Posted inଫୁରସତ

ଗୋଟିଏ ଅକ୍ଷର ଭୁଲ ହେତୁ ଗନ୍ତବ୍ୟସ୍ଥଳରୁ ୧୪୦୦ କିମି ଦୂର ପହଞ୍ଚିଲେ ବୃଦ୍ଧ

ଆମମାନଙ୍କ ଦ୍ୱାରା ହେଉଥିବା ଛୋଟଛୋଟ ଭୁଲ ପାଇଁ ଅନେକ ସମୟରେ ପସ୍ତାଇବାକୁ ପଡିଥାଏ। ପୁଣି କେତେବେଳେ ଏହି ଛୋଟ ଭୁଲ ଆମକୁ ସମସ୍ୟା ଭିତରକୁ ଟାଣି ନେଇଥାଏ। ଯେମିତି ଏହିପରି ଏକ ଭୁଲ ପାଇଁ ଜଣେ ବୃଦ୍ଧଙ୍କୁ ଅନେକ କଷ୍ଟ ସହିବାକୁ ପଡିଥିଲା। ପରେ ସେ ତାଙ୍କ ଭୁଲ ବୁଝିବା ବେଳକୁ ଅନେକ ଡେରି ହୋଇ ଯାଇଥିଲା।
ତେବେ ତାଙ୍କର ଗୋଟିଏ ଅକ୍ଷର ଭୁଲ ତାଙ୍କୁ ୧୪୦୦ କି.ମି. ଦୂରକୁ ନେଇ ଯାଇଥିଲା। ଏହି ଘଟଣା ଘଟିଛି ଭେଟେରାନ୍‌ ବାରଲିନ୍‌ର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ କ୍ଷେତ୍ରରେ। ମିଡିଆ ରିପୋର୍ଟ ଅନୁଯାୟୀ, ବୃଦ୍ଧଙ୍କର ରୋମାନ୍‌ କ୍ୟାଥଲିକ୍‌ ଧର୍ମ ସମ୍ପ୍ରଦାୟର ସର୍ବପ୍ରଧାନ ଅଧ୍ୟକ୍ଷ (ପୋପ୍‌)ଙ୍କୁ ଭେଟିବାକୁ ଥିଲା। ଏଣୁ ସେ ତାଙ୍କ କାର ଯୋଗେ ବାରଲିନ୍‌ରୁ ରୋମ ବାହାରି ପଡିଲେ। ଏନେଇ ସେ ନାଭିଗେଶନ ଆପ୍‌ର ସହାୟତା ନେଇଥିଲେ। ଅନେକ ସମୟ ଯାତ୍ରା ପରେ ଆପ୍‌ ତାଙ୍କୁ ଜଣାଇଥିଲା ସେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଗଲେ। ମାତ୍ର ସେଠାରେ ବୃଦ୍ଧ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ତାଙ୍କୁ ସେଠାରେ ପୋପ୍‌ ମିଳିଲେ ନା ତାଙ୍କ ପ୍ରାସାଦ। ଅନେକ ଖୋଜାଖୋଜି ପରେ ଯେତେବେଳେ ପ୍ରାସାଦ ମିଳି ନଥିଲା, ସେ ଲୋକଙ୍କୁ ପଚରା ଉଚୁରା କରିବା ଆରମ୍ଭ କରିଦେଲେ। ପରେ ଜାଣିଲେଯେ, ସେ ରୋମ୍‌ରେ ଅଛନ୍ତି। ଏଥିରେ ତାଙ୍କ ଚିନ୍ତା ଆହୁରି ଅଧିକ ବଢ଼ିଗଲା। ଯଦି ସେ ଗନ୍ତବ୍ୟ ସ୍ଥଳରେ ଅଛନ୍ତି, ତେବେ କିପରି ପୋପ୍‌ଙ୍କ ପ୍ରାସାଦ ପାଇପାରୁ ନାହାନ୍ତି। ଶେଷରେ ଜାଣିଲେ ଯେ, ଯେଉଁ ରୋମରେ ଅଛନ୍ତି, ତାହା ପଶ୍ଚିମ ଜର୍ମାନୀର ରାହିନ ଓ୍ବେଷ୍ଟଫାଲିଆ। ଅପରପକ୍ଷେ ବୃଦ୍ଧ ଜଣକ ନାଭିଗେଶନରେ ଯେଉଁ ସ୍ପେଲିଂ ଲେଖିଥିଲେ ତାହା ROM ଥିଲା, ଏହା ROME ହେବା କଥା। ଏହି ଗୋଟିଏ ଅକ୍ଷର ପାଇଁ ସେ ତାଙ୍କ ଗନ୍ତବ୍ୟସ୍ଥଳଠାରୁ ୧୪୦୦ କି.ମି. ଦୂରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri