ଚାଷରୁ ବିମୁଖ ହେଉଛନ୍ତି ଚାଷୀ : କୃଷି, ସମବାୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ଚାଷୀ

ଧର୍ମଶାଳା,୨୪ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ ଚାଷୀ ଚାଷ କରିବାକୁ ମନ ବଳାଉ ନାହାନ୍ତି। ଏଥିପାଇଁ କୃଷି, ସମବାୟ ବିଭାଗ, ସାର ଓ ଔଷଧ ବ୍ୟବସାୟୀ ଏକ ପ୍ରକାର ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାତ୍ୟା ଓ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବିଭାଗ କିମ୍ବା ବୀମା କମ୍ପାନୀ ପକ୍ଷରୁ ଆର୍ଥତ୍କ ସହାୟତା ଠିକ୍‌ ଭାବେ ମିଳିପାରି ନାହଁ। ମୁଲିଆ ମଜୁରୀ ମଧ୍ୟ ବଢିବାରେ ଲାଗଥିବାରୁ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀ ପାଉ ନାହାନ୍ତି। ଏହା ମଧ୍ୟ ଚାଷରୁ ବିମୁଖ ହେବାର ଅନ୍ୟଏକ କାରଣ କୁହାଯାଉଛି। ଉଦାହରଣ ସ୍ବରୂପ ଧର୍ମଶାଳା ବ୍ଲକରେ ବିଗତ ବର୍ଷଗୁଡିକରେ ୧୩ହଜାର ୬୫ ହେକ୍ଟର ଜମିରେ ଧାନଚାଷ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ୧୨ହଜାର ୮ଶହ ହେକ୍ଟର ଜମିରେ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ଲକରେ ଏବେ ୧୩ଟି ସମବାୟ ସମିତିି ସହ ୩୩ଟି ଲାଇସେନ୍ସ୍‌ ପ୍ରାପ୍ତ ଦୋକାନ ମାଧ୍ୟମରେ ସାର ଓ ଔଷଧ ବିକ୍ରି କରିବା ପାଇଁ ସ୍ତିର କରାଯାଇଛି। ବିଲରେ ଧାନ ବୁଣିବା ପରେ ପଟାସ ଓ ଗ୍ରୋମୋର ବ୍ୟବହାର କରାଯାଇ ଥାଏ। ଏହି ସାର ଏବେ ଲାଇସେନ୍ସପ୍ରାପ୍ତ ଦୋକାନରେ ମିଳୁ ନ ଥିବା କୃଷକ ନେତା ବସନ୍ତ ପରିଡାଙ୍କ ସହିତ ଚାଷୀ ଲୋକନାଥ ପଲେଇ, ନେତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ରାଉତ, ନିତ୍ୟାନନ୍ଦ ଦାସ ପ୍ରମୁଖ କୃଷି ବିଭାଗେ ନିକଟରେ ଅଭିଯୋଗ କରଥିବା ଜଣାପଡିଛି। ଏ ନେଇ ଧର୍ମଶାଳା ଅତିରିକ୍ତ କୃଷି ଅଧିକାରୀ ପଲ୍ଲବୀ ନାୟକଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ୬ଶହ ହେକ୍ଟର ବିଅଳି ଓ ଶାରଦ ବିଲରେ ଧାନ ବୁଣା ସରିଛି। ଏବେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଚାଷୀ ଧାନ ବୁଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୂଲିଆ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଚାଷର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା ସହ ଅଧିକ ଅମଳ କ୍ଷମ ନୂତନ ବିହନ ବ୍ୟବହାର କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?