Posted inଖେଳ

ଘରେ କାମ କରୁଥିବା ଯାଜପୁର ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୪। ୪(ପି.ଟି.): ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ତାଙ୍କ ଘରେ କାମ କରୁଥିବେ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ୪୯ ବର୍ଷୟା ଏହି ମହଳାଙ୍କ ନାମ ସରସ୍ବତୀ ପାତ୍ର। ତାଙ୍କ ଓଡ଼ିଶା ଯାଜପୁର ଜିଲାରେ। ସେ ଦୀର୍ଘ ଦିନ ଧରି ଡାଇବେଟିସ୍‌ ଓ ହାଇ ବ୍ଲଡପ୍ରେସର ବିରୋଧରେ ସଂଗ୍ରାମ କରି ଆସୁଥିଲେ। କିଛି ଦିନ ତଳେ ତାଙ୍କୁ ସାର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯାଉଥିବା ବେଳେ ସରସ୍ବତୀ ଗତ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କ ମୃତ ଶରୀରକୁ କୋଭିଡ-୧୯ ସଂକ୍ରମଣ ଜନିତ ଲକ୍‌ଡାଉନ କାରଣରୁ ଓଡ଼ିଶାରେ ଥିବା ତାଙ୍କ ପରିବାର ନିକଟକୁ ପଠାଯିବା ସମ୍ଭବ ହୋଇ ନ ଥିଲା। ଫଳରେ ଶେଷରେ ଗମ୍ଭୀର ନିଜେ ତାଙ୍କ ଅନ୍ତେଷ୍ଟିକ୍ରିୟା କରିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି।
ସରସ୍ବତୀ ମୋ ପିଲାର ଯତ୍ନ ନେଉଥିଲେ। ତେଣୁ ତାଙ୍କ ଚାକରାଣୀ ବୋଲି କୁହାଯିବା ଠିକ୍‌ ହେବନାହିଁ। ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ମୋର ଦାୟିତ୍ୱ। ସେ ଆମ ଘରେ ଗତ ୬ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ସେ ଆମ ପରିବାରର ସଦସ୍ୟ ଥିଲେ ବୋଲି ଗମ୍ଭୀର କହିଛନ୍ତି। ଏହି ବଦାନ୍ୟତା ପାଇଁ କେନ୍ଦ୍ର ଷ୍ଟିଲ୍‌ ଓ ପୋଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗମ୍ଭୀରଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ ଏହି କାର୍ଯ୍ୟ ମାନବିକତାକୁ ସୂଚାଉଛି। ଦେଶରେ ବହୁ ଗରିବ ଲୋକ ଜୀବୀକା ପାଇଁ ଘର ଛାଡି ବାହାରେ କାର୍ଯ୍ୟକରୁଛନ୍ତି। ତେଣୁ ଗମ୍ଭୀରଙ୍କ ଏ ଭଳି ବଦାନ୍ୟତା ସାରା ମାନବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଉଲ୍ଲେଖଥାଉ କି, ସରସ୍ବତୀ ୨୦୧୩ରେ ଜଣେ ପ୍ରତିନିଧି ଭାବେ ଏକ ସେମିନାରରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ତାଙ୍କ ଭାଇ ପ୍ରଫୁଲ୍ଲ ପାତ୍ର କହିଛନ୍ତି। ସେଠାରେ ସେ ଜଣେ ଓଡ଼ିଆ ମହିଳାଙ୍କୁ ଭେଟିଥିଲେ। ସମ୍ପୃକ୍ତ ମହିଳା ଜଣକ ଗମ୍ଭୀରଙ୍କୁ ଜାଣିଥିଲେ। ସେ ମୋ ଭଉଣୀଙ୍କୁ ଗମ୍ଭୀରଙ୍କ ଘରକୁ ନେଇଥିଲେ। ସେଠାରେ ଗମ୍ଭୀରଙ୍କ ଘରେ ସରସ୍ବତୀ ଘରୋଇ କାର୍ଯ୍ୟରେ ସାହଯ୍ୟ କରୁଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ସରସ୍ବତୀ ଯାଜପୁରର କୁସୁନପୁରରେ ଥିବା ତାଙ୍କ ବାପାଙ୍କ ଘରେ ରହୁଥିଲେ। ସ୍ବରସ୍ବତୀ ମଧ୍ୟ ଯାଜପୁରରେ ମାନବିକ ଅଧିକାର ପାଇଁ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ। ୧୪ ତାରିଖରେ ସରସ୍ବତୀ ଅସୁସ୍ଥ ହୋଇପଡିବା ପରେ ଗମ୍ଭୀର ଆମ ସହ ଯୋଗାଯୋଗ କରିଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା କଥା ମଧ୍ୟ ସେ କହିଛନ୍ତି। ଗମ୍ଭୀର ୨୦୧୧ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ୩୮ ବର୍ଷୀୟ ଗମ୍ଭୀର ୨୦୦୪ରୁ ୨୦୧୬ ମଧ୍ୟରେ ୫୮ଟି ଟେଷ୍ଟ, ୧୪୭ ଟି ଦିନିକିଆ ଓ ୩୭ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?