ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !

ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ ଏହାର ସଂଖ୍ୟା କମ୍‌ ହେବା ସହ ଯେତିକି ପିପିଇ ଆବଶ୍ୟକ ତାହା ମିଳିପାରୁ ନାହିଁ। ହେଲେ ବର୍ତ୍ତମାନ ବ୍ରିଟେନର କେତେଜଣ ବୈଜ୍ଞାନିକ ଶହେ ଥର ବ୍ୟବହାର କରିପାରିବା ଭଳି ପିପିଇ ତିଆରି କରିଥିବା କୁହାଯାଉଛି। ଏହାଦ୍ୱାରା ବିଶ୍ୱରେ ଦେଖାଦେଇଥିବା ପିପିଇର ଅଭାବ ପୂରଣ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏହି ପିପିଇ ପାରାସୁଟର ଫ୍ୟାବ୍ରିକରେ ତିଆରି କରାଯାଇଛି ବୋଲି କୁହାଯାଉଛି। ଏହା ସମ୍ପୂର୍ଣ୍ଣ ଶରୀରକୁ ଆବରଣ କରି ରଖିବ। ଏହାସହ ସର୍ଜିକାଲ ଗାଉନ ସମ୍ପୂର୍ଣ୍ଣ ଅଲଗା ରହିବ। ଏହି ପିପିଇର କିଛି ଜିନିଷକୁ ପୁଣିଥରେ ବ୍ୟବହାର କରାଯାଇ ପାରିବ। ମହିଳାଙ୍କ ଫ୍ୟାଶନ ଫର୍ମ ଡେଭିଡ ନିପର ଏହାକୁ ତିଆରି କରିଥିବା କୁହାଯାଉଛି। ଯଦି ଏହାକୁ ଶହେ ଥର ବ୍ୟବାହର କରାଯିବ ତେବେ ୧୨.୫ ଲକ୍ଷ ଡିସ୍ପୋଜେବଲ ଗାଉନ ନଷ୍ଟ ହେବ ନାହିଁ। ସୂଚନାଯୋଗ୍ୟ, ବ୍ରିଟେନର ପାଖାପାଖି ଅଧା ଡାକ୍ତରଙ୍କୁ ପିପିଇ କିଟ୍‌ ମିଳିପାରୁ ନାହିଁ। ଫଳରେ ଏମାନେ ନିଜେ କିଣି ଅଥବା କେହି କେହି ଦାନ କରିଥିବା ପିପିଇ ବ୍ୟବହାର କରୁଛନ୍ତି ବୋଲି ଜଣାପଡିଛି। ଏହି ତଥ୍ୟ ବ୍ରିଟେନ ମେଡିକାଲ ଆସୋସିଏଶନର ଏକ ସର୍ଭେରୁ ଜଣାପଡିଛି। ଫଳରେ ୬୫ ପ୍ରତିଶତ ଡାକ୍ତର କରୋନା ଚିକିତ୍ସା କରୁଥିବା ସମୟରେ ନିଜକୁ ଅସୁରକ୍ଷିତ ମଣୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri