ଚାଇନାକୁ ଟପିଲା ଭାରତ

ନୂଆଦିଲ୍ଲୀ, ୧୬ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ନାକେଦମ୍‌ କରି ରଖିଥିବା ବେଳେ ଭାରତର ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଦେଶ ତାଲିକାର ଏକାଦଶ ସ୍ଥାନକୁ ଭାରତ ଉନ୍ନୀତ ହୋଇଥିବା ବେଳେ ଚାଇନାକୁ ପଛରେ ପକାଇଛି। କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୯୩୩ ଥିବାବେଳେ ଭାରତ ଏହି ସଂଖ୍ୟା ଅତିକ୍ରମ କରିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଏବେ ୮୩,୫୮୪ରେ ପହଞ୍ଚିଛି। ଏଥିସହିତ ଦେଶରେ ୨,୬୭୨ ବ୍ୟକ୍ତି ଭୂତାଣୁ ପ୍ରକୋପରେ ପ୍ରାଣ ହରାଇଲେଣି। ଚାଇନା ସ୍ଥିତିରେ ସୁଧାର ଆସିଥିବା ବେଳେ ଶୁକ୍ରବାର ମାତ୍ର ୪ ନୂଆ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୩୬ ନୂଆ ମାମଲା ନଜରକୁ ଆସିଛି। ଯଦିଓ ଚାଇନାରେ ମୃତ୍ୟୁସଂଖ୍ୟା ୪,୬୩୩କୁ ବଢ଼ିଛି, ତେବେ ଏବକାର ସ୍ଥିତି ନିୟନ୍ତ୍ରଣକୁ ଆସିପାରିଛି। ଅନ୍ୟପକ୍ଷରେ ଭାରତରେ ଏବେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ୫୧, ୯୭୧ ଆକ୍ଟଭ୍‌ ମାମଲା ରହିଛି। ୨୮,୯୩୭ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିଲେ ହେଁ ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ, ଦିଲ୍ଲୀ ଭଳି କେତେକ ରାଜ୍ୟରେ ଦେଖାଦେଇଥିବା ଉଗ୍ର ସଂକ୍ରମଣ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି।
କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୭,୫୨୪ରୁ ଅଧିକ ରହିଛି। ଏହି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଥିବାବେଳେ ପ୍ରାଣ ହରାଇଲେଣି ୧,୦୧୯ ବ୍ୟକ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ। ଏଠାରେ କରୋନା ରୋଗୀସଂଖ୍ୟା ୧୦,୧୦୮କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୩୪ ନୂଆ ମାମଲା ଦେଖିବାକୁ ମିଳିଛି। ୬୬ ଜଣ ରାଜ୍ୟରେ ଭୂତାଣୁ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗୁଜରାଟ ଓ ଦିଲ୍ଲୀ ସ୍ଥିତି ମଧ୍ୟ ଜଟିଳ ରହିଛି। ଗୁଜରାଟରେ ୯,୫୯୨ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ୮,୮୯୫କୁ ବୃଦ୍ଧିପାଇଛି। ଦୁଇରାଜ୍ୟରେ ଯଥାକ୍ରମେ ୫୮୬ ଓ ୧୨୩ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶରେ ୨୩୯ ଜଣ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪,୫୯୫ରେ ପହଞ୍ଚିଛି। ସେହିଭଳି ରାଜସ୍ଥାନରେ ୪,୬୮୮, ଉତ୍ତରପ୍ରଦେଶରେ ୩,୯୦୨, ପଶ୍ଚିମବଙ୍ଗରେ ୨,୪୬୧, ଆନ୍ଧ୍ରପଦେଶରେ ୨,୩୦୭ ସଂକ୍ରମିତ ଥିବା ପ୍ରକାଶ। ଏହିସବୁ ରାଜ୍ୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୧୨୫, ୮୮, ୨୨୫ ଓ ୪୮ ରହିଛି। ତେଲଙ୍ଗାନାରେ ୩୪, ପଞ୍ଜାବରେ ୩୨, କର୍ନାଟକରେ ୩୬ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭାରତ ଭଳି ଜନସଂଖ୍ୟା ଘନତ୍ୱ ଦେଶରେ ଏଭଳି ସଂକ୍ରମଣ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟିକରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲକ୍‌ଡାଉନ ସତ୍ତ୍ୱେ ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଦେଇଛି। ଯେତେ ସଚେତନ କଲେ ମଧ୍ୟ କରୋନା ସ୍ଥିତିରେ ସୁଧାର ଆସିପାରୁନି। ଯଦିଓ ଆମେରିକା ଓ ୟୁରୋପ ଭଳି ସ୍ଥିତି ଦେଶରେ ସୃଷ୍ଟିହୋଇନି, ତଥାପି ଉଗ୍ର ସଂକ୍ରମଣ ଯୋଗୁ ଗୋଷ୍ଠୀ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଥିଲାଗି ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଲାଗି ସରକାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri