ଚାଲିଛି ସୌନ୍ଦର୍ଯ୍ୟକରଣ କାମ, ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି। ଆଗକୁ ଏକାଧିକ ମଠ ଭଙ୍ଗାଯିବା ଲାଗି ମାପଚୁପ ସରିଥିବାବେଳେ ପ୍ରଶାସନ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଗୁରୁତ୍ୱ ଦେଇଛି। ଉଚ୍ଛେଦ ସ୍ଥଳ ଆବଡ଼ାଖାବଡ଼ା ରହିଥିବାରୁ ଏହା ଅସୁନ୍ଦର ଲାଗୁଥିଲା। ଏପରି କି ଉଚ୍ଛେଦ ମଠରେ ଉପାସିତ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଯାଇପାରୁ ନ ଥିଲେ। ସେଠାକୁ ଯିବା ପାଇଁ ରାସ୍ତା ବି ନ ଥିଲା। ତେଣୁ ଉଚ୍ଛେଦ ସ୍ଥଳକୁ ସମତୁଲ କରି ଏହା ଉପରେ ଟାଇଲ ବିଛାଯାଉଛି। ଉଚ୍ଛେଦ ଅଭିଯାନ ଏବେ ସାମୟିକ ବନ୍ଦ ରହିଥିବା ବେଳେ ସୌନ୍ଦର୍ଯ୍ୟକରଣ କାମ ଜୋର୍‌ଦାର ଚାଲିଛି। ଏହି କାମ ସରିବା ପରେ ପୁଣି ଉଚ୍ଛେଦ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କ୍ରମରେ ବର୍ତ୍ତମାନ ସୁଦ୍ଧା ୩ଟି ମଠ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡ଼ା ମଠକୁ ଭଙ୍ଗାଯାଇଛି। ପୂର୍ବରୁ ଏମାର ମଠର ଯେଉଁ ଜାଗାରୁ ଉଚ୍ଛେଦ ହୋଇଥିଲା, ତାହାକୁ ଟାଇଲ ପକାଯାଇ ସମତୁଲ କରିଦିଆଯାଇଥିଲା। ଏବେ ଲଙ୍ଗୁଳି ଓ ବଡ଼ଆଖଡା ମଠର ଉଚ୍ଛେଦସ୍ଥଳରେ ଟାଇଲ ବିଛାଯିବା ସହ ଆଲୋକୀକରଣ କରାଯାଉଛି। ଏଥିଲାଗି ଉଚ୍ଛେଦ ସାମୟିକ ସ୍ଥଗିତ ଥିବାବେଳେ ଏଥିରେ କିଛି ଆଇନଗତ ପ୍ରତିବନ୍ଧକ ସାଜିଥିବା ଶୁଣିବାକୁ ମିଳୁଛି। ତେବେ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି। ଏହି ୩ଟି ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ପୂର୍ବପାର୍ଶ୍ୱରେ ବିସ୍ତୃତ ଖୋଲା ଜାଗା ବାହାରିପାରିଛି। ଫଳରେ ଭକ୍ତମାନେ ନୀଳଚକ୍ରରେ ବାନା ବନ୍ଧାଯିବାର ଦୃଶ୍ୟକୁ ଭଲ ଭାବେ ଦେଖିପାରୁଥିବାବେଳେ ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖ ଖୋଲା ଜାଗାରେ ନିରୋଳାରେ ବସି ଠାକୁରଙ୍କୁ ସ୍ମରଣ କରୁଥିବା ଦେଖିବାକୁ ମିଳୁଛି। ରାତିରେ ବି ବିଭିନ୍ନ ସ୍ଥାନରେ ମେଳି ବାନ୍ଧି ଭକ୍ତ ବସି ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ଏହି ତିନିମଠ ଉଚ୍ଛେଦ ପରେ ଶ୍ରଦ୍ଧାଳୁଙ୍କ ଯାତାୟାତ ଲାଗି ମଧ୍ୟ ରାସ୍ତା ପ୍ରଶସ୍ତ ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯିବାର ଯୋଜନା ମଧ୍ୟ କରିଛି ପ୍ରଶାସନ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସୌନ୍ଦର୍ଯ୍ୟକରଣ କାମ ଯୋଗୁ ଉଚ୍ଛେଦ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅନ୍ୟ କୌଣସି କାରଣ ନାହିଁ। କେବଳ ଭାଙ୍ଗିଦେଇ ଛାଡ଼ିଦେଲେ ହେବ ନାହିଁ। ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସୁଛନ୍ତି, ତେଣୁ ସେହିସବୁ ସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଥମିକତା ଦିଆଯାଇ କାମ ଚାଲିଛି। ଏହାଦ୍ୱାରା ଭକ୍ତମାନେ ସୁରୁଖୁରରେ ବୁଲି ଦର୍ଶନ କରିପାରିବେ। ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ। ଆଗକୁ କେତେକ ମଠ ଭଙ୍ଗାଯିବା ଲାଗି ଯୋଜନା ପ୍ରସ୍ତୁତ ସରିଛି। ସମୟାନୁସାରେ ଏହି କାର୍ଯ୍ୟ କରାଯିବ। ଥଇଥାନ ସମ୍ପର୍କିତ ପ୍ରଶ୍ନରେ ଉପଜିଲାପାଳ କହିଥିଲେ, ବର୍ତ୍ତମାନ ସହରର ବିଭିନ୍ନ ଜାଗାରେ ଜମି ଦେଖୁଛୁ। କେଉଁ ଜାଗାରେ ବିସ୍ଥାପିତଙ୍କ ଲାଗି ଆପାର୍ଟମେଣ୍ଟ ତିଆରି କରାଯିବ, କେଉଁଠି ପ୍ଲଟିଂ କରି ଜମି ଦିଆଯିବ ତାହାର ତର୍ଜମା ଚାଲିଛି। ଏହା ଖୁବଶୀଘ୍ର ଚୂଡ଼ାନ୍ତ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାର ପୁରୀକୁ ପଠାଇଥିବା ୫ଜଣ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେମାନେ ମଧ୍ୟ ତାଙ୍କ କାମ ଆରମ୍ଭ କରିଦେଇଛନ୍ତି ବୋଲି ଉପଜିଲାପାଳ ସାହୁ ପ୍ର୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?