ଘରେ ହେଲା ନମାଜ ପାଠ

ବାଙ୍ଗିରିପୋଷି,୨୬ା୫(ଡି.ଏନ.ଏ): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା ନ କରିବା ପାଇଁ କଟକଣା ରହିଛି। ଏହି ଅବସରରେ ସମସ୍ତ ମନ୍ଦିର ଓ ମସଜିଦରେ ୧୪୪ ଧାରା ଜାରି ଯାଇଛି ା ଲକଡାଉନ ସମୟରେ ଚଳିତ ବର୍ଷର ରମଜାନ ମାସ ପଡିଥିବାରୁ ଶ୍ରଦ୍ଧାଳୁମାନଙ୍କୁ ମସଜିଦ ଆସିବାକୁ ମନା କରାଯିବା ସହିତ ନିଜ ନିଜ ଘରେ ନମାଜ ପାଠ କରିବା ପାଇଁ କୁହାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ପାଳନ କରି ବାଙ୍ଗିରିପୋଷି ଅଞ୍ଚଳରେ ରହୁଥିବା ସମସ୍ତ ମୁସଲମାନ ଭାଇ ଭଉଣୀମାନେ ସେମାନଙ୍କର ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବରେ ଘରେ ରହି ନମାଜ ପାଠ କରିଥିଲେ। ଫଳରେ ମସଜିଦ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଙ୍ଗିରିପୋଷି ମସଜିଦ କମିଟିର ସଭାପତି ସେକ୍‌ ମାଇନୁଦ୍ଦିନ, ସମ୍ପାଦକ ସେକ ଆଫରଜ୍‌, କୋଷାଧ୍ୟକ୍ଷ ସେକ ତାଜୁଦ୍ଦିନ ଓ ସେକ ଆଜୁ, ସେକ ଆବାସ,ଏସକେ ସାକିଲ୍‌, ସେକ ଫରମାନ ଅନସାରୀ, ସେକ ଇସ୍‌ରାଇଲ,ସେକ୍‌ ଏହେସାନ, ମହମ୍ମଦ ସାଫିର ସାଗର, ଜମିର ଉଦ୍ଦିନ,ସେକ ସାକିଲ, ନାଇମୁଦ୍ଦିନ, ରାହିମ, ସାନୱାଜ, ତାଫଜିଲ,ନାଇମ, ଆଦିଲ ଆଦି ସରକାରଙ୍କ ନିୟମ ମାନି ଘରେ ରହି ନମାଜ ପାଠ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri