Posted inଖେଳ

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ପ୍ରଥମ ଇନିଂସରେ ୧୯୪ ରନରେ ସୀମିତ ରଖି ଦେଇଛି। ଜବାବରେ ୭ ରନରେ ଅଗ୍ରଣୀ ହାସଲ କରିଥିବା ଭାରତ-ଏ ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩ ଉଇକେଟ୍‌ ହରାଇ ୨୩ ରନ ସଂଗ୍ରହ କରିଛି। ଦୁଇ ଓପନର୍‌ ପ୍ରିୟଙ୍କ ପଞ୍ଚଲ (୩) ଓ ଅଭିମନ୍ୟୁ ଈଶ୍ୱରନ (୬)ଙ୍କ ସମେତ ନିର୍ଭରଯୋଗ୍ୟ ମୟଙ୍କ ଅଗ୍ରଓ୍ବାଲ (୫) ଆଉଟ୍‌ ହୋଇଯାଇଥିବାବେଳେ ଶୁବମନ ଗିଲ୍‌ ୫ ଓ ଶାହବାଜ ନଦୀମ ୨ ରନ କରି କ୍ରିଜ୍‌ରେ ଅପରାଜିତ ରହିଛନ୍ତି। ଆଉ ୭ ଉଇକେଟ୍‌ ସୁରକ୍ଷିତ ରହିଥିବାବେଳେ ଭାରତ-ଏ ଏବେ ମୋଟ୍‌ ଉପରେ ୩୦ ରନରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହନୁମା ବିହାରୀଙ୍କ ଦଳ ପ୍ରଥମ ଇନିଂସରେ ୨୦୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।
ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ର ପ୍ରଥମ ଦିବସ ସୁଦ୍ଧା ଗୋଟିଏ ଉଇକେଟ୍‌ ହରାଇ ୨୩ ରନ କରିଥିବା ଓ୍ବେଷ୍ଟଇଣ୍ଡିଜ-ଏ ବୁଧବାର ଓପନର୍‌ ଜେରେମି ସୋଲୋଜାନୋ (୬୯) ଓ ସୁନୀଲ ଆମ୍ବ୍ରିସ (୪୩)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଗୋଥାମ ସର୍ବାଧିକ ୬ ଓ ଉମେଶ ଯାଦବଙ୍କୁ ୨ଟି ଉଇକେଟ୍‌ ମିଳିଥିଲା। ଓ୍ବେଷ୍ଟଇଣ୍ଡିଜ-ଏ’ର ୭୩ତମ ଓଭରର ୨ୟ, ୩ୟ ଓ ୪ର୍ଥ ବଲ୍‌ରେ ଯଥାକ୍ରମେ ରେମନ୍‌ ରିଲିଫ୍‌ (୫), ଚେମର ହୋଲ୍ଡର (୦) ଓ ମିଗୁଏଲ୍ସ କୁମିନ୍ସ (୦)ଙ୍କୁ ଆଉଟ୍‌ କରି ଗୋଥାମ ହ୍ୟାଟ୍ରିକ ପୂରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri