ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ ଏଭଳି ସମସ୍ୟାକୁ ଦୂର କରିବା ଲାଗି ଆଗେଇ ଆସିଛନ୍ତି ସୟଦ ଗୁଲାବ। ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟିବି ଆଣ୍ଡ୍‌ ଚେଷ୍ଟ୍‌ ଡିଜିଜ୍‌ ହତାରେ ସେ ଦୈନିକ ୭୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ପ୍ରଥମେ ସେ ୧୦୦ ଜଣଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ଏବେ ତାହା ବୃଦ୍ଧି ପାଇ ୭୦୦ରେ ପହଞ୍ଚିଛି। ଏଥିପାଇଁ ସେ ମାସକୁ ୩ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାର ୨୫ ପ୍ରତିଶତ ସେ ନିଜ ପକେଟରୁ ଦେଉଥିବାବେଳେ ଆଉ ସବୁ ଲୋକମାନେ ଦାନ କରୁଛନ୍ତି। ସୟଦ ଏହି କାର୍ଯ୍ୟ ଲକଡାଉନ ସମୟରେ ଆରମ୍ଭ କରିନାହାନ୍ତି, ବରଂ ଏହା ପୂର୍ବରୁ ସେ ଗରିବ ଲୋକମାନଙ୍କୁ କେବଳ ରବିବାର ଦିନ ମାଗଣାରେ ଖାଦ୍ୟ ଦେଉଥିଲେ। କିଛି ଦିନ ପରେ ଦୈନିକ ଖାଦ୍ୟ ବଣ୍ଟନ କରିବା ଲାଗି ସେ ୪ ବର୍ଷ ପୂର୍ବେ ‘ରୋଟି ଚ୍ୟାରିଟି ଟ୍ରଷ୍ଟ’ ପଞ୍ଜୀକରଣ କରି ଏହି ହସ୍ପିଟାଲରୁ ଅନୁମତି ଲୋଡିଥିଲେ। ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ସୟଦଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅନୁମତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟ ଲାଗି ତାଙ୍କୁ ହାଇଦ୍ରାବାଦର ଆଝାର ମ୍ୟାକ୍‌ସୁସିଙ୍କ ସହଯୋଗ ମିଳିଥିଲା। ମ୍ୟାକ୍‌ସୁସି ଦୀର୍ଘଦିନ ହେବ ହାଇଦ୍ରାବାଦରେ ମାଗଣାରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ସୟଦ ସକାଳ ୫ଟାରେ ଉଠି ଘର କାର୍ଯ୍ୟ ଶେଷ କରି ହସ୍ପିଟାଲରେ ପହଞ୍ଚିଯାଉଛନ୍ତି ଓ ୬ଟା ସୁଦ୍ଧା ଧାଡିରେ ଥିବା ଲୋକମାନଙ୍କୁ ଖାଦ୍ୟ ପରଷି ଦେଉଛନ୍ତି। ଏହା ପରେ ସେ ଘରକୁ ଫେରି ପୁଣି ୧.୩୦ ମିନିଟ୍‌ ସୁଦ୍ଧା ଖାଦ୍ୟ ଧରି ହସ୍ପିଟାଲରେ ପହଞ୍ଚିଯାଉଛନ୍ତି। ଅନେକ ଏଠାରେ ଖାଉଥିବାବେଳେ ଆଉ କେତେଜଣ ପାର୍ସଲ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri