Posted inଖେଳ

ଘରେ କାମ କରୁଥିବା ଯାଜପୁର ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୪। ୪(ପି.ଟି.): ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ତାଙ୍କ ଘରେ କାମ କରୁଥିବେ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ୪୯ ବର୍ଷୟା ଏହି ମହଳାଙ୍କ ନାମ ସରସ୍ବତୀ ପାତ୍ର। ତାଙ୍କ ଓଡ଼ିଶା ଯାଜପୁର ଜିଲାରେ। ସେ ଦୀର୍ଘ ଦିନ ଧରି ଡାଇବେଟିସ୍‌ ଓ ହାଇ ବ୍ଲଡପ୍ରେସର ବିରୋଧରେ ସଂଗ୍ରାମ କରି ଆସୁଥିଲେ। କିଛି ଦିନ ତଳେ ତାଙ୍କୁ ସାର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯାଉଥିବା ବେଳେ ସରସ୍ବତୀ ଗତ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କ ମୃତ ଶରୀରକୁ କୋଭିଡ-୧୯ ସଂକ୍ରମଣ ଜନିତ ଲକ୍‌ଡାଉନ କାରଣରୁ ଓଡ଼ିଶାରେ ଥିବା ତାଙ୍କ ପରିବାର ନିକଟକୁ ପଠାଯିବା ସମ୍ଭବ ହୋଇ ନ ଥିଲା। ଫଳରେ ଶେଷରେ ଗମ୍ଭୀର ନିଜେ ତାଙ୍କ ଅନ୍ତେଷ୍ଟିକ୍ରିୟା କରିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି।
ସରସ୍ବତୀ ମୋ ପିଲାର ଯତ୍ନ ନେଉଥିଲେ। ତେଣୁ ତାଙ୍କ ଚାକରାଣୀ ବୋଲି କୁହାଯିବା ଠିକ୍‌ ହେବନାହିଁ। ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ମୋର ଦାୟିତ୍ୱ। ସେ ଆମ ଘରେ ଗତ ୬ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ସେ ଆମ ପରିବାରର ସଦସ୍ୟ ଥିଲେ ବୋଲି ଗମ୍ଭୀର କହିଛନ୍ତି। ଏହି ବଦାନ୍ୟତା ପାଇଁ କେନ୍ଦ୍ର ଷ୍ଟିଲ୍‌ ଓ ପୋଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗମ୍ଭୀରଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ ଏହି କାର୍ଯ୍ୟ ମାନବିକତାକୁ ସୂଚାଉଛି। ଦେଶରେ ବହୁ ଗରିବ ଲୋକ ଜୀବୀକା ପାଇଁ ଘର ଛାଡି ବାହାରେ କାର୍ଯ୍ୟକରୁଛନ୍ତି। ତେଣୁ ଗମ୍ଭୀରଙ୍କ ଏ ଭଳି ବଦାନ୍ୟତା ସାରା ମାନବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଉଲ୍ଲେଖଥାଉ କି, ସରସ୍ବତୀ ୨୦୧୩ରେ ଜଣେ ପ୍ରତିନିଧି ଭାବେ ଏକ ସେମିନାରରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ତାଙ୍କ ଭାଇ ପ୍ରଫୁଲ୍ଲ ପାତ୍ର କହିଛନ୍ତି। ସେଠାରେ ସେ ଜଣେ ଓଡ଼ିଆ ମହିଳାଙ୍କୁ ଭେଟିଥିଲେ। ସମ୍ପୃକ୍ତ ମହିଳା ଜଣକ ଗମ୍ଭୀରଙ୍କୁ ଜାଣିଥିଲେ। ସେ ମୋ ଭଉଣୀଙ୍କୁ ଗମ୍ଭୀରଙ୍କ ଘରକୁ ନେଇଥିଲେ। ସେଠାରେ ଗମ୍ଭୀରଙ୍କ ଘରେ ସରସ୍ବତୀ ଘରୋଇ କାର୍ଯ୍ୟରେ ସାହଯ୍ୟ କରୁଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ସରସ୍ବତୀ ଯାଜପୁରର କୁସୁନପୁରରେ ଥିବା ତାଙ୍କ ବାପାଙ୍କ ଘରେ ରହୁଥିଲେ। ସ୍ବରସ୍ବତୀ ମଧ୍ୟ ଯାଜପୁରରେ ମାନବିକ ଅଧିକାର ପାଇଁ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ। ୧୪ ତାରିଖରେ ସରସ୍ବତୀ ଅସୁସ୍ଥ ହୋଇପଡିବା ପରେ ଗମ୍ଭୀର ଆମ ସହ ଯୋଗାଯୋଗ କରିଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା କଥା ମଧ୍ୟ ସେ କହିଛନ୍ତି। ଗମ୍ଭୀର ୨୦୧୧ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ୩୮ ବର୍ଷୀୟ ଗମ୍ଭୀର ୨୦୦୪ରୁ ୨୦୧୬ ମଧ୍ୟରେ ୫୮ଟି ଟେଷ୍ଟ, ୧୪୭ ଟି ଦିନିକିଆ ଓ ୩୭ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri