ଗୋଟିଏ ଦିନରେ ମାଉସୀମା’ ମନ୍ଦିରରେ ଲାଗିବ ରଥ

ପୁରୁଣା ଭୁବନେଶ୍ୱର,୧୭।୩(ଡି.ଏନ୍‌.ଏ.): ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନବଦିନାତ୍ମକ ହୋଇଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଞ୍ଚଦିନାତ୍ମକ ହୋଇଥାଏ। କାଳକ୍ରମେ ଠାକୁରଙ୍କ ଏହି ରଥଯାତ୍ରା ମାଉସୀ ମା’ମନ୍ଦିରରେ ପହଞ୍ଚତ୍ବା ଏବଂ ବାହୁଡ଼ାଯାତ୍ରା ସମାପନ ପାଇଁ ଏବେ ୭ଦିନ ଲାଗିଯାଉଛି। କରୋନା ପାଇଁ କେତେଜଣ ସେବାୟତ ଓ ବୁଦ୍ଧିଜୀବୀ ବିରୋଧ କରୁଛନ୍ତି। ଚଳିତବର୍ଷ ମନ୍ଦିର ପ୍ରଶାସନ ଏହି ବ୍ୟତିକ୍ରମରେ ସୁଧାର ଆଣିବା ପାଇଁ ରଥଯାତ୍ରା ଓ ବାହୁଡ଼ା ପୂର୍ବଭଳି ୫ଦିନରେ ସୀମିତ ରଖିବାପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୋଟିଏ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚେଷ୍ଟା କରାଯିବ। ଏହାକୁ କେତେଜଣ ସେବାୟତ କରୋନା ପାଇଁ ସ୍ବାଗତ କରୁଥିବା ବେଳେ କେତେଜଣ ବିରୋଧ କରୁଛନ୍ତି। ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୫ଟାରୁ ୫ଟା ୩୦ପର୍ଯ୍ୟନ୍ତ ମଙ୍ଗଳ ଆଳତି ଅବକାଶ, ୫ଟା ୩୦ରୁ ୬ଟା ୩୦ ସାହାଣ ମେଲା ଦର୍ଶନ କରାଯାଇ ୬ଟା ୩୦ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯିବ। ଶ୍ରୀ ଜୀଉଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ସକାଳ ୯ଟା ୪୫ରୁ ୧୦ଟା ୪୫ ଭୋଗ ମଣ୍ଡପ ଓ ଅନ୍ୟାନ୍ୟ ନୀତି ହୋଇ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ପର୍ଯ୍ୟନ୍ତ ଯାତ୍ରା ପୂଜା ହେବ। ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ରଥାରୂଢ ହେବା ସହ ୧ଟା ୩୦ରେ ରଥରେ ପୂଜାପାଇଁ ସମୟ ନିର୍ଘଣ୍ଟ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନୀତି ନିର୍ଘଣ୍ଟକୁ ବିଭିନ୍ନ ନିଯୋଗ ପ୍ରମୁଖ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ। ସମସ୍ତଙ୍କ ସହମତି କ୍ରମେ ଚଳିତବର୍ଷ ୩.୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ କରିବାପାଇଁ ଏକ ବୃହତ୍‌ ପଦକ୍ଷେପ ମନ୍ଦିର ପ୍ରଶାସନ ନେଇପାରିବ ବୋଲି କୁହାଯାଇଛି।

 

ରଥ ଟଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ପାଇଁ ସମସ୍ତେ ତପତ୍ରତା ପ୍ରକାଶ କରିବା ଦରକାର। ରଥରେ ୧୪ ଭୋଗ ରହିଛି। ତେଣୁ ଦିଅଁ ବିଜେ ନୀତି ଶୀଘ୍ର ହେବା ଦରକାର। ଏହା ସହିତ ରଥରେ ପୂଜା କାର୍ଯ୍ୟ ଶୀଘ୍ର ହେବା ଦରକାର। ସେବାୟତ ଏବଂ ପ୍ରଶାସନର ତତ୍ପରତା ସହ ସହଯୋଗର ଆବଶ୍ୟକତା ରହିଛି। ଅପରାହ୍ନ ୩ଟା ୩୦ରେ ଖରା ଯୋଗୁ ଶ୍ରଦ୍ଧାଳୁ ରଥ ଟାଣି ପାରିବେ ନାହିଁ । କେବଳ ପୋଲିସ ପ୍ରଶାସନ ଅଧିକାରୀମାନେ ରଥ ଟାଣିବେ।
– ନରସିଂହ ଖୁଣ୍ଟିଆ, ବରିଷ୍ଠ ସେବାୟତ
ରଥରେ ୧୧ପୂଜା ରହିଛି। ପ୍ରତ୍ୟେକ ପୂଜାପାଇଁ ୧୫ମିନିଟ୍‌ ଲେଖାଏ ଲାଗିବ। ସେହପରି ମଠ ପୂଜା ରହିଛି ପ୍ରତ୍ୟେକ ପୂଜା ୨୦ମନିଟ୍‌ ଲେଖାଏ ସମୟ ନେବ। ତେବେ ଅପରାହ୍ନ ୩ଟା ୩୦ରେ ରଥଟଣା କାର୍ଯ୍ୟ ହୋଇପାରିବ ନାହିଁ। ଶିବରାତ୍ରି କଥା ଅଲଗା ଥିବାରୁ ତାହା ନର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରିଥିଲା।
-କାଶୀନାଥ ପୂଜାପଣ୍ଡା, ପୂଜାପଣ୍ଡା ନିଯୋଗର ସଭାପତି
ମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୩ଟା ୩୦ରେ ଧାର୍ଯ୍ୟ ସମୟ ବିରୋଧରେ ଆମର କିଛି ଆପତ୍ତି ନାହିଁ। କରୋନା ପାଇଁ ୭ଦିନ ଧରି ରଥଦାଣ୍ଡରେ ଭିଡ଼ କମେଇବାକୁ ଆଶା ରଖିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ସାରଣୀକୁ ସ୍ବାଗତ କରୁଛୁ। ଅନୁରୂପଭାବେ ବାହୁଡ଼ା ଦିନ ମଧ୍ୟ ଓଲଟା ରଥଟଣା କାର୍ଯ୍ୟ ୩ଟା ୩୦ ପରିବର୍ତ୍ତେ ସଅଳ କରିପାରିଲେ ଗୋଟିଏ ଦିନରେ ରଥ ଶ୍ରୀ ଲିଙ୍ଗରାଜ ମନ୍ଦିରେ ଲାଗିପାରିବ।
-କମଳାକାନ୍ତ ବଡୁ, ବଡୁ ନିଯୋଗ ସମ୍ପାଦକ
ରଥଯାତ୍ରାର ପୂର୍ବଦିନ ଅର୍ଥାତ୍‌ ରଥ ପ୍ରତିଷ୍ଠା, ନେତ୍ର ଉତ୍ସବ, ନୀତିକାନ୍ତି ସଅଳ ଏବଂ ଯଥାରୀତି ସମ୍ପନ୍ନ ହୋଇପାରିବ ତେବେ ରଥଟଣା ପାଇଁ ଧାର୍ଯ୍ୟ ନୀତି ନିର୍ଘଣ୍ଟରେ ରଥଟଣା ହୋଇପାରିବ। ଏଥିରେ କୌଣସି ଆମର ଆପତ୍ତି ନାହିଁ।
-ବିରଞ୍ଚତ୍ ନାରାୟଣ ପତି, ବ୍ରାହ୍ମଣ ନିଯୋଗ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri