ଗୟାଶ୍ରାଦ୍ଧ ପରେ ବାର୍ଷିକ ଶ୍ରାଦ୍ଧ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ହିନ୍ଦୁ ଧର୍ମରେ ମାତା ଓ ପିତାଙ୍କର ତିରୋଧାନ ଦିବସକୁ ଶ୍ରାଦ୍ଧଦିବସ ବୋଲି କୁହାଯାଏ। ଏହାକୁ କେହି କେହି ପୁଣ୍ୟତିଥି ମଧ୍ୟ କହିଥାନ୍ତି। ଗତ ମହାଳୟା ଓ ଦୀପାବଳି ପୂର୍ବରୁ ଭୁବନେଶ୍ୱରସ୍ଥ ରବୀନ୍ଦ୍ରମଣ୍ଡପକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲି। ମୋ ଆଗଧାଡ଼ିରେ ଜଣେ ବିଶିଷ୍ଟ ସ୍ତମ୍ଭକାର ଓ ଏକ ସର୍ବଭାରତୀୟ ସେବାରେ ଯୋଗଦେଇ ଅବସର ଗ୍ରହଣ କରିଥିବା ବ୍ୟକ୍ତି ବସିଥାନ୍ତି। ସେ ମୋତେ ଚିହ୍ନିନାହାନ୍ତି। କିନ୍ତୁ ତାଙ୍କ ସାମାଜିକ ପ୍ରତିଷ୍ଠା ଓ ସ୍ବୀକୃତି ଯୋଗୁ ମୁଁ ତାଙ୍କୁ ଜାଣିଛି। ମୁଖ୍ୟ ଅତିଥି ଆସି ନ ଥିବା ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଆଗଧାଡ଼ିରେ ବସିଥିବା ଆମ ଚର୍ଚ୍ଚିତ ବ୍ୟକ୍ତି ତାଙ୍କର ଜଣେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ବ୍ୟସ୍ତ ଥାଆନ୍ତି। ସେ ତାଙ୍କ ବନ୍ଧୁଙ୍କୁ କହୁଥାନ୍ତି, ଏଥର ମୋତେ ମହାଳୟା ଶ୍ରାଦ୍ଧ ଦେବାକୁ ପଡ଼ିବ ନାହିଁ କିମ୍ବା ଦୀପାବଳି ଦିନ ବଡ଼ବଡ଼ୁଆଙ୍କୁ ଡାକିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ତାଙ୍କ ବନ୍ଧୁ ଏହାର କାରଣ ପଚାରିବାରୁ ସେ କହିଲେ, ମୁଁ ଗୟାରେ ବୋଉ ଓ ବାପାଙ୍କ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଇସାରିଛି। ଯାହାହେଉ ମୁଣ୍ଡରୁ ଗୋଟେ ବୋଝ ଗଲା।
ଏହି ଭଦ୍ରବ୍ୟକ୍ତିଙ୍କ କଥା ଶୁଣି ମୋର ମନ ଆନ୍ଦୋଳିତ ହେଲା। ମୁଁ ଭାବିଲି, ମା’ବାପାଙ୍କ ଋଣ ଆମେ ଜନ୍ମଜନ୍ମାନ୍ତରରେ ଶୁଝିପାରିବା ନାହିଁ। ସେମାନେ ଆମକୁ ଏ ସଂସାରର ଆଲୋକ ଦେଖାଇଛନ୍ତି ବୋଲି ଆମେ ଆଜି ଦମ୍ଭରେ ଏତେସବୁ କଥାବାର୍ତ୍ତା କରୁଛୁ। ଅଥଚ ତାଙ୍କ ପାଇଁ ଦିନଟିଏ ସ୍ମରଣ ନିମନ୍ତେ ଆମକୁ ବୋଝ ବୋଲି ମନେହେଉଛି। ମୁଁ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ନ ଦେଖି ଘରକୁ ପଳେଇ ଆସିଲି। ଘରେ ଖାଇ ପିଇ ଶୋଇବାକୁ ଗଲି। ନିଦ ଜମା ଲାଗିଲା ନାହିଁ। ମନକୁ ଯେତେ ବୁଝାଇଲେ ମଧ୍ୟ କିଛି ପ୍ରଶ୍ନ ଅସମାହିତ ହୋଇ ରହିଗଲା ପରି ମନେହେଲା।
ପ୍ରଥମେ ଆମେ ଶ୍ରାଦ୍ଧ ପ୍ରସଙ୍ଗକୁ ଆସିବା। ଆମେ ଜାଣିଛୁ ଯେ, ଶ୍ରଦ୍ଧାରୁ ଶ୍ରାଦ୍ଧ। ଶ୍ରଦ୍ଧା ବିହୀନ ଶ୍ରାଦ୍ଧ ଶ୍ରାଦ୍ଧ ପଦବାଚ୍ୟ ନୁହେଁ ବୋଲି ଯେକୌଣସି ବ୍ୟକ୍ତି ଆମ ସହ ଏକମତ ହେବେ। କିଛି ଲୋକଙ୍କୁ ମୁଁ ଦେଖିଛି, ମା’ କିମ୍ବା ବାପା ବଞ୍ଚତ୍ଥିଲା ବେଳେ ତାଙ୍କୁ ଅବହେଳା କରନ୍ତି। ଆଉ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ମା’ବାପାଙ୍କୁ ବୋଝ ବୋଲି ଭାବି ଘରୁ ତଡ଼ିଦିଅନ୍ତି। ଏସବୁ ଘଟଣା ପ୍ରତ୍ୟହ ଗଣମାଧ୍ୟମରେ ପ୍ରକାଶ ପାଉଛି।
ଏ ସଂସାର ବଡ଼ ବିଚିତ୍ର! ଜୀବନରେ ମା’ ଓ ବାପାଙ୍କୁ ପଚାରୁ ନ ଥିବା ବ୍ୟକ୍ତି ମୃତ୍ୟୁ ପରେ ନିଜ ସାମାଜିକ ପ୍ରତିଷ୍ଠା ଓ ସ୍ବୀକୃତିକୁ ଆଖିଆଗରେ ରଖି ତାଙ୍କ ଶୁଦ୍ଧିକ୍ରିୟା ପାଇଁ ବିରାଟ ଆୟୋଜନ କରିବାର ଦେଖାଯାଏ। ଆମର କହିବାର କଥା ହେଲା, ମା’ ଓ ବାପାଙ୍କୁ ଜୀବନ ଥିବାବେଳେ ତ ପଚାରିଲ ନାହିଁ। ମୃତ୍ୟୁ ପରେ ଏପରି ଆୟୋଜନରେ ତାଙ୍କର ଆତ୍ମା କ’ଣ ଶାନ୍ତି ପାଇବ?
ଆଉ ଗୋଟିଏ କଥା କହୁଛି, ଜଣେ ଉଚ୍ଚ ପଦାଧିକାରୀଙ୍କ ବାପା ମରିଗଲେ। ତାଙ୍କ ମୃତଦେହକୁ ଦାହ କରିବା ପାଇଁ ସ୍ବର୍ଗଦ୍ୱାର ନିଆଗଲା। ସେ ବାବୁ ଯେହେତୁ ସରକାରୀ ଚାକିରିରେ ଥାଆନ୍ତି; ତାଙ୍କ ଅଧୀନ କର୍ମଚାରୀମାନେ ବହୁ ସଂଖ୍ୟାରେ ସ୍ବର୍ଗଦ୍ୱାରରେ ରୁଣ୍ଡ ହେଲେ। ଥଣ୍ଡାପାନୀୟ ଆସିଲା ଏବଂ ଉପସ୍ଥିତ ଲୋକଙ୍କୁ ଦିଆଗଲା। ସ୍ବର୍ଗଦ୍ୱାର ହେଉଛି ଏକ ବୈରାଗ୍ୟର ସ୍ଥାନ। ସେଠି ଏପ୍ରକାର ଆୟୋଜନ ଦେଖି ଆମ ମନରେ ଭାବାନ୍ତର ହେଲା।
ଆମେ ସମସ୍ତଙ୍କ କଥା କହୁନାହୁଁ। ଜଣେ ଭଦ୍ରବ୍ୟକ୍ତିଙ୍କ କଥା କହୁଛୁ। ସେ ଆମ ସମୟର ବ୍ୟକ୍ତି। ସେ ଏକଦା ଭାରତୀୟ ପ୍ରଶାସନିକ ସେବାର ଏକ ଉଚ୍ଚ ପଦାଧିକାରୀ ଥିଲେ। ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସେ ପ୍ରତ୍ୟେକ ଦିନ ଅଫିସରୁ ଯାଇ ଯେତେ ଡେରି ହେଲେ ମଧ୍ୟ ମା’ବାପାଙ୍କୁ ଘଷାମୋଡ଼ା କରୁଥିଲେ। ତାଙ୍କ ମା’ବାପାଙ୍କର ସେପରି କିଛି ଆଖିଦୃଶିଆ ସାମାଜିକ ସ୍ଥିତି ବା ପ୍ରତିଷ୍ଠା ନ ଥିଲା। ଏହି ଭଦ୍ରବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆମ ମନରେ ଗଭୀର ରେଖାପାତ କରିଛି ବୋଲି ଆଜି ମଧ୍ୟ ଆମେ ସ୍ବୀକାର କରୁଛୁ। ଏପରି ପୁଅଙ୍କ ସଂଖ୍ୟା ଦିନକୁ ଦିନ କମିଯାଉଛି।
ବର୍ତ୍ତମାନ ଆମେ ଦ୍ୱିତୀୟ ପ୍ରସଙ୍ଗକୁ ଆସିବା। ଗୟାରେ ମା’ ଓ ବାପାଙ୍କର ଅସ୍ଥି ବିସର୍ଜନ ହେଲେ ଯେ ପୁଅ ଆଉ ବାର୍ଷିକ ଶ୍ରାଦ୍ଧ ଦେବନାହିଁ; ଏ ପ୍ରକାର କଥା ଶାସ୍ତ୍ରରେ ନାହିଁ। ଏ ବିଷୟରେ ମୁଁ ବ୍ୟକ୍ତିଗତ ଭାବରେ ପୁରୀ ମୁକ୍ତିମଣ୍ଡପର କିଛି ବ୍ରାହ୍ମଣଙ୍କ ସହ ଆଲୋଚନା କରିଛି ଏବଂ ଅନ୍ୟ ଶାସ୍ତ୍ରଜ୍ଞ ପଣ୍ଡିତଙ୍କ ସହ ମଧ୍ୟ ବିଚାରବିମର୍ଶ କରିଛି। ସମସ୍ତେ ଏ କଥା ସ୍ବୀକାର କରିଛନ୍ତି ଯେ, ଗୟାରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ବାର୍ଷିକ ଶ୍ରାଦ୍ଧ ଦେବାର ଆବଶ୍ୟକତା ନାହିଁ; ଏ କଥା କେଉଁଠି ଉଲ୍ଲେଖ ନାହିଁ। ପୁଣି ଗୟାରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ଯେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷ ହେବ ଏହାର ମଧ୍ୟ କୌଣସି ଯୁକ୍ତି ନାହିଁ। ଆମ ସମାଜରେ ବହୁ ଗରିବ ଲୋକ ଅଛନ୍ତି, ଯେଉଁମାନେ ସମ୍ବଳ ଅଭାବରୁ ମା’ ଓ ବାପାଙ୍କ ଅସ୍ଥି ଗୟାରେ ବିସର୍ଜନ ନ କରି ଗଁା ପୋଖରୀ, ନଈ କିମ୍ବା ମହୋଦଧିରେ ବିସର୍ଜନ କରନ୍ତି। ଏ କ୍ଷେତ୍ରରେ ସେମାନଙ୍କ ମା’ ଓ ବାପାଙ୍କ ଆତ୍ମା ଯେ ମୋକ୍ଷ ପାଇବ ନାହିଁ; ଏ ଯୁକ୍ତିର କିଛି ବାସ୍ତବତା ନାହିଁ।
ସତରେ ଏସବୁ କଥା ଭାବିଲା ବେଳକୁ ମନ ଭାରାକ୍ରାନ୍ତ ହୋଇଯାଉଛି। ବର୍ତ୍ତମାନ ମୁଁ ସିଦ୍ଧାନ୍ତ ନେଇଛି ଯେ, ମୃତ୍ୟୁ ପରେ ମୋ ସ୍ବଇଚ୍ଛାରେ ଅଙ୍ଗ ଦାନ କରିବା ପାଇଁ ଅଙ୍ଗୀକାରବଦ୍ଧ ହେବି। ଯେଉଁଠି ଜୀବିତ ଅବସ୍ଥାରେ ଲୋକମାନେ ମା’ ଓ ବାପାଙ୍କୁ ପଚାରୁନାହାନ୍ତି ଏବଂ ବାର୍ଷିକ ଶ୍ରାଦ୍ଧ ବୋଝରୁ ରକ୍ଷା ପାଇବା ପାଇଁ ଗୟା ବା ଗଙ୍ଗାରେ ଅସ୍ଥି ବିସର୍ଜନ କରି କାମ ସରିଗଲା ବୋଲି ଭାବୁଛନ୍ତି, ସେ କ୍ଷେତ୍ରରେ ଶ୍ରଦ୍ଧା ନ ଥାଇ ଔପଚାରିକତା ଦୃଷ୍ଟିରୁ ଶ୍ରାଦ୍ଧ ଦେବାର ଆବଶ୍ୟକତା କ’ଣ ଅଛି?
ଚୈତନ୍ୟଧାମ, ଶବର ସାହି, ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?