ଗୋଷାଣୀନୂଆଗଁ।ରେ କାଳୁଆ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୯ା୯-ବ୍ରହ୍ମପୁର ଗୋଷାଣୀନୂଆଗଁ।ର ପ୍ରସିଦ୍ଧ କାଳୁଆ ଯାତ୍ରା ଶନିବାର ତଥା ପବିତ୍ର ମହାଳୟା ଅମବାସ୍ୟା ରାତିରୁ ଆରମ୍ଭ ହୋଇଛି । ଏହା କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହେବାର ପରମ୍ପରା ରହିଛି । ଯାତ୍ରା ପାଇଁ ଗୋଷାଣୀନୂଆଗଁ। ଉତ୍ସବମୁଖର ହୋଇଛି । ସବୁ ସାହିରେ ରଂଗୀନ ଆଲୋକ ଝଲସୁଛି। ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ନିୟମିତ ସଫେଇ ଏବଂ ପରିମଳ ସୁରକ୍ଷା ନିମନ୍ତେ ବିଏମସି, ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ଶାନ୍ତି ଶୃଙ୍ଖଳା ଲାଗି ପୋଲିସ ଓ ପ୍ରଶାସନ ସମେତ ଦମକଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ପୀଠ ବା ମଣ୍ଡପ ପାଖରେ ମହିଳା ଓ ପୁରୁଷଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶନିବାର ସନ୍ଧ୍ୟାରେ କାଳୁଆ ମଣ୍ଡପରେ ମା’ଙ୍କୁ ନିମନ୍ତ୍ରଣ କରିବା ପାଇଁ ଫୁଲ ଚାଙ୍ଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଥିଲା। ରାତିରେ ସେଠାରୁ ଶହ ଶହ ମହିଳା ଓ ପୁରୁଷ ବିଶାଳ ପଟୁଆରରେ କାଳୁଆଙ୍କ ନିଜସ୍ବ ମନ୍ଦିର ଅଭିମୁଖେ ବାହାରିଥିଲେ। ବାଦ୍ୟ ବାଜଣା, ଶଙ୍ଖ ମହୁରୀ ନାଦ, ଘଣ୍ଟତାଳ, କୀର୍ତ୍ତନରେ ସମଗ୍ର ଅଞ୍ଚଳ କମ୍ପିଥିଲା । ପଟୁଆର ମନ୍ଦିରରେ ପହଞ୍ଚତ୍ବା ପରେ ମା’ ବଡ଼ ସାହି ମଣ୍ଡପକୁ ବିଜେ କରିବା ପାଇଁ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଚଣ୍ଡୀପାଠ ଓ ହୋମ ଆଦି କରାଯାଇଥିଲା। ଚାଙ୍ଗୁଡ଼ିରେ ନିଆଯାଇ ଥିବା ଫୁଲମାଳ ମା’ଙ୍କ ମସ୍ତକରେ ସ୍ଥାପନ କରାଯାଇଥିଲା । ବିଧି ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପାଦନା ଶେଷରେ ସ୍ଥାପନ ହୋଇଥିବା ଫୁଲମାଳ ଆପେ ଖସିବାରୁ କାଳୁଆ ଠାକୁରାଣୀ ଗଁା ଦାଣ୍ଡକୁ ବିଜେ କରିବାର ସଂକେତ ମିଳିଥିଲା ।
ଏହି ପର୍ବ ସରିବା ପରେ ପୁଣି ମନ୍ଦିର ପାଖରୁ ପଟୁଆର ବାହାରିଥିଲା। ମହିଳାଙ୍କ ହୁଳହୁଳି ଓ ବାଦ୍ୟ ବାଜଣା ସହ ପଟୁଆର ପରିକ୍ରମା କରିଥିଲା ଗୋସାଣି ନୂଆଗାଁର ସମସ୍ତ ସାହି। ଫଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସବୁ ଘରର ଦାଣ୍ଡ ଦୁଆରେ ପୂର୍ଣ୍ଣକୁମ୍ଭ ରଖାଯାଇଥିଲା। କାଳୁଆଙ୍କ ପ୍ରିୟ ଗଇଁଠା (ଖିରି) ସମସ୍ତେ ଭୋଗ ଲଗାଇଥିଲେ। ସବୁ ସାହି ପରିକ୍ରମା ଶେଷରେ କାଳୁଆ ମଣ୍ଡପରେ ମା’ଙ୍କୁ ବିଜେ କରାଯାଇଥିଲା । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଦର୍ଶନର ବ୍ୟବସ୍ଥା ହୋଇଛି । ପ୍ରତ୍ୟହ ରାତିରେ ବିଭିନ୍ନ ସାହିରେ ଚିତ୍ତାକର୍ଷକ ଆଧୁନିକ ଓ ପୌରାଣିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳାରୁ ତାଇଓ୍ବାନ, ଦେବାଶିଷଙ୍କ ସଫଳତାର ଯାତ୍ରା, ଏମିତି କାମ କରି…

ଗଞ୍ଜାମ,୧୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦେବାଶିଷ ତରାଇ।। ପୁଇଁତୋଳା ଭଳି ଏକ ଗାଁରୁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ମଞ୍ଚ ପର୍ଯ୍ୟନ୍ତ ଦେବାଶିଷ…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri