ଘାଟିରେ ପ୍ରବାସୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- ପଶ୍ଚିମବଙ୍ଗର ବାଙ୍କୁଡା ଜିଲା ସୁନାମୁଖିରୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ କାର୍‌ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଆଠମଲ୍ଲିକ-ଅନୁଗୋଳ ପୂର୍ତ୍ତ ବିଭାଗ ରାସ୍ତା ଝରଝରି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ, ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ବଙ୍ଗମୁଣ୍ଡା ଅଞ୍ଚଳର ଆଶିଷ କୁମାର(୨୪) କୋଭିଡ ପାସ୍‌ ନେଇ ଏକ କାର୍‌ (ନଂ. ଡବ୍ଲ୍ୟୁବି ୬୮ ଏସି ୫୪୦୮) ଯୋଗେ ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ଝରଝରି ଘାଟଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେବେ ସୌଭାଗ୍ୟବଶତଃ ସେ ଓ ଡ୍ରାଇଭର ପ୍ରିୟରଞ୍ଜନ ଚାଟାର୍ଜୀ ସୁରକ୍ଷିତ ଅଛନ୍ତି। ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାଶ କାର୍‌ ଜବତ କରି ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri