ସହରରେ ଲୁଟେରା ଆତଙ୍କ

ଢେଙ୍କାନାଳ ଅଫିସ, ୧୯।୨ – ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ କ୍ରମାଗତ ଚୋରି ବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଘରେ କଳାକନା ବୁଲାଇ ସବୁ କିଛି ଲୁଟି ନେଉଛନ୍ତି ଦୁବୃର୍ତ୍ତ। ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଅସାମାଜିକ କାର୍ଯ୍ୟ ଲୋକଙ୍କ ନିଦ ହଜାଇ ଦେଇଥିବାବେଳେ ଆତଙ୍କିତ ଅଞ୍ଚଳବାସୀ ମଙ୍ଗଳବାର ଏସ୍‌ପି ଅନୁପମା ଜେମ୍‌ସଙ୍କ ଫେରାଦ ହୋଇଛନ୍ତି।
ସୋମବାର ବିଳମ୍ବିତ ରାତିରେ ଜିଲା ହୋମିଓପାଥିକ୍‌ ମେଡିକାଲ ଅଫିସର ଡ. କାଳୀଚରଣ ପୂର୍ତ୍ତିଙ୍କ ପରିବାର ସଦସ୍ୟ ଶୋଇଥିବାବେଳେ ଗ୍ରୀଲ୍‌ତାଡ଼ି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଆଲମିରା ଭାଙ୍ଗିଦେବା ସହ ଆସବାବପତ୍ର ଏଣେତେଣେ ଫିଙ୍ଗା ଫୋପଡ଼ା କରିଥିଲେ। କାଳୀଚରଣଙ୍କ ପ୍ୟାଣ୍ଟ ପକେଟରେ ଥିବା ୩୦୦୦ ଟଙ୍କା ନେଇ ସେମାନେ ଛୁ’ ମାରିଥିଲେ। ଯିବା ପୂର୍ବରୁ ଉକ୍ତ ରୁମ୍‌ର କବାଟ ଭିତରପଟୁ ବନ୍ଦ କରିଦେଇଥିଲେ। ଏଥିପୂର୍ବରୁ ଲୁଟେରା ଗ୍ୟାଙ୍ଗ୍‌ ଅନ୍ୟ ଏକ ଘରର ଝରକା ଗ୍ରୀଲ ତାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଭଡ଼ାରେ ରହୁଥିବା ଯଶୋବନ୍ତ ରାଉତଙ୍କ ଘର ଝରକା ତାଡୁଥିବା ବେଳେ ଶବ୍ଦ ଶୁଣି ପରିବାର ସଦସ୍ୟ ଉଠିପଡ଼ି ପାଟି କରିଥିଲେ। ଫଳରେ ଦୁର୍ବୃତ୍ତମାନେ ପାଚେରି ଡେଇଁ ରେଳ ଧାରଣା ଆଡ଼କୁ ପକାଇଥିଲେ। ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚତ୍ ତଦନ୍ତ କରିଛି। ଘଟଣାସ୍ଥଳରୁ ଏକ ମୁଖା ମିଳିଛି। ମାସକ ମଧ୍ୟରେ ଉକ୍ତ ଅଞ୍ଚଳରେ ଚୋରି, ଡକାୟତି, ରାହାଜାନି ଭଳି ୮ ମାମଲା ସାମ୍ନାକୁ ଆସିଛି। ନିକଟରେ କୁଞ୍ଜକାନ୍ତ ଅଞ୍ଚଳର ଏକ ଅର୍ଥଲଗାଣକାରୀ ସଂସ୍ଥାକୁ ଟାର୍ଗେଟ କରିଥିଲେ ଲୁଟେରା ଗ୍ୟାଙ୍ଗ୍‌। କାର୍ଯ୍ୟାଳୟର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ମୋବାଇଲ, ଲାପ୍‌ଟପ୍‌ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଲୁଟି ନେଇଥିଲେ। ଏହାକୁ ବାଦ୍‌ ଦେଲେ ୫ଟି ଚୋରି ଏବଂ ୨ଟି ସୁନା ଚେନ ଲୁଟ୍‌ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri