ଚାଷୀ ସମସ୍ୟା ଓ ସରକାରଙ୍କ ଆନ୍ତରିକତା

କୃଷ୍ଣଚନ୍ଦ୍ର ସୁଆଁସିଆ

ଭାରତବର୍ଷ ହେଉଛି ସମଗ୍ର ଭୂଖଣ୍ତରେ ଏକ କୃଷିପ୍ରଧାନ ଦେଶ। ଦେଶର ଜନସଂଖ୍ୟାର ପ୍ରାୟ ୬୦ ଭାଗ ଜନତା କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତିି। ଯାହା ସିଧାସଳଖ ଦେଶର ଅର୍ଥନୀତି ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇବା ସହିତ ଜନସାଧାରଣଙ୍କ ପେଟକୁ ମୁଠାଏ ଦାନା ପହଞ୍ଚାଇବାର ଗୁରୁ ଦାୟିତ୍ୱ ଚାଷୀ ସମାଜ ଉପରେ ନ୍ୟସ୍ତ ରହିଛିି। ତେଣୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଷାଠିଏ ଦଶକରେ ସ୍ଲୋଗାନ୍‌ ଦେଇଥିଲେ ‘ଜୟ ଯବାନ ଜୟ କିଷାନ’। ବିଡମ୍ବନାର ବିଷୟ ଶାସ୍ତ୍ରୀଙ୍କ ସ୍ଲୋଗାନ କେବଳ ପାଠ୍ୟପୁସ୍ତକ ଓ ସଭାସମିତିରେ ସୀମିତ ରହିଯାଇଛିି। ପ୍ରତି ରାଜ୍ୟରେ ଦୁର୍ଦ୍ଦିନ, ଅନାହାର, ଅଭାବରେ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ନିଜର କୁଳବେଉସାକୁ ଦୁଃଖ, ଯନ୍ତ୍ରଣା ସହ୍ୟ କରି ଜୀବିତ ରଖିଛନ୍ତିି। ନିଜକୁ ପଥର କରି ସରକାରଙ୍କଠାରୁ ଚାଷୀ ଉପଯୋଗୀ ସୁବିଧାସୁଯୋଗକୁ ସର୍ବଦା ଚାହିଁ ରହିଥାନ୍ତିି। କିନ୍ତୁ ସରକାର ଦୁଃଖ ଶୁଣିବା ଦୂରର କଥା ପ୍ରକୃତିର କରାଳ ବିଭୀଷିକା, ଦୁର୍ବିପାକ ଭଳି ଅଧୁନା ସମଗ୍ର ବିଶ୍ବରେ କରୋନା ମହାମାରୀ ଚାଷୀ ସମାଜର ବିକାଶକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛିି। ନିଜର ଝାଳବୁହା ପରିଶ୍ରମରେ ଜମିରେ ଉତ୍ପାଦନ କରିଥିବା ସୁନାର ଫସଲକୁ ଅଭାବୀ ବିକ୍ରି ଯୋଗୁଁ ଉଚିତ ପ୍ରାପ୍ୟ ପାଇବା ଆଶାହୀନ। ତଥାପି ନିଜ ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିଶ୍ରମ କରି ପାଇଥିବା ସୁନାର ଫସଲକୁ କିପରି ଅବା ହତାଦର କରିପାରିବି। ତେଣୁ ବିଶ୍ବକୁ ଯେତେବେଳେ କରୋନା ମହାମାରୀର ଭୟ ଘାରିଛି ସେତେବେଳେ ଚାଷୀ ସମାଜ ପାଇଁ ନିଜ କ୍ଷେତର ଚିନ୍ତା ବେଶ୍‌ ଗୁରୁତ୍ତ୍ୱ ବହନ କରୁଛିି। କାରଣ ବହୁଦିନର ପରିଶ୍ରମର ଫଳ ଓ ନିଜ ପରିବାରର ପେଟପାଟଣାର ସ୍ବପ୍ନ ସେଇଠି ସାଇତି ହୋଇ ରହିଛିି।
ଭାରତର ଅନେକ ସ୍ଥାନରେ କୃଷକ ଆନ୍ଦୋଳନ ସଂଗଠିତ ହୋଇଛିି। ତାମିଲନାଡୁର କୃଷକମାନେ ଦୀର୍ଘଦିନ ଧରି ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଦେବା ହେଉ ଅବା ଗତବର୍ଷ ୧୦ ହଜାର କୃଷକ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରା କରିବା ପରିଲକ୍ଷିତ ହୋଇଥିଲା। ସେହିପରି ଓଡ଼ିଶାରେ ବିଭିନ୍ନ ଚାଷୀ ସଂଗଠନ ତରଫରୁ ପ୍ରାଇସ, ପ୍ରେଷ୍ଟିଜ, ପେନ୍‌ସନ ଭଳି ଦାବି ସର୍ବଦା ଗୁଞ୍ଜରିତ ହେଉଥିବା ସତ୍ତ୍ବେ ତାହାର କୌଣସି ପ୍ରଭାବ କେନ୍ଦ୍ର ସରକାର ନା ରାଜ୍ୟ ସରକାରଙ୍କ ଉପରେ ପଡୁଛିି। କେବଳ ନିର୍ବାଚନ ସମୟରେ ଚାଷୀମାନଙ୍କୁ ମହୋରା କରି ନିର୍ବାଚନ ବୈତରଣୀ ପାର କରିବା ହିଁ ସମସ୍ତ ରାଜନୈତିକ ଦଳର ଉଦ୍ଦେଶ୍ୟ ପ୍ରମାଣିତ ହେଉଛିି। ଏହିସବୁ ଆନ୍ଦୋଳନକୁ ସହୃଦୟତାର ସହ ସମାଧାନ କରିବା ପାଇଁ ଆଗେଇ ଆସିବା ପରିବର୍ତ୍ତେ ସେଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା କିମ୍ବା ଚାଷୀ ନେତୃତ୍ୱଙ୍କୁ ନିଜର କ୍ଷମତା ବଳରେ ନିୟନ୍ତ୍ରଣ କରିବା ଛଡା ଅନ୍ୟ କୌଣସି ସକାରାତ୍ମକ ଫଳ ମିଳେନାହିଁ।
ସ୍ବାମୀନାଥନ କମିଶନକୁ ଦେଶରେ ଲାଗୁ କରିବା ପାଇଁ ବିଭିନ୍ନ ସମୟରେ ଚାଷୀ ସଂଗଠନ ଓ ରାଜନୈତିକ ଦଳ ତରଫରୁ ଦାବି ହୋଇଥାଏ। ଏମ୍‌ଏସ୍‌ ସ୍ବାମୀନାଥନ ‘ନ୍ୟାଶନାଲ କମିଶନ ଅଫ୍‌ ଫାର୍ମର୍ସ’ ନାମକ କମିଟିର ଅଧ୍ୟକ୍ଷତାରେ ୨୦୦୬ ମସିହାରେ ଏହି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲା। ସେହି ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଯେ କୃଷିଜାତ ଦ୍ରବ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ହିସାବରେ ତାହାର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଉ। ଯାହା ସେହି ସମୟରେ ତତ୍କାଳୀନ କଂଗ୍ରେସ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରି ନ ଥିଲା। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ସରକାର ଆସିଲେ ସେମାନେ ସ୍ବାମୀନାଥନ କମିଟିର ପ୍ରସ୍ତାବ ଅନୁଯାୟୀ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ କରିବେ। ମାତ୍ର ତାଙ୍କ ଶାସନର ପ୍ରଥମ ପାଳି ସରି ଦ୍ବିତୀୟ ପାଳି ଚାଲିଥିଲେ ମଧ୍ୟ ସ୍ବାମୀନାଥନ କମିଟିକୁ କାର୍ଯ୍ୟକାରୀ କରିବା ପ୍ରତି ଆନ୍ତରିକତା ଦେଖାଯିବା ପରିଲକ୍ଷିତ ହେଉନାହିଁ। ସରକାର କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ନ ବଢ଼ାଇବାର ଆଉ ଗୋଟିଏ କାରଣ ହେଉଛି ଏହାଦ୍ବାରା ମୁଦ୍ରାସ୍ଫୀତି ବିଢ଼ିଯିବ। ତେଣୁ ଦେଶର ଅଣକୃଷି ଜନସଂଖ୍ୟାକୁ ଖୁସି କରିବା ପାଇଁ ସରକାର ଦେଶର ଜନସଂଖ୍ୟାର ପ୍ରାୟ ୬୦% ଲୋକଙ୍କୁ ଏକ କ୍ଷତିକର ପରିସ୍ଥିତିକୁ ଠେଲି ଦେଉଛନ୍ତି। କେବଳ ସେହି ଅଣକୃଷି ଜନସଂଖ୍ୟାକୁ ଶସ୍ତାରେ ଖାଦ୍ୟ ଦ୍ରବ୍ୟ ଦେଇ ଖୁସି କରିବା ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରୁଛନ୍ତିି। ଏପରି କି ବିଦେଶରୁ କୃଷିଜାତ ଦ୍ରବ୍ୟ ଆମଦାନୀ ମଧ୍ୟ କରଛୁନ୍ତି। ତେଣୁ ଚାଷୀଙ୍କୁ ଏକ ସ୍ବାଭାବିକ ମୁକ୍ତବଜାର ମିଳୁନାହିଁ, ଯଦ୍ଦ୍ବାରା ଚାଷୀ ହୁଏତ ନିଜ ଉତ୍ପାଦ ପାଇଁ ଲାଭଜନକ ଦର ପାଇପାରନ୍ତା ।
ଅନେକ ସମୟରେ କେନ୍ଦ୍ର ସରକାର ଅବା ରାଜ୍ୟ ସରକାରମାନେ ଚାଷୀ ଭୋଟ ହାତେଇବା ପାଇଁ କଳବଳ କୌଶଳ ପ୍ରୟୋଗ କରିଥାନ୍ତିି। କିନ୍ତୁ ଅଧୁନା ସମାଜରେ ଚାଷୀ ମାନଙ୍କ ସମସ୍ୟା ପ୍ରତି କୌଣସି ବ୍ୟକ୍ତିବିଶେଷଙ୍କ ନଜର ନ ପଡିବା ଚିନ୍ତାଜନକ।
mail: kchandrasuansia@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri