ଚାଷ ପାଇଁ ଭିତ୍ତିଭୂମି ନାହିଁ : ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୮ା୯ : ଶିଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀ କୃଷିକୁ ଆଦରି ନେଇଛନ୍ତି। ଜିଲାର ୬୮ ପ୍ରତିଶତ ଅଞ୍ଚଳରେ ଖରିଫ ଚାଷ କରି ଜୀବିକାନିର୍ବାହ କରୁଛନ୍ତି। ତେବେ ଚାଷ ପାଇଁ ଭିତ୍ତିଭୂମି ନ ଥିବାରୁ ଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଚାଷ ପାଇଁ ସରକାରୀ ସାର ମିଳୁ ନ ଥିବାବେଳେ ଅଳ୍ପ ଦିନ ଭିତରେ ସରକାରୀ ବିହନରେ ପଡ଼ିଥିବା ତଳିରୁ ଥୋଡ଼ ବାହାରୁଥିବା ଅଭିଯୋଗ ହୋଇଛି। ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଓ ଧାନରେ ପୋକ ବାହାରୁଥିବାରୁ ଅନେକ ସମୟରେ ଫସଲ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୋ, ଚକ୍ରୋଡା ଓ ଓସ୍ତପୁର ଆଦି ପଞ୍ଚାୟତରେ ଧାନ ଫସଲରେ କାଣ୍ଡବିନ୍ଧା ଓ ପତ୍ରମୋଡା ରୋଗ ଦେଖାଦେଇଛି। ଏନେଇ ଏସବୁ ପଞ୍ଚାୟତର ଅନେକ ଚାଷୀ ମଙ୍ଗଳବାର ଜିଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚକ୍ରୋଡାର ଗୌରାଙ୍ଗ ବାରିକ, ଦଧିବାମନ ନାୟକ, ବାରୋ ପଞ୍ଚାୟତର ବସନ୍ତ କୁମାର ପ୍ରଧାନ, ମହେନ୍ଦ୍ର ନାୟକ, ଶଙ୍କର ବାରିକ ଏବଂ ଓସ୍ତପୁରର ବାବାଜି ପ୍ରଧାନ କୁହନ୍ତି, ଚାଷ ଜମିରେ ପୋକ ଲାଗିଥିବାରୁ ରିହାତି ଦରରେ ସରକାରୀ ସାର ଏବଂ କୀଟନାଶକ ଔଷଧ ଯୋଗାଇଦେବା ପାଇଁ କୃଷି ଅଧିକାରୀଙ୍କୁ ଭେଟିଥିଲୁ। ଆସନ୍ତା ସପ୍ତାହରେ ଏହା ଆସିବ କହି ସେ ଆମକୁ ଫେରାଇ ଦେଇଛନ୍ତି। ମାତ୍ର ସେତେବେଳକୁ ସବୁ ଫସଲ ନଷ୍ଟ ହୋଇଯାଇଥିବ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ସରକାରୀ ଧାନ ବିହନରେ ପଡ଼ିିଥିବା ତଳିରୁ ମାତ୍ର ୨୬ ଦିନରେ ଥୋଡ଼ ବାହାରିବା ସମସ୍ୟାର ସମାଧାନ ଖୋଜି ପାଉ ନ ଥିବା ବେଳେ ସାର ମିଳୁ ନ ଥିବାରୁ ଖୋଲା ବଜାରରୁ ଅଧିକ ଦରରେ କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି। ଏପରିକି ୟୁୁରିଆ ବସ୍ତାପ୍ରତି ୫୦୦ ଟଙ୍କା ଦରରେ ଖୋଲା ବଜାରରୁ କିଣିବାକୁ ପଡ଼ୁଛି ବୋଲି ଚାଷୀ କହିଛନ୍ତି। ଏହାଛଡା ମୌସୁମୀ ବର୍ଷା ଓ ମହାନଦୀ, ବାହ୍ମଣୀ ସିଷ୍ଟମରେ ଆସିଥିବା ବନ୍ୟା ଜଳ ଅଦ୍ୟାବଧି ତଳୁଆ ଅଞ୍ଚଳରେ ଥିବା ଚାଷ ଜମିଗୁଡିକରେ ଜମି ରହିଛି। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଜିଲାରେ ୧, ୭୨, ୩୧୩ ଜଣ ଚାଷୀ ଥିଲାବେଳେ ୧,୮୨,୧୮୪ ହେକ୍ଟର ଚାଷୋପଯୋଗୀ ଜମି ରହିଛି। ଚଳିତ ବର୍ଷ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।  ଅଦ୍ୟାବଧି ଜିଲାରେ ୧,୨୪,୪୬୦ ହେକ୍ଟରରେ ଧାନ ଚାଷ ହୋଇଥିବା ନେଇ ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କୁହନ୍ତି, ଜିଲାରେ ଆଳି, ରାଜକନିକା ଓ ରାଜନଗର ବ୍ଲକରେ ଆଦୌ କେନାଲ ନାହିଁ। ମହାକାଳପଡ଼ାରେ ମାତ୍ର ୨୦ ପ୍ରତିଶତ ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଛି। ତେବେ ଜିଲାର ଅନ୍ୟାନ୍ୟ ବ୍ଲକରେ ମୋଟ ୪୫,୯୧୪ ହେକ୍ଟର ଚାଷ ଜମିରେ ଜଳସେଚନ ହେଉଥିବା ଦର୍ଶାଇ ଦୀର୍ଘବର୍ଷ ଧରି ଜଳକର ଆଦାୟ ହେଉଛି। ଅପରପକ୍ଷରେ ଚଳିତ ଖରିଫ ଋତୁରେ ମୋଟ ୪୦,୨୦୭ ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି ା ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଗହଗାପାଟର ୮୧୬ ହେକ୍ଟର ଜମିରେ ପାଣି ଜମି ନଷ୍ଟ ହୋଇଥିବା ଧଳ କହିଛନ୍ତି। ଜିଲାର ଅନେକ ଚାଷୀ ଋଣ କରି ଚାଷ କରିଥିବାବେଳେ ଏସବୁ ସମସ୍ୟା ଯୋଗୁ ଋଣ ଶୁୁଝିବା ନେଇ ଚିନ୍ତାରେ ପଡ଼ିଛନ୍ତି।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତଚନ୍ଦ୍ର ଦାସ କୁହନ୍ତି, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଳ୍ପ ଦିନରେ ଧାନ ଗଛରୁ ଥୋଡ ବାହାରିବା ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ୫ ଜଣ କୃଷି ବୈଜ୍ଞାନିକ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସାରର ଅଭାବ ସମ୍ପର୍କରେ ସେ କୁହନ୍ତି, ଆସନ୍ତା ବୁଧବାର ଭଦ୍ରକରୁ ସାର ଆସିବ। ଏହି ସାର ଆସିବା ପରେ ଜିଲାରୁ ସାର ଅଭାବଜନିତ ସମସ୍ୟା ଦୂର ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri