ଚାଷୀ ସମସ୍ୟା ଓ ସରକାରଙ୍କ ଆନ୍ତରିକତା

କୃଷ୍ଣଚନ୍ଦ୍ର ସୁଆଁସିଆ

ଭାରତବର୍ଷ ହେଉଛି ସମଗ୍ର ଭୂଖଣ୍ତରେ ଏକ କୃଷିପ୍ରଧାନ ଦେଶ। ଦେଶର ଜନସଂଖ୍ୟାର ପ୍ରାୟ ୬୦ ଭାଗ ଜନତା କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତିି। ଯାହା ସିଧାସଳଖ ଦେଶର ଅର୍ଥନୀତି ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇବା ସହିତ ଜନସାଧାରଣଙ୍କ ପେଟକୁ ମୁଠାଏ ଦାନା ପହଞ୍ଚାଇବାର ଗୁରୁ ଦାୟିତ୍ୱ ଚାଷୀ ସମାଜ ଉପରେ ନ୍ୟସ୍ତ ରହିଛିି। ତେଣୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଷାଠିଏ ଦଶକରେ ସ୍ଲୋଗାନ୍‌ ଦେଇଥିଲେ ‘ଜୟ ଯବାନ ଜୟ କିଷାନ’। ବିଡମ୍ବନାର ବିଷୟ ଶାସ୍ତ୍ରୀଙ୍କ ସ୍ଲୋଗାନ କେବଳ ପାଠ୍ୟପୁସ୍ତକ ଓ ସଭାସମିତିରେ ସୀମିତ ରହିଯାଇଛିି। ପ୍ରତି ରାଜ୍ୟରେ ଦୁର୍ଦ୍ଦିନ, ଅନାହାର, ଅଭାବରେ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ନିଜର କୁଳବେଉସାକୁ ଦୁଃଖ, ଯନ୍ତ୍ରଣା ସହ୍ୟ କରି ଜୀବିତ ରଖିଛନ୍ତିି। ନିଜକୁ ପଥର କରି ସରକାରଙ୍କଠାରୁ ଚାଷୀ ଉପଯୋଗୀ ସୁବିଧାସୁଯୋଗକୁ ସର୍ବଦା ଚାହିଁ ରହିଥାନ୍ତିି। କିନ୍ତୁ ସରକାର ଦୁଃଖ ଶୁଣିବା ଦୂରର କଥା ପ୍ରକୃତିର କରାଳ ବିଭୀଷିକା, ଦୁର୍ବିପାକ ଭଳି ଅଧୁନା ସମଗ୍ର ବିଶ୍ବରେ କରୋନା ମହାମାରୀ ଚାଷୀ ସମାଜର ବିକାଶକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛିି। ନିଜର ଝାଳବୁହା ପରିଶ୍ରମରେ ଜମିରେ ଉତ୍ପାଦନ କରିଥିବା ସୁନାର ଫସଲକୁ ଅଭାବୀ ବିକ୍ରି ଯୋଗୁଁ ଉଚିତ ପ୍ରାପ୍ୟ ପାଇବା ଆଶାହୀନ। ତଥାପି ନିଜ ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିଶ୍ରମ କରି ପାଇଥିବା ସୁନାର ଫସଲକୁ କିପରି ଅବା ହତାଦର କରିପାରିବି। ତେଣୁ ବିଶ୍ବକୁ ଯେତେବେଳେ କରୋନା ମହାମାରୀର ଭୟ ଘାରିଛି ସେତେବେଳେ ଚାଷୀ ସମାଜ ପାଇଁ ନିଜ କ୍ଷେତର ଚିନ୍ତା ବେଶ୍‌ ଗୁରୁତ୍ତ୍ୱ ବହନ କରୁଛିି। କାରଣ ବହୁଦିନର ପରିଶ୍ରମର ଫଳ ଓ ନିଜ ପରିବାରର ପେଟପାଟଣାର ସ୍ବପ୍ନ ସେଇଠି ସାଇତି ହୋଇ ରହିଛିି।
ଭାରତର ଅନେକ ସ୍ଥାନରେ କୃଷକ ଆନ୍ଦୋଳନ ସଂଗଠିତ ହୋଇଛିି। ତାମିଲନାଡୁର କୃଷକମାନେ ଦୀର୍ଘଦିନ ଧରି ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଦେବା ହେଉ ଅବା ଗତବର୍ଷ ୧୦ ହଜାର କୃଷକ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରା କରିବା ପରିଲକ୍ଷିତ ହୋଇଥିଲା। ସେହିପରି ଓଡ଼ିଶାରେ ବିଭିନ୍ନ ଚାଷୀ ସଂଗଠନ ତରଫରୁ ପ୍ରାଇସ, ପ୍ରେଷ୍ଟିଜ, ପେନ୍‌ସନ ଭଳି ଦାବି ସର୍ବଦା ଗୁଞ୍ଜରିତ ହେଉଥିବା ସତ୍ତ୍ବେ ତାହାର କୌଣସି ପ୍ରଭାବ କେନ୍ଦ୍ର ସରକାର ନା ରାଜ୍ୟ ସରକାରଙ୍କ ଉପରେ ପଡୁଛିି। କେବଳ ନିର୍ବାଚନ ସମୟରେ ଚାଷୀମାନଙ୍କୁ ମହୋରା କରି ନିର୍ବାଚନ ବୈତରଣୀ ପାର କରିବା ହିଁ ସମସ୍ତ ରାଜନୈତିକ ଦଳର ଉଦ୍ଦେଶ୍ୟ ପ୍ରମାଣିତ ହେଉଛିି। ଏହିସବୁ ଆନ୍ଦୋଳନକୁ ସହୃଦୟତାର ସହ ସମାଧାନ କରିବା ପାଇଁ ଆଗେଇ ଆସିବା ପରିବର୍ତ୍ତେ ସେଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା କିମ୍ବା ଚାଷୀ ନେତୃତ୍ୱଙ୍କୁ ନିଜର କ୍ଷମତା ବଳରେ ନିୟନ୍ତ୍ରଣ କରିବା ଛଡା ଅନ୍ୟ କୌଣସି ସକାରାତ୍ମକ ଫଳ ମିଳେନାହିଁ।
ସ୍ବାମୀନାଥନ କମିଶନକୁ ଦେଶରେ ଲାଗୁ କରିବା ପାଇଁ ବିଭିନ୍ନ ସମୟରେ ଚାଷୀ ସଂଗଠନ ଓ ରାଜନୈତିକ ଦଳ ତରଫରୁ ଦାବି ହୋଇଥାଏ। ଏମ୍‌ଏସ୍‌ ସ୍ବାମୀନାଥନ ‘ନ୍ୟାଶନାଲ କମିଶନ ଅଫ୍‌ ଫାର୍ମର୍ସ’ ନାମକ କମିଟିର ଅଧ୍ୟକ୍ଷତାରେ ୨୦୦୬ ମସିହାରେ ଏହି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲା। ସେହି ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଯେ କୃଷିଜାତ ଦ୍ରବ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ହିସାବରେ ତାହାର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଉ। ଯାହା ସେହି ସମୟରେ ତତ୍କାଳୀନ କଂଗ୍ରେସ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରି ନ ଥିଲା। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ସରକାର ଆସିଲେ ସେମାନେ ସ୍ବାମୀନାଥନ କମିଟିର ପ୍ରସ୍ତାବ ଅନୁଯାୟୀ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ କରିବେ। ମାତ୍ର ତାଙ୍କ ଶାସନର ପ୍ରଥମ ପାଳି ସରି ଦ୍ବିତୀୟ ପାଳି ଚାଲିଥିଲେ ମଧ୍ୟ ସ୍ବାମୀନାଥନ କମିଟିକୁ କାର୍ଯ୍ୟକାରୀ କରିବା ପ୍ରତି ଆନ୍ତରିକତା ଦେଖାଯିବା ପରିଲକ୍ଷିତ ହେଉନାହିଁ। ସରକାର କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ନ ବଢ଼ାଇବାର ଆଉ ଗୋଟିଏ କାରଣ ହେଉଛି ଏହାଦ୍ବାରା ମୁଦ୍ରାସ୍ଫୀତି ବିଢ଼ିଯିବ। ତେଣୁ ଦେଶର ଅଣକୃଷି ଜନସଂଖ୍ୟାକୁ ଖୁସି କରିବା ପାଇଁ ସରକାର ଦେଶର ଜନସଂଖ୍ୟାର ପ୍ରାୟ ୬୦% ଲୋକଙ୍କୁ ଏକ କ୍ଷତିକର ପରିସ୍ଥିତିକୁ ଠେଲି ଦେଉଛନ୍ତି। କେବଳ ସେହି ଅଣକୃଷି ଜନସଂଖ୍ୟାକୁ ଶସ୍ତାରେ ଖାଦ୍ୟ ଦ୍ରବ୍ୟ ଦେଇ ଖୁସି କରିବା ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରୁଛନ୍ତିି। ଏପରି କି ବିଦେଶରୁ କୃଷିଜାତ ଦ୍ରବ୍ୟ ଆମଦାନୀ ମଧ୍ୟ କରଛୁନ୍ତି। ତେଣୁ ଚାଷୀଙ୍କୁ ଏକ ସ୍ବାଭାବିକ ମୁକ୍ତବଜାର ମିଳୁନାହିଁ, ଯଦ୍ଦ୍ବାରା ଚାଷୀ ହୁଏତ ନିଜ ଉତ୍ପାଦ ପାଇଁ ଲାଭଜନକ ଦର ପାଇପାରନ୍ତା ।
ଅନେକ ସମୟରେ କେନ୍ଦ୍ର ସରକାର ଅବା ରାଜ୍ୟ ସରକାରମାନେ ଚାଷୀ ଭୋଟ ହାତେଇବା ପାଇଁ କଳବଳ କୌଶଳ ପ୍ରୟୋଗ କରିଥାନ୍ତିି। କିନ୍ତୁ ଅଧୁନା ସମାଜରେ ଚାଷୀ ମାନଙ୍କ ସମସ୍ୟା ପ୍ରତି କୌଣସି ବ୍ୟକ୍ତିବିଶେଷଙ୍କ ନଜର ନ ପଡିବା ଚିନ୍ତାଜନକ।
mail: kchandrasuansia@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri