଲାଗି ଯାହା ରୋଜଗାର କରନ୍ତି ତାହା ରେବତୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ। ସୀମିତ ଅର୍ଥରେ ଦିନକୁ ଦୁଇ ଓଳି ପେଟପୂରା ଖାଇବାକୁ କଷ୍ଟକର ହୋଇପଡୁଥିବା ବେଳେ ଘର ସଜାଡ଼ିବା ସେମାନଙ୍କ ପାଇଁ ସ୍ବପ୍ନ। ସରକାରୀ ଗୃହ ଯୋଗାଇ ଦେବା ପାଇଁ ଏହି ପରିବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ, ସରପଞ୍ଚ, ବିଡ଼ିଓଙ୍କୁ ନିବେଦନ କରିଛନ୍ତି। ପ୍ରତିଶ୍ରୁତି ମଧ୍ୟ ମିଳିଛି। ହେଲେ ସରକାରଙ୍କ ଏହି ଯୋଜନା ସାତସପନ ପରି ଲାଗୁଛି ବୋଲି କୁହନ୍ତି ସୁଧାଂଶୁ। ତଥାପି ଆଶାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri