ଚାଷରୁ ବିମୁଖ ହେଉଛନ୍ତି ଚାଷୀ : କୃଷି, ସମବାୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ଚାଷୀ

ଧର୍ମଶାଳା,୨୪ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ ଚାଷୀ ଚାଷ କରିବାକୁ ମନ ବଳାଉ ନାହାନ୍ତି। ଏଥିପାଇଁ କୃଷି, ସମବାୟ ବିଭାଗ, ସାର ଓ ଔଷଧ ବ୍ୟବସାୟୀ ଏକ ପ୍ରକାର ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାତ୍ୟା ଓ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବିଭାଗ କିମ୍ବା ବୀମା କମ୍ପାନୀ ପକ୍ଷରୁ ଆର୍ଥତ୍କ ସହାୟତା ଠିକ୍‌ ଭାବେ ମିଳିପାରି ନାହଁ। ମୁଲିଆ ମଜୁରୀ ମଧ୍ୟ ବଢିବାରେ ଲାଗଥିବାରୁ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀ ପାଉ ନାହାନ୍ତି। ଏହା ମଧ୍ୟ ଚାଷରୁ ବିମୁଖ ହେବାର ଅନ୍ୟଏକ କାରଣ କୁହାଯାଉଛି। ଉଦାହରଣ ସ୍ବରୂପ ଧର୍ମଶାଳା ବ୍ଲକରେ ବିଗତ ବର୍ଷଗୁଡିକରେ ୧୩ହଜାର ୬୫ ହେକ୍ଟର ଜମିରେ ଧାନଚାଷ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ୧୨ହଜାର ୮ଶହ ହେକ୍ଟର ଜମିରେ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ଲକରେ ଏବେ ୧୩ଟି ସମବାୟ ସମିତିି ସହ ୩୩ଟି ଲାଇସେନ୍ସ୍‌ ପ୍ରାପ୍ତ ଦୋକାନ ମାଧ୍ୟମରେ ସାର ଓ ଔଷଧ ବିକ୍ରି କରିବା ପାଇଁ ସ୍ତିର କରାଯାଇଛି। ବିଲରେ ଧାନ ବୁଣିବା ପରେ ପଟାସ ଓ ଗ୍ରୋମୋର ବ୍ୟବହାର କରାଯାଇ ଥାଏ। ଏହି ସାର ଏବେ ଲାଇସେନ୍ସପ୍ରାପ୍ତ ଦୋକାନରେ ମିଳୁ ନ ଥିବା କୃଷକ ନେତା ବସନ୍ତ ପରିଡାଙ୍କ ସହିତ ଚାଷୀ ଲୋକନାଥ ପଲେଇ, ନେତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ରାଉତ, ନିତ୍ୟାନନ୍ଦ ଦାସ ପ୍ରମୁଖ କୃଷି ବିଭାଗେ ନିକଟରେ ଅଭିଯୋଗ କରଥିବା ଜଣାପଡିଛି। ଏ ନେଇ ଧର୍ମଶାଳା ଅତିରିକ୍ତ କୃଷି ଅଧିକାରୀ ପଲ୍ଲବୀ ନାୟକଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ୬ଶହ ହେକ୍ଟର ବିଅଳି ଓ ଶାରଦ ବିଲରେ ଧାନ ବୁଣା ସରିଛି। ଏବେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଚାଷୀ ଧାନ ବୁଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୂଲିଆ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଚାଷର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା ସହ ଅଧିକ ଅମଳ କ୍ଷମ ନୂତନ ବିହନ ବ୍ୟବହାର କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri