ଘୋଡ଼ା ନିର୍ଯାତନା ଓ ଆଇନ

ମାନେକା ଗାନ୍ଧୀ

ତରାଇ (ହିମାଳୟ ପାଦଦେଶରେ ଥିବା ଅଞ୍ଚଳ)ର ଅଧିକାଂଶ ଜିଲା ମୁଖ୍ୟତଃ ପିଲିଭିଟ (ଉତ୍ତରପ୍ରଦେଶ)ରେ ବହୁ ସଂଖ୍ୟାରେ ଘୋଡ଼ାଗାଡି ଦେଖିବାକୁ ମିଳେ। କେବଳ ଏହି ଅଞ୍ଚଳରେ ନୁହେଁ,ଉତ୍ତର ଭାରତର ଅନେକ ରାଜ୍ୟରେ ଏହା ପରିଲକ୍ଷିିତ ହୁଏ। ଏପରି କି ଦିଲ୍ଲୀରେ ଘୋଡାଗାଡିକୁ ନିଷେଧ କରାଯାଇଥିଲେ ବି ସହରର ଅଧିକାଂଶ ଅଞ୍ଚଳରେ ଘୋଡାମାନଙ୍କୁୁ ଏଭଳି କାର୍ଯ୍ୟରେ ଲଗାଯାଉଛି। ବରେଲିରେ ମୋର ଗୋଟିଏ ପିପୁଲସ୍‌ ଫର୍‌ ଆନିମଲ୍‌ ହସ୍ପିଟାଲ ରହିଛି। ଏମିତି ଏକ ଦିନ ନାହିଁ, ଯେଉଁଠି ପାଖ ଜିଲାରୁ ହସ୍ପିଟାଲର କର୍ମଚାରୀମାନଙ୍କ ପାଖକୁ ଘୋଡାଙ୍କୁ ନେବା ଲାଗି ଫୋନ ଆସି ନ ଥିବ। ଦୁର୍ଘଟଣାର ସମ୍ମୁଖୀନ ହେବା, ଆବଡ଼ାଖାବଡା ଗାଁ ରାସ୍ତାରେ ଘୋଡ଼ାର ଗୋଡ ଭାଙ୍ଗିଯିବା କିମ୍ବା ଦୁର୍ବଳ ହେଉ କି ଅଧିକ ଯାତ୍ରୀ ବୋହିବା ବୋଝ ଜନିତ ଯନ୍ତ୍ରଣାରୁ ହେଉ, ମୃତ୍ୟୁ ଘଟୁଥିବା ଘୋଡ଼ାଙ୍କୁ ନେବା ଲାଗି ସାଧାରଣତଃ ଏଭଳି ଫୋନ୍‌ ଆସିଥାଏ। ଠିକ୍‌ ଭାବେ ନାଲ ଲଗାଯାଇ ନ ଥିବା କାରଣରୁ ସେମାନେ ଖୁରା ହରାଇଥାନ୍ତି। ସେମାନଙ୍କ ପାଦ ଫୁଲିଯାଏ ଓ ଅବସାଦରେ ରୁହନ୍ତି। ଅନେକଙ୍କଠାରେ ଗ୍ଲାଣ୍ଡର୍ସ( ଏକପ୍ରକାର ଭୟଙ୍କର ସଂକ୍ରାମକ ରୋଗ) ଦେଖାଯାଏ। ଅପଙ୍ଗ ହେବା କିମ୍ବା ମୃତ୍ୟୁ ହେବା ଭିତରେ ବି ଏହାର ନିରୂପଣ କିମ୍ବା ଚିକିତ୍ସା କରାଯାଇନଥାଏ।
ଘୋଡ଼ାମାନଙ୍କୁ ବାରମ୍ବାର ବାଡାଇବା ଯୋଗୁ ସେମାନଙ୍କ ଆଖିରେ ଆଘାତ ଲାଗେ,ଏପରି କି କ୍ଷତ ବି ହୋଇଯାଏ। ଖୁରାରେ କଣ୍ଟା ବାଡ଼ାଇବା ଦ୍ୱାରା ଗର୍ତ୍ତ ସୃଷ୍ଟି ହୁଏ ଓ ବହୁ ସମୟରେ କଣ୍ଟା ବି ହାଡ ମଧ୍ୟକୁ ପ୍ରବେଶ କରିଯାଏ। ଏହାଦ୍ୱାରା ସେମାନଙ୍କ ଗୋଡ ଫୁଲିଯାଏ। ‘ପେଟା’ ପାଇଁ ମହାରାଷ୍ଟ୍ରର ପ୍ରାଣୀପାଳନ ବିଭାଗର ପ୍ରାଣୀଚିକିତ୍ସକମାନେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଘୋଡ଼ାମାନଙ୍କ ସ୍ବାସ୍ଥ୍ୟ ଉପରେ ଆକଳନ କରି ଏକ ରିିପୋର୍ଟ ପ୍ରସ୍ତୁତ କରିଛନ୍ତିି। ଏଥିରୁ ଜଣାପଡିଛି ଯେ,ସମସ୍ତ କାର୍ଯ୍ୟରତ ଘୋଡା ପୁଷ୍ଟିହୀନତାର ଶିକାର ହେଉଛନ୍ତି। ସେମାନଙ୍କ ଶରୀରରେ ସବୁଆଡେ କ୍ଷତ ତଥା ସ୍ନାୟୁଫୁଲା, ଅସ୍ଥିରଜ୍ଜୁ ଓ ଗଣ୍ଠି ସମସ୍ୟା ଦେଖିବାକୁ ମିଳିଛି। ପ୍ରାଣୀଚିକିତ୍ସକମାନେ କହିଛନ୍ତି,ଏଭଳି ଅବସ୍ଥାରେ ଯଦି ଘୋଡ଼ାଙ୍କୁ ପୁଣି କାର୍ଯ୍ୟରେ ଲଗାଯାଏ ତେବେ ସେମାନଙ୍କର ଏହି ଯନ୍ତ୍ରଣାଦାୟକ ସମସ୍ୟା ଆହୁରି ବଢ଼ିଯିବ ଓ ଏହାଦ୍ୱାରା ସେମାନେ ଅପଙ୍ଗ ହୋଇଯିିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଟିସ୍ଥିତ ଡବ୍ଲ୍ୟୁଟିଜି. ଇ. ଭି. ଆଣ୍ଡ୍‌ ଆଇପିଏଏନ୍‌ ଦ୍ୱାରା କରାଯାଇଥିବା ଏକ କ୍ଷତ୍ରୀୟ ଅନୁଧ୍ୟାନରୁ ଜଣାଯାଇଛି ଯେ, ଖୁରାରେ ଠିକ୍‌ ଭାବେ ନାଲ ନ ଲଗାଯିବା ଯୋଗୁ ୩୫୦ଟି ଘୋଡ଼ା ଖୁରା ସମସ୍ୟାର ସମ୍ମୁୁଖୀନ ହେବା ସହ ଯନ୍ତ୍ରଣାଦାୟକ ଆଘାତ ପାଉଛନ୍ତି। ଅନେକଙ୍କଠାରୁ ରକ୍ତ ସଂଗ୍ରହ କରାଯାଉଥିବାରୁ ସେମାନେ ରକ୍ତହୀନତାର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ, ଘା ଓ ରୋଗଗ୍ରସ୍ତ ଖୁରାର ଚିକିତ୍ସା କରାଯାଉନି। ଏହାବାଦ୍‌ ସେମାନଙ୍କଠାରେ ଗୋଡଫୁଲା ସମସ୍ୟା , ସଂକ୍ରମଣ, ଛୋଟାପଣ ବି ଦେଖାଯାଏ। ଆଖିତ୍ ସମସ୍ୟାରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। କୌଣସି ଘୋଡ଼ାକୁ ମାଲିମାନେ ଘରେ ରଖନ୍ତିନାହିଁ। ମୁଁ ଦେଖିଛି ପିଲିଭିଟିରେ ସେମାନଙ୍କୁ ରାସ୍ତା କଡ଼ରେ ଖୁଣ୍ଟରେ ବାନ୍ଧି ଦିଆଯାଏ। ଖରା,ବର୍ଷା ଓ ଥଣ୍ଡାରୁ ସୁରକ୍ଷା ଦେବାରେ କୌଣସି ବ୍ୟବସ୍ଥା ବି କରାଯାଇ ନ ଥାଏ। ସେମାନେ ବିଶୁଦ୍ଧ ପାନୀୟ ଜଳ ପିଇବାକୁ ପାଆନ୍ତିନି। ବେକରେ ଏକ ଖାଦ୍ୟଥଳୀ ଝୁଲାଇ ଦିଆଯାଏ ଓ ସେଥିରୁ ସେମାନେ ଖାଆନ୍ତି। ଯାତ୍ରୀ ବୋହିବା ସମୟରେ ସେମାନେ ଷ୍ଟପେଜରେ ଏହାକୁ ଖାଇଥାନ୍ତି।
ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ଥାଏ। ସବୁଜ ଘାସ ଖାଇବାକୁ ଖୋଜି ବୁଲିବା ସମୟରେ ଏଭଳି ବିପଦରେ ବେଶି ପଡିଥାନ୍ତି। ଘୋଡ଼ା ଦିନକୁ ଖାଇବାରେ ୧୮ଘଣ୍ଟା କଟାଏ । ଚୋବାଇ ଖାଇବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟକୁ ଉପକାର ହୋଇଥାଏ। କିନ୍ତୁ ଯେହେତୁ ସେମାନଙ୍କୁ କାର୍ଯ୍ୟରୁ କମ୍‌ ଫୁରୁସତ ମିଳେ ସେଥିପାଇଁ ସେମାନେ ଖାଇବା କିମ୍ବା ପାକୁଳି କରିବା ପାଇଁ ସମୟ ପାଆନ୍ତିନି। ସେମାନେ ଅଳିଆ ବାକ୍ସ ବାହାରେ ପଡିଥିବା ଖାଦ୍ୟ ଏପରିକି ପ୍ଲାଷ୍ଟିକ୍‌ ଦ୍ରବ୍ୟକୁ ବି ଖାଇଥାନ୍ତି। ଏଭଳି ବହୁଥର ଖାଇବା ଦ୍ୱାରା ସେମାନଙ୍କ ପାକସ୍ଥଳୀରେ ପ୍ଲାଷ୍ଟିକର ଏକ ଗୁୂଳା ଗଠିତ ହୁଏ। ଏହା ସହଜରେ ହଜମ ହୁଏନାହିଁ। ଶେଷରେ ଏହା ଯୋଗୁ ଖାଦ୍ୟନଳୀ ଅବରୋଧ ହେବା ସହ ଖାଦ୍ୟନଳୀରେ କଣା ହୋଇଯାଏ।
ବାଧ୍ୟତାମୂଳକ ଭାବେ ବହୁ ଘୋଡ଼ାଙ୍କୁ ଗର୍ଭଧାରଣ କରାଯାଏ। ପରେ ମା’ ଓ ଛୁଆ ବେଶିଦିନ ଏକାଠି ରହିପାରନ୍ତିନି, ଛୁଆକୁ ବିକ୍ରି କରି ଦିଆଯାଏ। ଯଦି ଧଳାରଙ୍ଗର ମାଈ ଘୋଡା ହୋଇଥାଏ ତେବେ ତାହାକୁ ବରାତ୍‌ରେ ନିଆଯାଏ ଓ ସେମାନେ ମ୍ୟୁଜିକ୍‌ ଶବ୍ଦ ଓ ନାଚଗହଳି ମଧ୍ୟରେ ମୁହଁରେ ତୁଣ୍ଡି ଲାଗିଥିବା ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଚାଲନ୍ତି ଓ ଅପେକ୍ଷା ବି କରିଥାନ୍ତି। ପାଟି ପାଖରେ ତୁଣ୍ଡିର ଲୁହାଅଂଶକୁ କାମୁଡିବା ଦ୍ୱାରା ସେମାନଙ୍କ ଦାନ୍ତ ଭାଙ୍ଗିଯାଏ। ଥରେ ଚିନ୍ତା କରନ୍ତୁ ତ କିଭଳି ଭୟ ଓ ଯନ୍ତ୍ରଣାଦାୟକ ପରିସ୍ଥିତି ଦେଇ ଘୋଡ଼ା ଯାଇଥାଏ। ଅନେକ ଘୋଡ଼ା ଏତେ ଭୟଭୀତ ହୋଇଯାଆନ୍ତି ଯେ, ସେମାନେ ଜିଭକୁ ବି କାମୁଡି ଦିଅନ୍ତି ଏବଂ ଏହାପରେ କିଛି ସପ୍ତାହ ଚୋବାଇ ପାରନ୍ତିନି। ଏହା ସତ୍ତ୍ୱେ ବି କୌଣସି ଘୋଡ଼ାକୁ ଚିକିତ୍ସା କରାଯାଏନାହିଁ। ଘୋଡ଼ା ଓ ଅନ୍ୟ ପ୍ରାଣୀଙ୍କ ଚିକିତ୍ସା ଉପରେ ସରକାରୀ ପ୍ରାଣୀଚିକିତ୍ସକମାନେ ପ୍ରଶିକ୍ଷଣ ପାଇନାହାନ୍ତି । କେବଳ ଏତିକି ନୁହେଁ ସବୁ ଅଞ୍ଚଳରେ ଥିବା ପ୍ରାଣୀଚିକିତ୍ସାଳୟଗୁଡିକରେ ଚିକିତ୍ସା ଯନ୍ତ୍ରପାତି ଓ ଓ୍ୟଷଧ ମଧ୍ୟ ନାହିଁ। ବାସ୍ତବରେ ସେମାନେ କିଛି କରୁନାହାନ୍ତି। କିଛି କାମ ନ କରି ଯଦି ଅଧିକ ଦରମାରେ ଚାକିରି ତୁମେ ଚାହୁଁଛ ତେବେ ଭାରତରେ ସରକାରୀ ପ୍ରାଣୀପାଳନ ବିଭାଗକୁ ଆବେଦନ କର।
ତେବେ ଆମେ ଏହି ସମସ୍ୟା କେମିତି ସମାଧାନ କରିବା? ଭାରତରେ ପ୍ରାୟ ୧୨ ଲକ୍ଷ ଘୋଡ଼ା ଓ ଖଚର ଏଭଳି କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ କମ୍‌ ଖାଦ୍ୟ ଓ କମ୍‌ ପାଣିରେ ମାଲିକମାନେ ଅଧିକ ଖଟାଉଛନ୍ତି ଏବଂ କୌଣସି ରୋଗର ବି କିଛି ଚିକିତ୍ସା କରାଯାଉନାହିଁ। ଆଇନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବାର ଏହା ଉପଯୁକ୍ତ ସମୟ। ୩୦ ବର୍ଷ ତଳେ ଘୋଡା ଗାଡ଼ିରେ କେତେ ଲୋକ ବସିବେ ତାହା ଉପରେ ମୁଁ ଏକ ନିୟମ କରିଥିଲି। କିନ୍ତୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଆସୁଛନ୍ତି। ନିୟମ ଦୃଷ୍ଟିରୁ ୪ ଜଣରୁ ଅଧିକ ଲୋକ ଗାଡିରେ ବସିପାରିବେ ନାହିଁ। କିନ୍ତୁ ଗୋଟିଏ ଗାଡିରେ ୧୫ରୁ କମ୍‌ ଲୋକ ବସିବାର କେବେ ବି ମୁଁ ଦେଖିନାହିଁ। ଏଥିପାଇଁ ଆଇନ୍‌ ଅନୁସାରେ ଅର୍ଥଦଣ୍ଡର ବ୍ୟବସ୍ଥା ରଖାଯିବା ଦରକାର। ଫଳରେ ଏହି ଅର୍ଥ ଘୋଡାଙ୍କ ଚିକିତ୍ସାରେ ଠିକ୍‌ ଭାବେ ବ୍ୟୟ କରାଯାଇପାରିବ। ନିୟମିତ ଚିକିତ୍ସା କରାଯାଇ ସେମାନଙ୍କୁ କୃମିମୁକ୍ତ କରାଯିବା ସହ ଆଣ୍ଟି ଟିଟାନସ୍‌ ଇଞ୍ଜେକ୍‌ସନ ଦିଆଯାଇପାରିବ। ଘୋଡ଼ାଗାଡି ମାଲିକମାନଙ୍କୁ ଠିକ୍‌ ଭାବେ ଖୁରାର ଯନତ୍ ନେବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇପାରିବ। ପ୍ରତ୍ୟେକ ଘୋଡ଼ା ମାଲିକ ତାଙ୍କ ଘୋଡ଼ାର ପଞ୍ଜୀକରଣ କରିବା ସହ ତାହାକୁ ପ୍ରତିବର୍ଷ ନବୀକରଣ କରିବାକୁ ମୁଁ ପିଲିଭିଟ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କୁ ପ୍ରସ୍ତାବ ଦେଇଛି। ଏହା ଅନୁସାରେ ମାଲିକଙ୍କୁ ମଧ୍ୟ କିଛି ଅର୍ଥ ଦେବାକୁ ପଡିବ, ଯାହା ଘୋଡା ନାଲ ଲଗାଇବାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିନିଯୋଗ ହେବ। ବିନା ଲାଇସେନ୍‌ସରେ ଥିବା ଘୋଡ଼ାମାନଙ୍କୁ ଜବତ କରାଯିବ। ଯଦି ଜଣେ ମାଲିକଙ୍କ ଘୋଡାଗୁଡିକ କୌଣସି କାରଣରୁ ଶୀଘ୍ର ମରିଯାଆନ୍ତି ତେବେ ତାଙ୍କୁ ଅଧିକ ଘୋଡା ରଖିବାକୁ ଦିଆଯିବନି। ଏହାଦ୍ୱାରା ଆମେ ଘୋଡ଼ାମାନଙ୍କ ସର୍ବନିମ୍ନ ଚିକିତ୍ସା କରିବାକୁ ସକ୍ଷମ ହେବା ସହ ମାଲିକମାନଙ୍କୁ ଦାୟୀ କରିପାରିବା। ପ୍ରତ୍ୟେକ ଜିଲାର ପ୍ରାଣୀ ଚିକିତ୍ସାଳୟ କିଛି ଅର୍ଥ ପାଇବ ଏବଂ ଆଶାକରାଯାଏ, ଏହି ଆଇନ ଘୋଡା ରଖିବା କିମ୍ବା ସେମାନଙ୍କୁ କାର୍ଯ୍ୟରେ ଲଗାଇବାରୁ ବିରତ ରଖିବ। ମୋ ଜୀବଦ୍ଦଶାରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ମୁଁ ଦେଖିବାକୁ ଚାହେଁ।
ମହାସାଗର ମନ୍ଥନବେଳେ ସେଥିରୁ ପ୍ରଥମ ଘୋଡ଼ା ବାହାରିଥିଲା। ଉଚ୍ଚୈଶ୍ରବା ନାମକ ଏହି ପକ୍ଷୀରାଜ ଘୋଡ଼ାକୁ ଇନ୍ଦ୍ର ସ୍ବର୍ଗକୁ ନେଇଯାଇଥିଲେ। ପରେ ତାଙ୍କ ଉତ୍ତାଧିକାରୀମାନେ ପକ୍ଷହୀନ ହୋଇଗଲେ ଏବଂ ସେମାନଙ୍କୁ ମର୍ତ୍ତ୍ୟକୁ ପଠାଇ ଦିଆଗଲା। ବିଷ୍ଣୁଙ୍କ ଅବତାରଗୁଡିକ ମଧ୍ୟରୁ ଘୋଡ଼ାମୁଣ୍ଡଯୁକ୍ତ ହୟଗ୍ରୀବ ଅନ୍ୟତମ ଓ ଏହା ଜ୍ଞାନର ପ୍ରତୀକ। ମର୍ତ୍ତ୍ୟର ଏହି ଉତ୍ତରାଧିକାରୀ ଘୋଡ଼ାମାନେ ମଣିଷ ଦ୍ୱାରା ନିର୍ଯାତନାର ଶିକାର ହେବା ସତରେ କେତେ ଦୁଖଦାୟକ!
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?