ଗୋଟିଏ ଟଙ୍କା

ଡ. ସୁବାସ ଚନ୍ଦ୍ର ପାତ୍ର
ଆଜି ଯଦି ଜଣେ ଯୁବକ ବା କିଶୋରକୁ ପଚରାଯାଏ ଗୋଟିଏ ଟଙ୍କା ସମାନ କେତେ? ସେ ହୁଏତ ତାଜୁବ ହେବ, ବିରକ୍ତ ହେବ ଏ ପ୍ରକାର ନିରର୍ଥକ ପ୍ରଶ୍ନ ଉତ୍ଥାପନ ପାଇଁ। ସେ ହୁଏତ କହିବ ଲକ୍ଷେ ଟଙ୍କା ସମାନ କେତେ ପଚାରନ୍ତୁ, ଏକ ଟଙ୍କା ତ ଏକଟଙ୍କା। ପଇସାର ପ୍ରଚଳନ ଆପାତତଃ ବନ୍ଦ ହୋଇଯାଇଥିବାରୁ ଏକ ଟଙ୍କା ଯେ ଶହେ ପଇସା ସେ ଅବା କାହୁଁ ଜାଣିବ। ଅବଶ୍ୟ ଏବେ ବି ଗୋଟିଏ ଟଙ୍କା ଭିତରେ ୪ଟି ୨୫ ପଇସି, ଦୁଇଟି ୫୦ ପଇସି ଅଛି।
ଏବେ କୋଟିଏ ଟଙ୍କାର ପ୍ରଶ୍ନ (କୋନ୍‌ ବନେଗା କରୋଡପତି ପ୍ରସଙ୍ଗ) ପଚରା ଯାଉଥିବା ବେଳେ ଗୋଟିଏ ଟଙ୍କା କ’ଣ ପ୍ରଶ୍ନବାଚୀ ସୃଷ୍ଟି କରିପାରେ, ପ୍ରସଙ୍ଗ ପାଲଟି ପାରେ? ଅଥଚ ଏକ ସମୟରେ ବହୁତ କଥା ଏହି ଆଠଅଣି, ଟଙ୍କାଏ, ଦୁଇଟଙ୍କାକୁ ନେଇ ଘୂରିବୁଲୁଥିଲା। ୬୦ ଦଶକରେ ଯେତେବେଳେ ଦୈନିକ ମଜୁରି ଏକଟଙ୍କା ଥିଲା ସେତେବେଳେ ସମାଜର ଦୁର୍ବଳ ଶ୍ରେଣୀର ଲୋକ ଗୋଟିଏ ଟଙ୍କାର ସଉଦା କିଣି ଆରାମରେ ଘରକୁ ଫେରୁଥିଲେ। ଦୋକାନରେ ପହଞ୍ଚି ଲୋକଟି କହୁଥିଲା- ”ମୋତେ ଗୋଟେ ଟଙ୍କାର ସଉଦା ଦେ। ହଁ, ଶୁଣ୍‌ ମୋତେ ୨୫ ପଇସାରେ ଡାଲି, ୨୫ପଇସାର ତେଲ, ୪୦ ପଇସାର ଚାଉଳ ଆଉ ପାଞ୍ଚ ପାଞ୍ଚ ପଇସାର ଲୁଣ, ଆଉ ଦୋକ୍ତା (ଧୂଆଁପତ୍ର) ଦେ।“ ଗାମୁଛାରେ ଚାଉଳ, ଡାଲି, ଲୁଣ, ଧୂଆଁପତ୍ରର ପୁଡ଼ିଆ ବାନ୍ଧି ଘରକୁ ଫେରୁଥିଲା। ଏହି କଥା ଭାବି ଖୁସି ହେଉଥିଲା ଯେ ଆଜି ତା’ ସ୍ତ୍ରୀ, ପିଲାଛୁଆ ଉପାସରେ ରହିବେ ନାହିଁ। ଏ ଥିଲା ଗୋଟିଏ ଟଙ୍କା ବିନିମୟର ଶାନ୍ତି, ଗୋଟିଏ ଦିନର ଆଶ୍ୱସ୍ତି। କାଲିକଥା କାଲିକି ବୁଝାଯିବ।
ଖାଲି ଦିନ ମଜୁରିଆ ନୁହେଁ, ଶିକ୍ଷିତ ଯୁବତୀଯୁବକ ମଧ୍ୟ ଏକ ଟଙ୍କାର ମୂଲ୍ୟ ବୁଝୁଥିଲେ। ଆଉ ତା’ର ମହାର୍ଘତା ବୁଝୁଥିଲେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ। ୧୯୭୬-୭୮ରେ ରେଭେନ୍‌ଶାରେ ଏମ୍‌.ଏ. ପଢ଼ିଲାବେଳେ ହଷ୍ଟେଲର ମାସିକ ମେସ୍‌ଖର୍ଚ୍ଚ (ଖାଦ୍ୟ ଖର୍ଚ୍ଚ) ଥିଲା ଏକ ଟଙ୍କା ହିସାବରେ ୬୦ଟି ମିଲ୍‌ ପାଇଁ ୬୦ ଟଙ୍କା ଓ ଅଣଖାଦ୍ୟ ଖର୍ଚ୍ଚ ୧୮ ଟଙ୍କା। ଟଙ୍କିକିଆ ମିଲ୍‌ରେ ଖାଦ୍ୟର ଗୁଣବତ୍ତା ରହୁ ନ ଥିଲା। ଅଧ୍ୟକ୍ଷ ଡ. ମହେନ୍ଦ୍ର କୁମାର ରାଉତଙ୍କୁ ଏ କଥା କହିଲା ପରେ ସେ ଦିନେ ରାତିରେ ହଷ୍ଟେଲ ଆସିଲେ। ପେଯମିଶା ଭାତ, ପାଣିମିଶା ଡାଲି, ହଳଦିଆ ପାଣିରେ ଭାସୁଥିବା ମଟର ଆଳୁର ଅସହଯୋଗ ନିଜ ଆଖିରେ ଦେଖିଲେ, ଦୁଃଖ ପ୍ରକାଶ କଲେ, ସହାନୁଭୂତିଶୀଳ ହେଲେ କିନ୍ତୁ କହିଲେ, ”ଖାଇବା ପାଇଁ ମାସକୁ ଏହି ୬୦ଟଙ୍କା ଦେବାକୁ ପଡ଼ିବ ବୋଲି ଅନେକ ପିଲା ହଷ୍ଟେଲରେ ରହୁନାହାନ୍ତି। ମିଲ୍‌ ଖର୍ଚ୍ଚ ସେହି ୬୦ଟଙ୍କା ରହିବ। ଭିନ୍ନ ଏକ ରସିଦରେ ତୁମେମାନେ ମିଲ୍‌ ଖର୍ଚ୍ଚ ପାଇଁ ମାସକୁ ଆଉ ୧୦ଟଙ୍କା ଦେବ, କିନ୍ତୁ କଲେଜ କ୍ୟାଲେଣ୍ଡରରେ ମେସ୍‌ ଖର୍ଚ୍ଚ ସେହି ୬୦ଟଙ୍କା ହିଁ ଲେଖା ରହିବ।“ ପାଦେ ଆଗେଇ ଯାଇ ଡ. ରାଉତ ମରମ କଥାଟି କହିଲେ, ”ମୋ ପାଖରେ ଖବର ଅଛି ରେଭେନ୍‌ଶା ଭଳି କଲେଜ ହଷ୍ଟେଲର ପିଲାମାନେ ଚଟାଣରେ ବା ସ୍ଲେଟ୍‌ରେ ଅଙ୍କ କଷୁଛନ୍ତି, କାଗଜ ମହଙ୍ଗା ବୋଲି। ରଫ୍‌ଖାତାରେ ପେନ୍‌ସିଲରେ ଲେଖି ଲିଭେଇ ପୁଣି ତା’ଉପରେ କଲମରେ ଲେଖୁଛନ୍ତି ଏକା ପୃଷ୍ଠାକୁ ଦୁଇଥର ବ୍ୟବହାର କରିବାକୁ। ଏଭଳି ସ୍ଥିତିରେ ଟଙ୍କାଟିଏ ଦୁଇ ଟଙ୍କା ହେବନାହିଁ।“
ମୁଦ୍ରାର ଅଭାବ ମଣିଷକୁ ମହଙ୍ଗାପଣ ସହ ଲଢ଼ିବାକୁ ବୁଦ୍ଧି ଦିଏ, କଷ୍ଟ ସ୍ବୀକାର କରିବାକୁ ପ୍ରେରଣା ଦିଏ। କିଛି ଆଦର୍ଶମୂଳକ, ମହତ୍‌ ଚିନ୍ତା କରିବାକୁ ଖୋରାକ ଯୋଗାଏ। ସେହି ସମୟରେ ଥିଲେ ଜଣେ ମୋର ବରିଷ୍ଠ ଇଂରାଜୀ ବନ୍ଧୁ। ଘରୁ ଆସୁଥିବା ଚୁଡ଼ାମୁଢ଼ି ରାତିରେ ଖାଇ, ରାତି ମିଲ୍‌ଟିକୁ ବନ୍ଦ କରି ଦିଅନ୍ତି, ଆପାତତଃ ୫/୭ ଦିନ ପାଇଁ, ବହିର ଦାମ୍‌ ଭରଣା ନ ହେଲା ପର୍ଯ୍ୟନ୍ତ। ମୋର ମନେ ଅଛି ଆଇଫର ଇଭାନସଙ୍କ ‘ଇଂରାଜୀ ସାହିତ୍ୟର ଇତିହାସ’ ଓ ‘ପେଲିକାନ୍‌ ଗାଇଡ୍‌ ତୃତୀୟ ଖଣ୍ଡ’ ୩/୪ ଟଙ୍କାରେ ମିଳୁଥିଲା। ତା’ ସାଙ୍ଗକୁ ରେଭେନ୍‌ଶା କଲେଜ ଛକରେ ସୋଭିଏତ ଦେଶର ପାଖାପାଖି ମାଗଣା ପୁସ୍ତକର ପସରା ବି ମେଲା। କଟକର କିତାବ ମହଲ, ଡି.ପି. ସୁର, ଡ୍ରିମ୍‌ଲ୍ୟାଣ୍ଡ ବହି ଦୋକାନ ସେ ପ୍ରାୟ ଯାଆନ୍ତି। କୌଣସି ଭଲ ବହି ଦେଖିଲେ ରହିପାରନ୍ତି ନାହିଁ। ତା’ପରେ ଆରମ୍ଭ ହୁଏ ରାତି ମିଲ୍‌ ବନ୍ଦ, ବହି କିଣା ଅଭିଯାନ। ଦୁଇବର୍ଷ ଭିତରେ ସେ ତାଙ୍କ ପ୍ରକୋଷ୍ଠରେ ଗୋଟିଏ ଛୋଟ ଲାଇବ୍ରେରି କରି ପକାଇଥିଲେ ଆମ ସମସ୍ତଙ୍କ ଉପକାର ପାଇଁ।
ଟଙ୍କାର ଅଭାବ ମଣିଷକୁ କେତେବେଳେ ଦାର୍ଶନିକ କରି ତୋଳେ ତ କେତେବେଳେ ଉଗ୍ର ସ୍ବାଭିମାନୀ ଅବସ୍ଥାକୁ ନେଇଯାଏ। ବନ୍ଧୁଜଣକ କହିଲେ, ”ମୋତେ ଛଅ ଟଙ୍କା ଦେଲ।“ ଟଙ୍କାତକ ପାଇଲା ପରେ କହିଲେ, ”ଏ ଟଙ୍କା ମୁଁ ତୁମକୁ ଫେରାଇ ପାରେ ଅବା ନ ପାରେ। ତେବେ ଭାବିବନି ଏ ଟଙ୍କା ତୁମର ବୋଲି। ଟଙ୍କା ସରକାରଙ୍କର। ତୁମର ଗୁଜୁରାଣ ପାଇଁ ଏ ଟଙ୍କା ତୁମ ପାଖରେ ପହଞ୍ଚିଛି, ସେଇଠୁ ମୋ ପାଖରେ, ପୁଣି ଚାଲିଯିବ କାହା ପାଖକୁ। ମୁଁ ଚେଷ୍ଟା କରିବି ଫେରାଇବାକୁ, କିନ୍ତୁ ଏ ଟଙ୍କାର ମାଲିକ ତୁମେ ବୋଲି କେବେ ଭାବିବ ନାହଁି।“ ରାୟବାବୁ ଜଣେ ପଦସ୍ଥ ଅଫିସର। ଜିଲା ମୁଖ୍ୟାଳୟରୁ ପରିଦର୍ଶନରେ ଗଲେ ପାଶ୍ୱବର୍ତ୍ତୀ ଅନ୍ୟ ଏକ ବ୍ଲକକୁ। ଖାମଖିଆଲି ଲୋକ। ପରିଦର୍ଶନ ପରେ ଫେରିଲାବେଳେ ଦେଖନ୍ତି ପକେଟରେ ଯଥେଷ୍ଟ ପଇସା ନାହିଁ ଟ୍ରେନ୍‌ ଭଡ଼ା ପାଇଁ। ଆପାତତଃ ଭଡ଼ାତକ ଦେବା ପାଇଁ ଲୋକର ଅଭାବ ନ ଥିଲା। କିନ୍ତୁ ମନକୁ ଏକ ଅହେତୁକ ସ୍ବାଭିମାନ ଆଚ୍ଛନ୍ନ କଲା। ପକେଟରେ ଥିବା ପଇସାରେ କିଛି ବାଦାମ ଓ ବୁଟ କିଣି ଚାଲିବାକୁ ଲାଗିଲେ। ବାଦାମ, ବୁଟକୁ ପକେଇ ପକେଇ, ମଝିରେ ଚାଣକ୍ୟ ଶ୍ଳୋକ ଆବୃତ୍ତି କରି କରି ମଧ୍ୟରାତ୍ରିରେ ଘରେ ପହଞ୍ଚିଲେ।
ଏବେ ସ୍ଥିତି ଭିନ୍ନ। ଏବେ ଖୁବ୍‌ କମ୍‌ ଲୋକଙ୍କୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ନା ଅଛି କଷ୍ଟ, ନା ଅଛି କଷ୍ଟସୃଷ୍ଟ ସ୍ବାଭିମାନ ଅବା ଆଦର୍ଶ। ଟଙ୍କା ଯେ ଭାରି ଦରକାରୀ ଚିଜ, ଏ କଥା ଆଜିର ଅଭିଭାବକ ପିଲାଛୁଆଙ୍କୁ କହନ୍ତି ନାହିଁ। ଆଜିକାଲି ଟଙ୍କା ସହଜରେ ମିଳିଯାଉଛି। ତା’ ଭିତରେ ପୁଣି ଅନେକ ଟଙ୍କାର ରଙ୍ଗ କଳା। କଷ୍ଟ କରି ଟଙ୍କା ଉପାର୍ଜନ କରିବାକୁ ପଡ଼େ, ଏ କଥା ଅନେକେ ଭାବୁନାହାନ୍ତି। ଯୁବପିଢ଼ି ଭିତରେ ଟଙ୍କା ପ୍ରତି ଏକ ଆଦର୍ଶଗତ ମନୋଭାବ ରୋପଣ କରିବାର ପ୍ରୟାସ ଯଦି କରା ନ ଯାଏ, ସେମାନେ ପରବର୍ତ୍ତୀ ସମୟରେ ଖାଲି ପରଜୀବୀ ପାଲଟିଯିବେ ତା’ ନୁହେଁ, କୈଶୋର ଅବସ୍ଥାର ବେପରୁଆ ଖର୍ଚ୍ଚ ସହ ତାଳଦେଇ ଶିକ୍ଷିତ ହୋଇ, କୌଣସି ନିର୍ଦ୍ଦିଷ୍ଟ ନିଯୁକ୍ତି ନ ଥାଇ ଲୁଟ୍‌, ଛିନ୍‌ତାଇ ମାଧ୍ୟମରେ ସହଜ ଜୀବନଯାପନ କରିବାକୁ ଚେଷ୍ଟା କରିବେ, ଯାହା ଭୁବନେଶ୍ୱରରେ ପଢୁଥିବା ଏମ୍‌ବିଏ ବା ଇଞ୍ଜିନିୟରିଂ ଛାତ୍ରଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ଅବା ବାଧ୍ୟବାଧ୍ୟକତାମୂଳକ, ଏକ ଶୃଙ୍ଖଳିତ, ଦାୟିତ୍ୱଭରା ଆଦର୍ଶ ଜୀବନଯାପନ ପାଇଁ କିଛିଟା ଅଭାବବୋଧ ନିତାନ୍ତ ଆବଶ୍ୟକ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଜେଲ ରୋଡ, ବାଲେଶ୍ୱର, ମୋ : ୯୪୩୭୩୭୬୨୧୯,
subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?