Posted inବୌଦ୍ଧ

ଚାଲି ଚାଲି ଫେରୁଥିବା ଦୁଇ ଶ୍ରମିକ ପରିବାର ଉଦ୍ଧାର

ବୌଦ୍ଧ,୨୯ା୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାରେ ପୁଣି ୧୩୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୭୬୧ରେ ପହଞ୍ଚତ୍ଛି । ସେହିପରି ଅନୁଗୋଳ ଜିଲାର ଦୁଇ ଶ୍ରମିକ ପରିବାରର ୭ ଜଣ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଜିଲା ଯୁବ ରେଡକ୍ରସ ପକ୍ଷରୁ ସେମାନଙ୍କୁ ବୌଦ୍ଧ ଟାଉନ ନିକଟରୁ ଉଦ୍ଧାର କରାଯାଇ ଗାଡି ଯୋଗେ ନିଜ ଘରକୁ ପଠାଇ ଦିଆଯାଇଛି ା ଏହାଛଡା ଏହାମଧ୍ୟରେ ସମୁଦାୟ ୬୧୩ ଜଣ ଶ୍ରମିକଙ୍କୁ ସ୍ବତନ୍ତ୍ର ଗାଡିରେ ସେମାନଙ୍କ ନିଜ ରାଜ୍ୟକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇ ରହିଥିବା ବେଳେ ବର୍ତ୍ତମାନ ୫୩ କେନ୍ଦ୍ରରେ ପ୍ରବାସୀ ଶ୍ରମିକମାନଙ୍କୁ ରଖାଯାଇଛି। କଣ୍ଟାମାଳ ବ୍ଲକରେ ସର୍ବାଧିକ ୧୯ଟି କେନ୍ଦ୍ରରେ ୬୭୧ ଜଣ,ହରଭଙ୍ଗାରେ ୧୩ କେନ୍ଦ୍ରରେ ୫୧୪ ଜଣ ,ବୌଦ୍ଧ ବ୍ଲକରେ ୨୦ କେନ୍ଦ୍ରରେ ୬୪୭ ଜଣ ଓ ବୌଦ୍ଧ ଏନଏସିରେ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨ ଜଣ ଶ୍ରମିକଙ୍କୁ ରଖାଯାଇଛି । କ୍ୱାରାଣ୍ଟାଇନ ଅବଧି ପୂରଣ ହେବା ପରେ ୮୭୨ ଜଣ ଶ୍ରମିକ ଘରକୁ ଫେରିଥିବା ଜଣାଯାଇଛି। ସେହିପରି ୮୮୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଉ ୬୯ ଜଣଙ୍କ ରିପୋର୍ଟ ଆସିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri