ଚାକିରି ଅପେକ୍ଷାରେ ୩୩,୭୨୧ ବେକାର

 

ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି। ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ବିଜୁ ଦକ୍ଷତା କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବତୀଯୁବକମାନଙ୍କୁ ତାଲିମ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହାର ସଫଳତା ମିଳୁ ନ ଥିବା ଦେଖିବାକୁ ମିଳୁଛି। ଜିଲା ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ଗତ ୫ ବର୍ଷ ମଧ୍ୟରେ ମୋଟ ୩୮,୦୮୫ ଯୁବତୀଯୁବକ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨,୭୬୮ ଯୁବତୀ ଓ ୨୫,୩୧୭ ଯୁବକ ରହିଛନ୍ତି। ପଞ୍ଜୀକୃତ ୩୮,୦୮୫ ଜଣଙ୍କ ମଧ୍ୟରୁ ମାତ୍ର ୪,୩୬୪ ଜଣ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ୫୯୩ ଜଣ ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୧୨୮୨ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିିଭଳି ୩ ବର୍ଷରେ ଜିଲାରେ ହୋଇଥିବା ନିଯୁକ୍ତି ମେଳାରେ ୨୪୮୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ବର୍ତ୍ତମାନ ଜିଲାରେ ୩୩,୭୨୧ ଜଣ ବେକାର ଯୁବତୀ ଯୁବକ ଚାକିରି ଅପେକ୍ଷାରେ ଅଛନ୍ତି। ମାତ୍ର ୪୩୬୪ ଜଣ ନିଯୁକ୍ତି ପାଇବା ଘଟଣା ଜିଲାର ପ୍ରତିବର୍ଷ ହେଉଥିବା ନିଯୁକ୍ତିମେଳା ଓ ଜିଲା ନିୟୋଜନ କାର୍ଯ୍ୟାଳୟର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଉଲ୍ଲେଖଯୋଗ୍ୟ, ଶିଳ୍ପବିହୀନ ମୟୂରଭଞ୍ଜ ଜିଲାରେ କୌଣସି ଶିଳ୍ପ ନ ଥିବାରୁ ଏଠାକାର ଯୁବତୀଯୁବକମାନେ କାମ ଅନ୍ବେଷଣରେ ଜିଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି। ସେହିଭଳି ଜିଲାରେ ଥିବା ସରକାରୀ ସଂସ୍ଥାରେ ନିଯୁକ୍ତି ଖୁବ କମ୍‌। ଯେଉଁ ଅଳ୍ପ ନିଯୁକ୍ତି ଦିଆଯାଉଛି ତାହା ପୁଣି ଠିକା ସଂସ୍ଥା (ଆଉଟସୋର୍ସିଂ) ମାଧ୍ୟମରେ। ଫଳରେ ଜିଲାରେ ବେକାରି ସମସ୍ୟା ଦୂର ହୋଇପାରୁ ନାହିଁ। ପୂର୍ବରୁ ଜିଲାରେ ଅଶିକ୍ଷତ ବେକାରିଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମାରେ ଜିଲା ନିୟୋଜନ କାର୍ଯ୍ୟାଳୟ ରହିଛି। ନାମ ପଞ୍ଜୀକରଣ କରିବାକୁ ହେଲେ ଜିଲା ନିୟୋଜନ କାର୍ଯ୍ୟାଳୟରୁ ଦିଆଯାଉଥିବା ଫର୍ମରେ କେତେକ ତଥ୍ୟ ଦେବାକୁ ପଡ଼ିଥାଏ। ନିଜର ସମସ୍ତ ତଥ୍ୟ ଦେଇ ସାରିଲା ପରେ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେ ନେଇ ମଧ୍ୟ ସ୍ପଷ୍ଟ କରିବାକୁ ପଡ଼ିଥାଏ। ଏପରିକି ଜିଲାରେ ସ୍ନାତକ ପାସ୍‌ କରିଥିବା ପିଲାମାନେ ବି ଡିଟିପି ଅପରେଟର ଓ ସୁରକ୍ଷାକର୍ମୀ ଭାବେ ଅତି କମ୍‌ ଦରମାରେ କାର୍ଯ୍ୟ କରିବା ପାଇଁ ଫର୍ମରେ ଉଲ୍ଲେଖ କରୁଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାରେ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାମକରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ପ୍ରତିବର୍ଷ ଜିଲାରେ ପିଲାମାନେ ଭଲ ମାର୍କ ରଖୁଥିବା ବେଳେ ୩୩,୭୨୧ ଜଣ ବେକାର ଯୁବତୀଯୁବକ ଥିବା ଘଟଣାକୁ ନେଇ ସାଧାରଣରେ ଉଦବେଗ୍‌ ପ୍ରକାଶ ପାଇଛି। ପଢା ଶେଷ ପରେ କାମଧନ୍ଦା ନ ପାଇ ବହୁ ଯୁବତୀଯୁବକ କର୍ମ ଅନ୍ବେଷଣରେ ବାହାର ରାଜ୍ୟ ଏବଂ ଦେଶକୁ ଯାଇ ଠକାମିର ଶିକାର ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି। ଏପରି ସ୍ଥଳେ ଜିଲାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟମ କରି ବେକାରମାନଙ୍କୁ ନିଯୁକ୍ତି ପ୍ରଦାନ ସହ ଜିଲାକୁ ଉନ୍ନତି ଆଡ଼କୁ ଅଗ୍ରସର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri