ଚିପଟ ଅସ୍ତିଆବାସୀ ଅବହେଳାର ଶିକାର, ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୭ା୮- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସୀମାଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ ଶାମାଖୁଣ୍ଟା ବ୍ଲକର ଚିପଟ ଅସ୍ତିଆ ଗ୍ରାମ ଜନସାଧାରଣ ଦୀର୍ଘ ବର୍ଷ ହେଲା ନାନା ଅସୁବିଧାରେ କାଳାତିପାତ କରୁଛନ୍ତି। ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କେହି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏନେଇ ଦିବ୍ୟାଙ୍ଗ ମହାସଂଘ ଓ ଜାଗ ମୟୂରଭଞ୍ଜ ଜାଗ ସ୍ବେଚ୍ଛାସେବୀ ସଂସ୍ଥା ବିଭିନ୍ନ ସମୟରେ ଜିଲା ଓ ବ୍ଲକ ପ୍ରଶାସନକୁ ବିଭିନ୍ନ ସମୟରେ ଅବଗତ କରାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଦିବ୍ୟାଙ୍ଗ ମହାସଂଘର ଅରୁଣ କୁମାର ବେହେରା ଓ ଜାଗ ମୟୂରଭଞ୍ଜ ଜାଗର ସୋନାଲି ବେହେରାଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ଓ ଚାରା ରୋପଣ କାର୍ଯ୍ୟକ୍ରମ ଚିପଟ ଅସ୍ତିଆଠାରେ ଆୟୋଜିତ ହୋଇଯାଇଛି। ରାଲିରେ ଶତାଧିକ ମହିଳା ସାମିଲ ହୋଇ ପରିମଳ ବ୍ୟବସ୍ଥା, ନିରକ୍ଷରତା ଦୂର, ବିଶୁଦ୍ଧ ପାଣି ଯୋଗାଣ, ଶୌଚାଳୟ ନିର୍ମାଣ, ଗ୍ରାମକୁ ପଲିଥିନ ମୁକ୍ତ କରିବା ଆଦି ବିଭିନ୍ନ ସମସ୍ୟାର ସମଧାନ ଦାବି କରିବା ସହିତ ଚିପଟ ଅସ୍ତିଆ ବିିଦ୍ୟାଳୟଠାରେ ବୃକ୍ଷରୋପଣ କରିଥିଲେ। ପରେ ଦିବ୍ୟାଙ୍ଗ ମହାସଂଘର ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୋନାଲି ପ୍ରିୟଦର୍ଶିନୀ ବେହେରା, ସବିତା ପଲେଇ, ଚୁମକି ବେହେରା, ବନିତା ଦେହୁରୀ, ସ୍ନେହଲତା ପ୍ରଧାନ, ରେଣୁ ନାଏକ, ଯମୁନା ଚୌଧୁରୀ, ମନୋରମା ଚୌଧୁରୀ, ପାର୍ବତୀ ନାଏକ, ପ୍ରୀତିସ୍ମିତା ସେଠୀ, ସୁମତି ନାଏକ, ନିନି ରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri