Posted inବୌଦ୍ଧ

ଚିକିସତ୍ା ଲାଗି ବଁଧା ପଡ଼ଲା ରାଶନ କାର୍ଡ:କଟକ ବଡ଼ ଡାକ୍‌ତରଖାନା ଗଲେ ରାଜେନ୍ଦ୍ର

କଣ୍ଟାମାଳ,୩।୮(ଡି.ଏନ୍‌.ଏ):
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ସହରିପାଲି ଗଁାର ରାଜେନ୍ଦ୍ର କଲତା(୨୭)। ସେ ଗୁଟେ ଦୁରଘଟନାର ଶିକାର ହେଇ ବୁର୍ଲାରେ ଚିକିସତ୍ିତ ହେଉଥିଲେ। ହେଲେ ଡାକ୍‌ତର ରାଜେନ୍ଦ୍ରକଁୁ ଉଚ ଚିକିସତ୍ା ଲାଗି କଟକ ନେବାକେ ପଡ଼ବା ବଲି ପରାମଶ ଦେଇଥିଲେ। ଏନ୍‌ତାଥି ଟଁକା ପଏସା ଅଭାବୁ ପରିବାର ଲୋକ୍‌ ରାଶନ କାର୍ଡ ବଁଧା ପକେଇ ଶୁକୁରବାର ତାହାକୁ କଟକ ବଡ଼ ମେଡିକାଲକେ ନେଇଛନ୍‌।
ସୂଚନା ଅନ୍‌ସାରେ ରାଜେନ୍ଦ୍ର କଲତାକଁର ପରିବାର କହିଲେ ମାଏକିନା ବବିତା, ୯ ବଛରର ପୁଓ ସାହିଲ ଆର ୭ ବଛରର ଝି’ ସ୍ବିଟି। କୁଲି ମଜୁରି କରି ରାଜେନ୍ଦ୍ର କୁଟୁମ ପୁଷୁଥିଲେ। ଗଲା ରଏବାର ବେଲବୁଡ଼େ ସେ ଗଁା ରାସ୍‌ତା ଉପରେ ଥିବାର ପୁଲିଆ ଉପରେ ବସିଥିଲେ। ଇ ସମିଆରେ କେହେନ୍‌ସି କାରନ୍‌ରୁ ତାକର ମୁଡ଼ ବୁଲାଲାରୁ ସେ ପୁଲିଆ ତଲେ ପଡ଼ିଯାଇଥିଲେ। ସେଠାନୁ ତାହାକୁ ଅଚେତ ଅବସ୍‌ତାରେ ଗଁାବାସୀ ଉଧାର କରି ସୋନପୁର ଡାକ୍‌ତରଖାନା ନେଇଥିଲେ। ସୋନପୁରରୁ ବୁର୍ଲା ଡାକ୍‌ତରଖାନା ନେଲା ଉତାରୁ ତାକର ଚେତା ଫିରିଥିଲା। ହେଲେ ବୁର୍ଲାରେ ଡାକ୍‌ତର ରାଜେନ୍ଦ୍ରକଁର ଉଚ ଚିକିସତ୍ା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଟଁକା ପଏସା ଅଭାବୁ ପରିବାର ଲୋକ ତାହାକୁ ଘରକେ ଫିରେଇ ଆନ୍‌ଲେ। ଇଆଡ଼େ ରାଜେନ୍ଦ୍ରକଁର ମାଏକିନା ବବିତା ମାଗିଯାଚି ଆର କୁଲି ମଜୁରି କରବାର ଲାଗି ବଏନା ଆନି କେତେ ଟଁକା ଠୁଲେଇଥିଲେ। ହେଲେ ଟଁକା କମ୍‌ ପଡ଼ଲାରୁ ସେ ରାଶନ କାର୍ଡ ବଁଧା ପକେଇ ଟଁକା ଯୁଗାଡ଼ କରବାର ସଂଗେ ରାଜେନ୍ଦ୍ରକୁଁ କଟକ ନେଇଥିବାର ବବିତା କହିଛନ୍‌। ସରକାରୀ କି ବେସରକାରୀ ସାହାଯ୍‌ ମିଲ୍‌ଲେ ମୋର ଆପ୍‌ନେ ନୁକୋ ହେଇ ପାରତେ ବଲି ଗୁଲ୍‌ଗୁଲା ହେଇ ବବିତା କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବ୍ୟବସାୟୀଙ୍କ ମାଡ଼ରେ ୩ ପୋଲିସ ଆହତ

ହରଭଙ୍ଗା,୨୦।୭(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ହାଟଗାଁଠାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri