ଚାଷୀ କ’ଣ ଦୟାର ପାତ୍ର

ସବ୍ୟସାଚୀ ଅମିତାଭ
ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ କେବେ ବଦଳିବ? କେବେ ଚାଷୀଙ୍କର ଆୟ ଦୁଇଗୁଣ ହେବ? କେବେ ତା’ ଜମିକୁ ପାଣି ମାଡିବ? କେବେ ତା’ ପାଇଁ ଶୀତଳଭଣ୍ଡାର ହେବ? ଏମିତି କେତେ ପ୍ରଶ୍ନ। ଏହି ‘ନାହିଁ-ନାହିଁ’ର ଶବ୍ଦଜାଲ ଭିତରେ ଆଉ ଗୋଟିଏ ପ୍ରଶ୍ନ ହେଉଛି- ସତରେ କ’ଣ ଆମ ରାଜ୍ୟର ଚାଷୀ କାହା ଦୟାର ପାତ୍ର!
କେବେ ଅମଳ ହେଉନି ତ କେବେ ଅମଳ ହେଲେ ବିକ୍ରି ନାହିଁ। ଲହୁଲୁହକୁ ଏକାଠି କରି ପ୍ରକୃତି ସହ ଲଢ଼େଇ କରି ଫସଲ ମୁଠାକ ଅମଳ କଲେ ବି ସାଇତି ରଖିବାକୁ ଶୀତଳଭଣ୍ଡାର ନାହିଁ। କେଉଁଠି ବଜାର ନାହିଁ ତ କେଉଁଠି ମଣ୍ଡି ଖୋଲିନି। ବଜାର ଥିଲେ ଚାଷୀଙ୍କୁ ସୁଯୋଗ ନାହିଁ, ମଣ୍ଡିରେ ଦଲାଲଙ୍କ ରାଜୁତି। ମାଟି ସହ ମାଟି ହୋଇ, ଖରାତରାକୁ ଖାତିର ନ କରି ନିଜ ଚାରିପୁରୁଷର ପାରମ୍ପରିକ ଚାଷକୁ ଆଦରିବାକୁ ଚେଷ୍ଟା କଲାବେଳକୁ ଜମିକୁ ପାଣି ମାଡୁନି। କେନାଲ ଅଛି, ପାଣି ପଞ୍ଚାୟତ ଅଛି, ହେଲେ ସରକାରୀ କାଗଜକଲମରେ କେବଳ ପାଣି ମାଡୁଛି। ପଡିଆ ପଡୁଛି ଚାଷୀର ଜମି। ବର୍ଷାର ଦୟାରୁ ଚାଷଜମିକୁ ବତର କରି ଫସଲ ଉପୁଜାଇବାକୁ ଉଦ୍ୟମ କଲାବେଳେ ରୋଗପୋକ ମାଡିବସୁଛି ଚାଷୀର ସ୍ବପ୍ନକୁ। ସାର-ଔଷଧ ପାଇଁ ତାକୁ ହାତ ପତାଇବାକୁ ପଡୁଛି ମହାଜନ ପାଖରେ, ନ ହେଲେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପାଖରେ। ସରକାର ଚାଷୀକୁ ଋଣ ଦେବା ପାଇଁ ଖୋଲିଛନ୍ତି ସମବାୟ ବ୍ୟାଙ୍କ। ହେଲେ ସେଠି ବିଲରେ ଖଟୁଥିବା ଚାଷୀଙ୍କୁ ନୁହେଁ ବରଂ ବିଲ ଦେଖି ନ ଥିବା ଚାଷୀ ନେତାଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଋଣ। ଅସଲ ଚାଷୀଟି ଋଣ ନ ପାଇ କରଜରେ ବୁଡୁଛି। ଆଉ ଫସଲ ଉଜୁଡିଗଲେ ଋଣ ଶୁଝି ନ ପାରିବାର ଆଶଙ୍କାରେ ଆତ୍ମହତ୍ୟାକୁ ଆଦରି ନେଉଛି।
ସରକାର ପରେ ସରକାର ଆସୁଛନ୍ତି। ଚାଷୀ ପାଇଁ ଯୋଜନା ପରେ ଯୋଜନା ତିଆରି ହେଉଛି। ପୁରସ୍କାର ପରେ ପୁରସ୍କାର ମିଳୁଛି। କିନ୍ତୁ ବାସ୍ତବତା ସମ୍ପୂୂର୍ଣ୍ଣ ଶୂନ୍ୟ। ସରକାରଙ୍କ କୌଣସି ଯୋଜନା ପ୍ରକୃତ ଚାଷୀ ପାଖେ ପହଞ୍ଚତ୍ପାରୁନି। ତାକୁ ଅଧା ବାଟରେ ହରିଲୁଟ୍‌ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ମୁଖାପିନ୍ଧା ନକଲି ଚାଷୀ।
ଟିକେ ନିରିଖେଇ ଦେଖିଲେ ଚାଷଜମି ଥିବା ଅଧିକାଂଶ ଲୋକ ଚାଷୀ ନୁହନ୍ତି। କିଏ ପୂର୍ବ ଜମିଦାରି ସୂତ୍ରରେ ଅବା ପୈତୃକ ଚାଷଜମିର ମାଲିକାନା ଜାହିର କରନ୍ତି। କିନ୍ତୁ କେବେ ସେମାନେ ଚାଷଜମିକୁ ଗଡିନାହାନ୍ତି। ସେମାନଙ୍କ ଚାଷଜମି ଭାଗସୂତ୍ରରେ ଲାଗିଛି। ଆଉ ଭାଗଚାଷୀଟି ପ୍ରତିକୂଳ ପରିସ୍ଥିତିରେ ମାଟି ସହିତ ଯୁଝି ଫସଲ ଅମଳ କଲାବେଳକୁ ପ୍ରକୃତି ବିପତ୍ତି ଆଣୁଛି। ସରକାର ଯେଉଁ କ୍ଷତିପୂରଣ ଦେଉଛନ୍ତି, ତାହାର ପ୍ରକୃତ ହିତାଧିକାରୀ ହେଉଛି ଜମି ମାଲିକ। ଅର୍ଥାତ୍‌, ଫସଲ ଉଜୁଡୁଛି ଚାଷୀର ଆଉ କ୍ଷତିପୂରଣ ପାଉଛି ଗୋଡ଼ର କାଣିଆଙ୍ଗୁଠି କେବେ କାଦୁଅ କରି ନ ଥିବା ଜମି ମାଲିକ। କାରଣ ଏଯାଏ ଆମ ରାଜ୍ୟରେ ଭାଗଚାଷୀ ଚିହ୍ନଟ ହୋଇପାରିନି। ପ୍ରକୃତ ଚାଷୀ କେତେ, କିଏ ଚାଷୀ, କିଏ କି ପ୍ରକାର ଚାଷୀ, ଏହାର ଠିକ୍‌ ହିସାବ ବା ସଂଖ୍ୟା ସରକାରଙ୍କ ପାଖରେ ନାହିଁ। ଯେଉଁମାନଙ୍କୁ ସରକାର ଓ ପ୍ରଶାସନ ଚାଷୀ ବୋଲି ଦେଖାଇ ଅନୁକମ୍ପା ଓ ସହାୟତା ଦେଇ ଚାଲିଛନ୍ତି, ସେମାନଙ୍କ ଭିତରୁ ୭୦ରୁ ୮୦ ପ୍ରତିଶତ ହେଉଛନ୍ତି ଚାଷର ଚ ଅକ୍ଷର ଜାଣି ନ ଥିବା ଲୋକ।
ଚାଷୀ ମାଗୁଛି ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌। କିନ୍ତୁ ସରକାର ସେମାନଙ୍କର ତାଲିକା କରିପାରୁନାହାନ୍ତି। କାରଣ ସରକାରଙ୍କ ପାଖରେ ନାହିଁ ଚାଷୀର ତାଲିକା। ସରକାର ଯେଉଁ ଉଜୁଡ଼ା ଫସଲ କ୍ଷତିପୂରଣ, ମୋବାଇଲ୍‌, ମାଗଣା ଉପକରଣ ବାଣ୍ଟୁଛନ୍ତି, ସେମାନେ ଅଧିକାଂଶ ନକଲି ମୁଖାପିନ୍ଧା ଚାଷୀ।
ଏବେ ଆସିବା କୃଷିଋଣ ଛାଡ଼ ପ୍ରସଙ୍ଗକୁ। ପ୍ରଶ୍ନ ଉଠୁଛି ସମବାୟ ବ୍ୟାଙ୍କରୁ ଋଣ ନେଉଥିବା ତଥାକଥିତ ଚାଷୀଙ୍କ ମଧ୍ୟରୁ କେତେ ଜଣ ଚାଷ କରନ୍ତି? ଚାଷ ପାଇଁ ସେମାନେ ଋଣ ନେଉଛନ୍ତି ନା ଅନ୍ୟ କୌଣସି କାମ ପାଇଁ? ଚାଷ କରୁଥିବା, ସକାଳ ହେଲେ ବିଲକୁ ଗଡୁଥିବା କେତେ ଜଣ ଚାଷୀ ଋଣ ନେଇଛନ୍ତି? ଏସବୁ ଉତ୍ତର କାହା ପାଖରେ ନାହିଁ। ଏବେ ଯଦି ନିକଟସ୍ଥ ସମବାୟ କାର୍ଯ୍ୟାଳୟକୁ କେହି ଯାଆନ୍ତି, କାନ୍ଥରେ ଲେଖାଥିବ ଋଣ ଖିଲାପକାରୀ ଅଧିକାଂଶଙ୍କୁ ଚିହ୍ନି ପାରିବେ, ସେମାନେ କେଉଁ ଭଳିଆ ଚାଷୀ?
ବାସ୍ତବତାକୁ ନିରିଖେଇଲେ ଜଣାପଡେ, ଚାଷୀକୁ କେବେ ଋଣ ମିଳେନା। ଋଣ ପାଇଁ ସମବାୟ ବ୍ୟାଙ୍କ୍‌ ପିଣ୍ଡାରେ ଶହ ଶହ ଥର ଆଣ୍ଠେଇଲେ ବି ଋଣ କିନ୍ତୁ ତାକୁ ମିଳି ନ ଥାଏ। ତେଣୁ ସେ ମହାଜନ ଗୋଡ଼ ତଳେ ପଡି ଧାରକରଜ କରି ଚାଷ ଉଠାଏ। ତେଣୁ ଋଣଛାଡ ଦ୍ୱାରା ଯେ ପ୍ରକୃତ ଚାଷୀ ଉପକୃତ ହୋଇପାରିବ ତାହା ଭାବିବା ବୋକାମି। ଚାଷୀଙ୍କୁ ଦୟା ଦରକାର ନାହିଁ। ଦରକାର ଖେତକୁ ପାଣି। ଦରକାର ମଣ୍ଡିରେ ଧାନ ବିକିବାର ସମ୍ମାନ। ତାକୁ ଦରକାର ତା’ର ହାଡଭଙ୍ଗା ପରିଶ୍ରମର ପାଉଣା। ତାକୁ ଜମିର ମାଲିକାନା ନୁହେଁ ଫସଲର ମାଲିକାନା ଲୋଡ଼ା। ତେବେ ଯାଇ ଚାଷୀର ଭାଗ୍ୟ ବଦଳିପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri