ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏପରିସ୍ଥଳେ ହାତରେ ମୁହଁ, ଆଖି ନାକ, ପାଟି, କାନ ଆଦିକୁ ସ୍ପର୍ଶ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ ବୋଲି କୁହାଯାଇଛି। ତେବେ ପ୍ରତି ଲୋକ ଘଣ୍ଟାରେ ହାରାହାରି ୨୩ ଥର ମୁହଁରେ ହାତ ମାରିଥାନ୍ତି ବୋଲି  ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଅଭ୍ୟାସ ଦ୍ୱାରା ସହଜରେ ବିଭିନ୍ନ ସଂକ୍ରମଣ ହୋଇଥାଏ। ଏନେଇ ଗବେଷକଙ୍କ ପକ୍ଷରୁ କିଛି ଶିକ୍ଷାର୍ଥୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ସେମାନଙ୍କୁ ଏକ ବଡ଼ ହଲ୍‌ରେ ବସାଯାଇଥିଲା। ଏହାପରେ ସେମାନଙ୍କର ପ୍ରତିଟି କାର୍ଯ୍ୟ ଏବଂ ବ୍ୟକ୍ତିଗତ ଅଭ୍ୟାସର ଭିଡ଼ିଓ ରେକର୍ଡିଂ କରାଯାଇଥିଲା। ଜଣାପଡ଼ିଥିଲା ଘଣ୍ଟାଏ ମଧ୍ୟରେ ଶିକ୍ଷାର୍ଥୀମାନେ ହାରାହାରି ୨୩ ଥର ମୁହଁ, ନାକ, ପାଟି, କାନ ଏବଂ କେଶରେ ହାତ ମାରିଥିଲେ। ମାନସିକ ଚାପ ବଢ଼ିଲେ ଏହି ପ୍ରକ୍ରିୟା ଅଧିକ ଥର ହେଉଥିବାର ଅନୁଧ୍ୟାନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?