Posted inଖେଳ

ଚହଲ, କୁଲଦୀପ ଆଗକୁ ଆହୁରି ପ୍ରଭାବୀ ସାବ୍ୟସ୍ତ ହେବେ: ହସି

ମୁମ୍ବାଇ,୨୮।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଆଗକୁ ଭାରତର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆହୁରି ଭଲ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଇକେଲ ହସି କହିଛନ୍ତି। ଆଗକୁ ପିଚ୍‌ଗ୍‌ୁଡିକ ଆହୁରି ଶୁଖିଲା ହେବ। ଫଳରେ ଭାରତ ଫାଇଦାରେ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୪ଟି ମ୍ୟାଚ୍‌ରୁ ଚହଲ ୮ଟି ଉଇକେଟ ହାସଲ କରିଛନ୍ତି। ଅନ୍ୟପଟେ କୁଲଦୀପ ସଂଘର୍ଷ କରୁଥିବାର ଦେଖାଯାଇଛି। ତେବେ ସେ ଏପର୍ଯ୍ୟନ୍ତ ୩ଟି ଉଇକେଟ ହାସଲ କରିଛନ୍ତି। ଟୁର୍ନାମେଣ୍ଟ ଆଗକୁ ବଢିବା ସହିତ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଭାରତୀୟ ଦଳ ଏକ ସନ୍ତୁଳିତ ଦଳ। ଟୁର୍ନମେଣ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ପିଚ୍‌ଗୁଡିକ ଅଧିକରୁ ଅଧିକ ବ୍ୟବହୃତ ହେବ ଓ ଶୁଖିଲା ମଧ୍ୟ ହେବ। ଯାହା ଫଳରେ ସ୍ପିନରମାନେ ଫାଇଦା ହାସଲ କରିପାରିବେ ବୋଲି ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି।
ଅନ୍ୟଦଳଗୁଡିକ ତୁଳନାରେ ଭାରତକୁ ଅପେକ୍ଷାକୃତ ଅଧିକ ଫାଇଦା ମିଳିବ। ଭାରତ ପାଖରେ ଦୁଇଜଣ ବିଶ୍ୱସ୍ତରୀୟ କ୍ୱାଲିଟି ରିଷ୍ଟ ସ୍ପିନର କୁଲଦୀପ ଓ ଚହଲ ରହିଛନ୍ତି। ଏହି ଦୁଇଜଣ ମ୍ୟାଚ୍‌ ଓ୍ବିନର ଭାବେ ପରିଚିତ। ଟୁର୍ନାମେଣ୍ଟରେ ଭାରତ ଭଲ ସ୍ଥିତିରେ ରହିଛି। ଭାରତ ସେମିଫାଇନାଲରେ ପହଞ୍ଚିବ ବୋଲି ଆଶା କରୁଛି। ଧୋନୀ କେତୋଟି ମନ୍ଥର ଇନିଂସ ଖେଳି ବେଶ୍‌ ସମାଲୋଚିତ ହୋଇଛନ୍ତି। ତେବେ ଭାରତୀୟ ଦଳ ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବ୍ୟାଟିଂ କରିବାକୁ ଆସି ହଠାତ୍‌ ସ୍ପିନରମାନଙ୍କୁ ଆକ୍ରମଣ କରିବା ଓ ଷ୍ଟ୍ରାଇକ ରୋଟେଟ୍‌ କରିବା ସେତେଟା ସହଜ ନୁହଁ। ସ୍ଲୋ ପିଚ୍‌ରେ ଷ୍ଟ୍ରାଇକ ରୋଟେଟ କରିବା ସହଜ ନୁହେଁ। ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହେଉଥିବା ବେଳେ କେବଳ ଧୋନୀଙ୍କୁ ଦାୟୀ କରିବା ଠିକ୍‌ ନୁହଁ। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଏଥର ମଧ୍ୟ ଟାଇଟଲ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଶ୍ୱକପ୍‌ର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଏବେ ବେଶ୍‌ ଭଲ ପ୍ରଦର୍ଶନ କରୁଛି। ଟପ୍‌ ଅର୍ଡରରେ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଡେଭିଡ ଓ୍ବାର୍ନର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆର ଚତୁର୍ଥ ଓ ପଞ୍ଚମ ବୋଲିଂ ବିକଳ୍ପକୁ ନେଇ ଚିନ୍ତିତ ଅଛି। ଏହି ଦାୟିତ୍ୱରେ ଥିବା ବୋଲରମାନେ ଅବଶ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଜାସନ ବେହରେନଡୋର୍ଫ ଗତ ମ୍ୟାଚ୍‌ ଜବରଦସ୍ତ ପ୍ରଦର୍ଶନ କରି ବେଶ୍‌ ଭଲ ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି। ନାଥନ ଲିୟନ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଜବରଦସ୍ତ ରହିଛି। ବଡ଼ ବଡ଼ ମ୍ୟାଚ୍‌ରେ କିପରି ଜିତିବାକୁ ହୁଏ ତାହା ଅଷ୍ଟ୍ରେଲିଆକୁ ବେଶ୍‌ ଭଲ ଭାବେ ଜଣା ବୋଲି ୭୯ଟି ଟେଷ୍ଟ ଓ ୧୮୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ହସି କହିଛନ୍ତି। ଦୁଇ ଓପନରଙ୍କ ଉପରେ ଅଷ୍ଟ୍ରେଲିଆ ଅତ୍ୟଧିକ ନିର୍ଭରଶୀଳ ହେଉଛି ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଛନ୍ତି। ଭାରତ ସମେତ ଏକାଧିକ ଦଳ ଦୁଇ ତିନିଜଣଙ୍କ ଉପରେ ବେଶ୍‌ ନିର୍ଭରଶୀଳ ହେଉଛି। ଏଥିରେ ନୂଆ କଥା କିଛି ନାହିଁ। ନ୍ୟୁଜିଲାଣ୍ଡ କେନ୍‌ ଓ୍ବିଲିୟମସନ, ଭାରତ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନିର୍ଭର କରୁଛି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉସ୍‌ମାନ ଖ୍ବାଜା, ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପାଖରେ ଏକ୍ସ- ଫ୍ୟାକ୍ଟର ରହିଛି। ତେବେ ମାର୍କସ ଷ୍ଟୋଇନିସ ଏପର୍ଯ୍ୟନ୍ତ ଦମ୍‌ ଦେଖାଇନାହାନ୍ତି। ଆଗକୁ ସେ ସଫଳ ହେବେ ଓ ଧୂଆଁଧାର ଇନିଂସ ଖେଳିବେ ବୋଲି ଆଶା କରୁଛି। ସବୁ କିଛି ଠିକ୍‌ଠାକ୍‌ ଚାଲେ ତେବେ ଏଥର ଅଷ୍ଟ୍ରେଲିଆ ପୁଣି ବାଜି ମାରିବ ବୋଲି ହସି ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri