ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ ନୂଆ ଡିସ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ରେଷ୍ଟୁରାଣ୍ଟଗୁଡିକ ମଧ୍ୟରେ ଚିକେନରେ ବିଭିନ୍ନ ଡିସ୍‌ ପ୍ରସ୍ତୁତ କରିବାରେ ଏକ ଚାହିଦାଯୁକ୍ତ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁରର ପୁରୁଣା ବସ୍‌ଷ୍ଟାଣ୍ଡ ରୋଡରେ ଥିବା ସ୍ବାଦିଷ୍ଟ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ସେଥିମଧ୍ୟରୁ ଏହି ରେଷ୍ଟୁରାଣ୍ଟର ଚିକେନରେ ପ୍ରସ୍ତୁତ ମଷ୍ଟାର୍ଡର ଖୁବ୍‌ ଚାହିଦା ରହିଛି। ଏହି ରେଷ୍ଟୁରାଣ୍ଟରେ ଉକ୍ତ ଡିସ୍‌ର ପ୍ଲେଟ ପିଛା ମୂଲ୍ୟ ୧୩୦ଟଙ୍କା ରହିଛି। ଏହାର ପ୍ରସ୍ତୁତି ସମ୍ପର୍କରେ ରେଷ୍ଟୁରାଣ୍ଟର କୁକ୍‌ ସମୀର ନାୟକ କହନ୍ତି…..
ଆବଶ୍ୟକ ସାମଗ୍ରୀ
ଚିକେନ-୨୦୦ଗ୍ରାମ୍‌
କଞ୍ଚା ଅଣ୍ଡା-୧ ଟା
ସୋରିଷ ବଟା-୩ ଚାମଚ
ପିଆଜ-୧୦୦ଗ୍ରାମ
କ୍ୟାପ୍‌ସିକମ୍‌-୧୦୦ଗ୍ରାମ
ପତ୍ରକୋବି-୧୦୦ଗ୍ରାମ
ଗୋଲମରିଚ ଗୁଣ୍ଡ- ୧ଚାମଚ
ଅଦା ପେଷ୍ଟ-ଦରକାର ଅନୁଯାୟୀ
କନ୍‌ଫ୍ଲୋର- ଆବଶ୍ୟକ ଅନୁଯାୟୀ
ଗ୍ରୀନଚିଲି- ଅଳ୍ପ ପରିମାଣ
ଅଦା, ରସୁଣ, କଞ୍ଚାଲଙ୍କା
ଆବଶ୍ୟକ ଅନୁଯାୟୀ
ରେଡ ଚିଲି ଶସ୍‌- ଅଳ୍ପ ପରିମାଣର
ଲୁଣ -ସ୍ବାଦ ଅନୁଯାୟୀ
ଚାଇନା ସଲ୍‌ଟ- ୧ ଚାମଚ
ପିଆଜ ପତ୍ର- ଅଳ୍ପ
ଧନିଆ ପତ୍ର- ଅଳ୍ପ
ଟମାଟ ଶସ୍‌-ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନକୁ କାଟି ଭଲଭାବରେ ଧୋଇ ଏକ ପାତ୍ରରେ ରଖିବେ। ୨୦୦ଗ୍ରାମ କଟା ଚିକେନ ସହ ଗୋଟିଏ କଞ୍ଚା ଅଣ୍ଡା, ଅଦା, ରସୁଣ ପେଷ୍ଟ, ଅଳ୍ପ ଲୁଣ, ଅଳ୍ପ ପରିମାଣର ଚାଇନା ସଲ୍ଟ, ଗୋଲମରିଚ ଗୁଣ୍ଡକୁ ଭଲ ଭାବରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିବେ। ମିଶ୍ରଣ ପ୍ରସ୍ତୁତ ପରେ ସେଥିରେ ମଇଦା କନଫ୍ଲୋର ଦେଇ ୧୦ ମିନିଟ ଛାଡିଦେବେ। ଏହାପରେ ଚୁଲିରେ ଏକ କଡେଇ ବସାଇ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ ସେଥିରେ ଲଙ୍କା, ରସୁଣ, ଅଦା ପକାଇ ଫ୍ରାଏ କରିବେ। କିଛି ସମୟ ଫ୍ରାଏ କରିବା ପରେ ପୂର୍ବରୁ କଟାଯାଇଥିବା ପିଆଜ, କ୍ୟାପ୍‌ସିକମ, ପତ୍ରକୋବି ପକାଇ ଭାଜିବେ। ଅଳ୍ପ ଭାଜିବା ପରେ ସେଥିରେ ଲୁଣ(ସ୍ବାଦ ଅନୁସାରେ), ଏକ ଚାମଚ ଚାଇନା ସଲ୍‌ଟ, ଗୋଟିଏ ଚାମଚ ଟମାଟ ଶସ୍‌, ସୋରିଷବଟା ୩ ଚାମଚ ସହ ରେଡ ଚିଲି ପେଷ୍ଟ ପକାଇ ପୁଣି ଫ୍ରାଏ କରିବେ। ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିକେନ ମିଶ୍ରଣକୁ ଏଥିରେ ମିଶାଇ ଫ୍ରାଏ କରିବେ। ୨ ମିନିଟ୍‌ ଫ୍ରାଏ କରିବା ପରେ ସେଥିରେ ଧନିଆ ପତ୍ର, ପିଆଜ ପତ୍ର ପକାଇ ଏକ ପ୍ଲେଟକୁ ବାହାର କରି ପରଷିବେ।
ରିପୋର୍ଟ: ଦୀପକ କୁମାର ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri