ଚିଲିକାରେ ଅଟକି ରହିଥିବା ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ: ପଡ଼ିଲା ପାଇପ, ଆଜି ବାହାରିିବ ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୯।୮ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ରାଜହଂସ ଓ ଖିରିସାହି ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ ହଓ୍ବା ୪୨ ଲାଗିଛି। ଜାହାଜଟି ଦୀର୍ଘ ୨୧ ଦିନ ଧରି ଲାଗି ରହିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଜାହାଜର କଣ୍ଟେନରଟି ବର୍ତ୍ତମାନ ସମୁଦ୍ର ମଧ୍ୟକୁ ଓଲଟି ପଡିଛି। ଜାହାଜଟି ପାଣି ମଧ୍ୟକୁ ଢଳି ରହିଛି। ଜାହାଜରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ଲିଟର ତେଲ ଯଦି ଲିକ୍‌ ହେବ ଚିଲିକାର ଜୈବ ବିବିଧତା ପାଇଁ ବିପଦ ସାଜିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଜାହାଜରୁ ତେଲ କଢାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଜାହାଜରୁ ତେଲ ବାହାର କରିବାକୁ ପାଇପ ପକାଯାଇଛି। ଗୁରୁବାର ତେଲ ବାହାର କରାଯିବ ବୋଲି ଜଣାପଡିଛି।
ପ୍ରକାଶ ଥାଉକି, ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ବଙ୍ଗୋପସାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଏହି ଜାହାଜରେ ଭରି ରହିଛି ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ, ୨୦୦ ଲିଟର ହାଇଡ୍ରୋଲିକ ତେଲ। ଜାହାଜରୁ ତେଲ ଖାଲି କରିବାକୁ ୩ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଛି। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ ଟି ଦଳ ଆସି ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି ତେଲ କାଢିବାକୁ କଲିକତାର ଏକ ଠିକା ସଂସ୍ଥାକୁ ଦିଆଯାଇଛି। ଏହି ଠିକା ସଂସ୍ଥାର ସଦସ୍ୟ ଅମିତ ଶାହ ଏଠାରେ ଉପସ୍ଥିତ ରହିଛନ୍ତି। ଏହା ସହ ଜାହାଜଠାରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବାକୁ ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜାହାଜରୁ ରାଜହଂସ (ତେଲ କଢାଯିବା ସ୍ଥାନ) ପର୍ଯ୍ୟନ୍ତ ୧ ହଜାର ମିଟର ପାଇପ ବିଛାଯାଇଛି। ଗୁରୁବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଭେସେଲ ଦ୍ୱାରା ଟ୍ୟାଙ୍କର ପହଞ୍ଚତ୍ବା ପରେ ତେଲ ବାହାର କରାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି। ଏହି ତେଲ କାଢିବାକୁ ଅତିକମରେ ୨ରୁ ୩ ଦିନ ସମୟ ଲାଗିବ ବୋଲି ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri