ଘନେଇଲା ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ)-ଭୁବନେଶ୍ୱର, ଭଦ୍ରକ ସହର ଏବଂ କଟକ ମହାନଗର ନିଗମ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ଏହି ସଟଡାଉନ ବଳବତ୍ତର ରହିବ। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମଗ୍ର ଦେଶରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ସମୁଦାୟ ୬ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୪ଟି ଏବଂ ଗୋଟିଏ ଲେଖାଏ କଟକ ଓ ଭଦ୍ରକ ସହରର ବୋଲି ଜଣାପଡିଛି। ଏହି ତିନୋଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ପଞ୍ଚମ କରୋନା(କୋଭିଡ-୧୯) ଆକ୍ରାନ୍ତଙ୍କ ଠାରେ ବିଲକ୍ଷଣ ଦେଖାଦେଇଛି। ସେହି ବ୍ୟକ୍ତି ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଆହୁରି ଘନିଭୁତ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ବିଦେଶକୁ କିମ୍ବା ବାହାର ରାଜ୍ୟକୁ ଯାଇ ନାହାନ୍ତି। ଏହା ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିଲା। ଶୁକ୍ରବାର ଅପରାହ୍ନରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସହରକୁ ମଧ୍ୟ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଟୁଇଟ କରି ଜଣାଇଛନ୍ତି।
ଏହି ସମୟରେ ସମସ୍ତ ତେଜରାତି ଦୋକାନ, ଫଳ, ପନିପରିବା, ଔଷଧ, ମାଛ, ମାଂସ, ଅଣ୍ଡା ଓ ଚିକେନ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ କେତେ ସଂଖ୍ୟାରେ ଔଷଧ ଦୋକାନ ଖୋଲା ରହିବ ତାହା ସ୍ଥାନୀୟ ପ୍ରଶାସନ ସ୍ଥିର କରିବେ। ଏହି ସଟଡାଉନ ଏକ ପ୍ରକାର ଅଘୋଷିତ କର୍ଫୁ। ଏହି ସମୟରେ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ। ଯଦି ଏହାକୁ କୌଣସି ବ୍ୟକ୍ତି ଅବମାନନା କରିବେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୪ ଦିନିଆ କ୍ୱାରେନଟାଇନରେ ରଖିବେ। କୋଭିଡ-୧୯ ଭଳି ମହାମାରୀ ସମୟରେ ଲୋକମାନଙ୍କର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ସଟଡାଉନ ସମୟରେ ଆମ୍ବୁଲାନ୍ସ ସଂଖ୍ୟାକୁ ବଢାଇ ଦିଆଯିବ । ଜରୁରୀ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପାସ ପ୍ରଦାନ କରାଯିବ। ଏଥିରେ ଭୟଭୀତ ନ ହେବା ପାଇଁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ସହର ସମେତ କେଉଁ ଗ୍ରାମାଞ୍ଚଳରେ ଏହି ସଟଡାଉନ ଲାଗୁ ହେବ ସେ ନେଇ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମର ସହରାଞ୍ଚଳ ସହିତ ୧୭ଟି ପଞ୍ଚାୟତରେ ମଧ୍ୟ ଏହାକୁ କଡାକଡି ଭାବେ ଲାଗୁ କରାଯାଇଛି। ସେହି ଗ୍ରାମପଞ୍ଚାୟତ ଗୁଡିକ ହେଲା ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥ ପୁର, ବରିମୁଣ୍ଡ, ଦାରଢେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା ଏବଂ ସିଜୁଆ, ବାଳକାଟି, ବାଲିଅନ୍ତା ଏବଂ ଜଗନ୍ନାଥପୁର। ସେହିପରି ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ ଆସୁଥିବା ପ୍ରଧାନସାହିରେ ମଧ୍ୟ ଏହି ସଟଡାଉନ କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି। ସଟଡାଉନ ସମୟରେ ବିଭାଗ ଦ୍ୱାରା ମାର୍ଚ୍ଚ ୨୭ ଓ ୩୦ ତାରିଖ ଏବଂ ବିିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ।

କ’ଣ ଖୋଲା ରହିବ
୧.ଡାକ୍ତରଖାନା
୨.ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ
୩. ଇଲେକ୍ଟ୍ରୋନିକ ଏବଂ ଆଇଟି ସଚିବଙ୍କ ଦ୍ୱାରା ଚିହ୍ନିତ ଟେଲିକମ ସର୍ଭିସ
୪.ରେଲଓ୍ବେ ଏବଂ କାର୍ଗୋ ବିମାନ
୫. ଜିଲା କିମ୍ବା କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଇଲେକ୍ଟ୍ରୋନିକ ଗଣମାଧ୍ୟମ
୬.କୋଭିଡ-୧୯ ପରିଚାଳିତ ଆଇ.ଟି /ଆଇଟିଇଏସ/କଲସେଣ୍ଟର
୭.ପାନୀୟ ଜଳ ଯୋଗାଣ,ପରିମଳ ଏବଂ ସ୍ବେରେଜ କାର୍ଯ୍ୟରେ ନିୟୋଜିତ କର୍ମଚାରୀ
୮. ବିଦ୍ୟୁତ ଯୋଗାଣ
୯.ସମ୍ପୃକ୍ତ ମ୍ୟୁନିସିପାଲିଟି/ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଔଷଧ ଦୋକାନ
୧୦. ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଯାନ(ଖାଲି/ଭର୍ତ୍ତି/)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri