ଚାକିରି ଅପେକ୍ଷାରେ ୩୩,୭୨୧ ବେକାର

 

ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି। ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ବିଜୁ ଦକ୍ଷତା କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବତୀଯୁବକମାନଙ୍କୁ ତାଲିମ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହାର ସଫଳତା ମିଳୁ ନ ଥିବା ଦେଖିବାକୁ ମିଳୁଛି। ଜିଲା ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ଗତ ୫ ବର୍ଷ ମଧ୍ୟରେ ମୋଟ ୩୮,୦୮୫ ଯୁବତୀଯୁବକ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨,୭୬୮ ଯୁବତୀ ଓ ୨୫,୩୧୭ ଯୁବକ ରହିଛନ୍ତି। ପଞ୍ଜୀକୃତ ୩୮,୦୮୫ ଜଣଙ୍କ ମଧ୍ୟରୁ ମାତ୍ର ୪,୩୬୪ ଜଣ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ୫୯୩ ଜଣ ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୧୨୮୨ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିିଭଳି ୩ ବର୍ଷରେ ଜିଲାରେ ହୋଇଥିବା ନିଯୁକ୍ତି ମେଳାରେ ୨୪୮୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ବର୍ତ୍ତମାନ ଜିଲାରେ ୩୩,୭୨୧ ଜଣ ବେକାର ଯୁବତୀ ଯୁବକ ଚାକିରି ଅପେକ୍ଷାରେ ଅଛନ୍ତି। ମାତ୍ର ୪୩୬୪ ଜଣ ନିଯୁକ୍ତି ପାଇବା ଘଟଣା ଜିଲାର ପ୍ରତିବର୍ଷ ହେଉଥିବା ନିଯୁକ୍ତିମେଳା ଓ ଜିଲା ନିୟୋଜନ କାର୍ଯ୍ୟାଳୟର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଉଲ୍ଲେଖଯୋଗ୍ୟ, ଶିଳ୍ପବିହୀନ ମୟୂରଭଞ୍ଜ ଜିଲାରେ କୌଣସି ଶିଳ୍ପ ନ ଥିବାରୁ ଏଠାକାର ଯୁବତୀଯୁବକମାନେ କାମ ଅନ୍ବେଷଣରେ ଜିଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି। ସେହିଭଳି ଜିଲାରେ ଥିବା ସରକାରୀ ସଂସ୍ଥାରେ ନିଯୁକ୍ତି ଖୁବ କମ୍‌। ଯେଉଁ ଅଳ୍ପ ନିଯୁକ୍ତି ଦିଆଯାଉଛି ତାହା ପୁଣି ଠିକା ସଂସ୍ଥା (ଆଉଟସୋର୍ସିଂ) ମାଧ୍ୟମରେ। ଫଳରେ ଜିଲାରେ ବେକାରି ସମସ୍ୟା ଦୂର ହୋଇପାରୁ ନାହିଁ। ପୂର୍ବରୁ ଜିଲାରେ ଅଶିକ୍ଷତ ବେକାରିଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମାରେ ଜିଲା ନିୟୋଜନ କାର୍ଯ୍ୟାଳୟ ରହିଛି। ନାମ ପଞ୍ଜୀକରଣ କରିବାକୁ ହେଲେ ଜିଲା ନିୟୋଜନ କାର୍ଯ୍ୟାଳୟରୁ ଦିଆଯାଉଥିବା ଫର୍ମରେ କେତେକ ତଥ୍ୟ ଦେବାକୁ ପଡ଼ିଥାଏ। ନିଜର ସମସ୍ତ ତଥ୍ୟ ଦେଇ ସାରିଲା ପରେ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେ ନେଇ ମଧ୍ୟ ସ୍ପଷ୍ଟ କରିବାକୁ ପଡ଼ିଥାଏ। ଏପରିକି ଜିଲାରେ ସ୍ନାତକ ପାସ୍‌ କରିଥିବା ପିଲାମାନେ ବି ଡିଟିପି ଅପରେଟର ଓ ସୁରକ୍ଷାକର୍ମୀ ଭାବେ ଅତି କମ୍‌ ଦରମାରେ କାର୍ଯ୍ୟ କରିବା ପାଇଁ ଫର୍ମରେ ଉଲ୍ଲେଖ କରୁଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାରେ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାମକରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ପ୍ରତିବର୍ଷ ଜିଲାରେ ପିଲାମାନେ ଭଲ ମାର୍କ ରଖୁଥିବା ବେଳେ ୩୩,୭୨୧ ଜଣ ବେକାର ଯୁବତୀଯୁବକ ଥିବା ଘଟଣାକୁ ନେଇ ସାଧାରଣରେ ଉଦବେଗ୍‌ ପ୍ରକାଶ ପାଇଛି। ପଢା ଶେଷ ପରେ କାମଧନ୍ଦା ନ ପାଇ ବହୁ ଯୁବତୀଯୁବକ କର୍ମ ଅନ୍ବେଷଣରେ ବାହାର ରାଜ୍ୟ ଏବଂ ଦେଶକୁ ଯାଇ ଠକାମିର ଶିକାର ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି। ଏପରି ସ୍ଥଳେ ଜିଲାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟମ କରି ବେକାରମାନଙ୍କୁ ନିଯୁକ୍ତି ପ୍ରଦାନ ସହ ଜିଲାକୁ ଉନ୍ନତି ଆଡ଼କୁ ଅଗ୍ରସର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri