ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ସଞ୍ଜୟ: ଟଁକା ପଏସା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା,୧୯।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଦୁମଦୁମି ଗଁାର ସଞ୍ଜୟ ବାଗ(୩୩)। ସେ ଅନେକ୍‌ ଦିନ ହେଲା ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଅଛନ୍‌। ରୋଗ୍‌ ପରଭାବରେ ଦୁଇ ଆଏଁଖ୍‌କେ ଠିକ୍‌ସେ ଦେଖା ନାଇଁଯିବାର। ଅପରେଶନ କଲେ ଠିକ୍‌ ହେଇଯିବା। ହେଲେ ଟଁକା ପଏସା ଅଭାବୁ ସେ ଅପରେଶନ କରେଇ ନାଇଁ ପାରବାର।
ସୂଚନା ଅନ୍‌ସାରେ କୁଟେପପାଲି ପଁଚେତ୍‌ ଦୁମଦୁମି ଗଁା ହରିଜନ ପଡ଼ାର ସଞ୍ଜୟ ବାଗ(୩୩)। ପରିବାର କହେଲେ ବୁଢ଼ୀ ମା’, ମାଏକିନା ଆର ଦୁଇ ପୁଓ କାହ୍ନା, ବବଲୁକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ସଞ୍ଜୟ ପେଟ୍‌ପାଟନାର ଲାଗି ୨୦୦୯ ସାଲେ ହାଇଦ୍ରାବାଦ ଯାଇ ସେଠାନେ ଗୁଟେ ଉଷୋ କମ୍ପାନୀରେ କାମ୍‌ କରୁଥିଲେ। କମ୍ପାନୀରେ ପାଖାପାଖି ୬ ମାସ କାମ୍‌କଲା ଭିତରେ ଉଷୋକଷା ତିଆରିରୁ ବାହାରୁଥିବାର ଗ୍ୟାସର ଝାସ୍‌ ବାଜି ତାକର ଆଏଁଖ୍‌ ପରଭାବିତ ହେଇଥିଲା। ଦିନାକେତେ ଉତାରୁ ସଞ୍ଜୟକଁର ଆଏଁଖ୍‌ରୁ ପାଏନ୍‌ ଝରବାର ଆରମ୍‌ ହେଇଥିଲା। ସେଠାନେ ଚିକିଛା କଲାରୁ ଉଷୋକଷାର ଗ୍ୟାସ ପରଭାବରେ ଏନ୍‌ତା ହେଇଛେ ବଲି ଡାକ୍‌ତର କହିଥିଲେ। ଇ ସମିଆରେ ସଞ୍ଜୟ ଗଁାକେ ଫିରିଆସିଥିଲେ। ହେଲେ ମାସକେତେ ଉତାରୁ ବି ଆଏଁଖ୍‌ରୁ ପାଏନ୍‌ ଝରବାର ବଁଦ୍‌ ନାଇଁ ହେଲା। ଦିନୁଦିନ୍‌କେ ରାଏତ୍‌ବେଲା ତାହାକୁ କିଛି ନାଇଁ ଦିଶ୍‌ଲା। ଡାକ୍‌ତର ଦେଖେଇ ପରୀକ୍ଷା କଲାରୁ ସେ ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଥିବାର ଜାନବାକେ ପାଇଥିଲେ। ଅପରେଶନ କଲେ ଠିକ୍‌ ହେଇଯିବା ବଲି ଡାକ୍‌ତର ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଚିକିଛା ନାଇଁ କରେଇପାରି କରି ଘରେ ପଡ଼ି ରହିଛନ୍‌। ଆଏଜ୍‌କେ ପାଖାପାଖି ୫ ବଛର ହେଲା ସଞ୍ଜୟକୁଁ ଦିନ୍‌ବେଲା ବି ଠିକ୍‌ସେ ନାଇଁ ଦିଶ୍‌ବାର। ଏନ୍‌ତାଥି ସେ କିଛି କାମ୍‌ବୁତା କରି ନାଇଁପାରବାର। ସଞ୍ଜୟକଁର ବାପ୍‌ ଗଦନ ଥିଲାବେଲେ ସେ କୁଲିମଜୁରି କରି ୬ ପରାନୀ କୁଟୁମ ପୁଷୁଥିଲେ। ହେଲେ ୨ ବଛର ତଲେ ସେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ସଞ୍ଜୟକଁର ମାଏକିନା ବି ଛୁଆପିଲାକୁ ଧରି ନିଜର ବାପ୍‌ଘରେ ରହୁଛନ୍‌। ଏନ୍‌ତାଥି ମା’ପୁଓ ମାସିକ ପାଉଥିବାର ଭତା ଆର ୨୦ କେ.ଜି. ପିଡିଏସ୍‌ ଚାଉଲରେ ଦିନ୍‌ ବିତଉଥିବାର ସଞ୍ଜୟ କହିଛନ୍‌। ଏନ୍‌ତା ପରିସ୍ଥିତିରେ ସଞ୍ଜୟ ଅଁାଖିର ଚିକିଛା କରେଇ ନାଇଁପାରବାର। ଇ ବାବ୍‌ଦେ ଥାନୀଅ ବିଏସ୍‌ଏସ୍‌ଓ ଜାନିଥିଲେ ବି ସରକାରୀ ସାହାଯ୍‌ ତ ଦୂରର କଥା ଆଏଜ୍‌ତକ ମୋତେ ଆଶାବାଡ଼ି ଖଁଡ଼େ ନାଇଁ ଦେଇ ବଲି ସଞ୍ଜୟ ଅଭିଯୋଗ କରିଛନ୍‌। ଉପେ ଶୂଇନ୍‌ ସଞ୍ଜୟ ଗଣମାଧ୍ୟମ ଜରିଆରେ ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ମତାମତ ଲାଗି ବିଏସ୍‌ଏସ୍‌ଓକୁଁ ତାକର ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ କଲ୍‌ ରିସିଭ୍‌ ନାଇଁ କଲାରୁ ତାକର ମତାମତ ନାଇଁ ମିଲିପାରି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri