ଚଢେଇ ରୂପରେ ଆସିଥିଲା ମୃତ୍ୟୁ ଦୂତ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବଣ୍ଡା ବାଳକଙ୍କଜୀବନ

ଖଇରପୁଟ/ଗୋବିନ୍ଦପାଲ୍ଲି, ୨ା୬ (ଡି.ଏନ୍‌.ଏ.): ଚଢେଇ ରୂପରେ ଆସିଥିଲା ମୃତ୍ୟୁଦୂତ। ସେଇ ଚଢେଇ ଧରିବା ପାଇଁ ତା ପଛରେ ଗୋଡାଇ ଥିଲେ ୭ବର୍ଷର ବଣ୍ଡା ବାଳକ। ଚଢେଇ ଯାଇ ଟ୍ରାନ୍ସଫର୍ମର ଉପରେ ବସିଥିଲା। ବାଳକ ଜଣଙ୍କ ଟ୍ରାନ୍ସଫର୍ମର ଉପରେ ଚଢ଼ିବା କ୍ଷଣି ବିଦ୍ୟୁତ୍‌ ଆଘାତରେ ଲିଭିଗଲା ନିରୀହ ବାଳକର ଜୀବନ ଦୀପ। କାଳର ଏଭଳି ଆକସ୍ମିକ ଖେଳ ମାଲକାନଗିରି ଜିଲା ଖଇରପୁଟରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ପାକନାଗୁଡ଼ା ଗାଁର ରାମଚନ୍ଦ୍ର ଶିଶାଙ୍କ ପୁଅ ରାଜେନ୍ଦ୍ର(୭) ସାଙ୍ଗମାନଙ୍କ ସହ ରବିବାର ସକାଳେ ଖେଳୁଥିବାବେଳେ ଏକ ଚଢେଇ ଦେଖି ତା ପଛରେ ଗୋଡାଇଥିଲେ। ଚଢେଇଟି ଉଡିଯାଇ ଗାଁରେ ଥିବା ଟ୍ରାନ୍ସଫର୍ମର ଉପରେ ବସିଯାଇଥିଲା। ଚଢେଇକୁ ଧରିବାକୁ ରାଜେନ୍ଦ୍ର ଟ୍ରାନ୍ସଫର୍ମର ଉପରେ ଚଢିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। କରେଣ୍ଟ ନ ଥିବାବେଳେ ରାଜେନ୍ଦ୍ର ଟାନ୍ସଫର୍ମର ଉପରେ ଚଢିଥିଲେ। କିନ୍ତୁ ହଠାତ୍‌ କରେଣ୍ଟ ଆସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୁଦୁଲିପଡା ପୋଲିସ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ମୃତଦେହକୁ ଟାନ୍ସଫର୍ମର ତଳକୁ ଆଣିଥିଲେ। ଶୋକସନ୍ତପ୍ତ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇ କ୍ଷତିପୂରଣ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରି ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ପରେ ଏକ ଶୋକାକୁଳ ପରିବେଶରେ ରାଜେନ୍ଦ୍ରଙ୍କ ମୃତଦେହର ସତ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?