Posted inଫୁରସତ

ଗୋଟିଏ ଅକ୍ଷର ଭୁଲ ହେତୁ ଗନ୍ତବ୍ୟସ୍ଥଳରୁ ୧୪୦୦ କିମି ଦୂର ପହଞ୍ଚିଲେ ବୃଦ୍ଧ

ଆମମାନଙ୍କ ଦ୍ୱାରା ହେଉଥିବା ଛୋଟଛୋଟ ଭୁଲ ପାଇଁ ଅନେକ ସମୟରେ ପସ୍ତାଇବାକୁ ପଡିଥାଏ। ପୁଣି କେତେବେଳେ ଏହି ଛୋଟ ଭୁଲ ଆମକୁ ସମସ୍ୟା ଭିତରକୁ ଟାଣି ନେଇଥାଏ। ଯେମିତି ଏହିପରି ଏକ ଭୁଲ ପାଇଁ ଜଣେ ବୃଦ୍ଧଙ୍କୁ ଅନେକ କଷ୍ଟ ସହିବାକୁ ପଡିଥିଲା। ପରେ ସେ ତାଙ୍କ ଭୁଲ ବୁଝିବା ବେଳକୁ ଅନେକ ଡେରି ହୋଇ ଯାଇଥିଲା।
ତେବେ ତାଙ୍କର ଗୋଟିଏ ଅକ୍ଷର ଭୁଲ ତାଙ୍କୁ ୧୪୦୦ କି.ମି. ଦୂରକୁ ନେଇ ଯାଇଥିଲା। ଏହି ଘଟଣା ଘଟିଛି ଭେଟେରାନ୍‌ ବାରଲିନ୍‌ର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ କ୍ଷେତ୍ରରେ। ମିଡିଆ ରିପୋର୍ଟ ଅନୁଯାୟୀ, ବୃଦ୍ଧଙ୍କର ରୋମାନ୍‌ କ୍ୟାଥଲିକ୍‌ ଧର୍ମ ସମ୍ପ୍ରଦାୟର ସର୍ବପ୍ରଧାନ ଅଧ୍ୟକ୍ଷ (ପୋପ୍‌)ଙ୍କୁ ଭେଟିବାକୁ ଥିଲା। ଏଣୁ ସେ ତାଙ୍କ କାର ଯୋଗେ ବାରଲିନ୍‌ରୁ ରୋମ ବାହାରି ପଡିଲେ। ଏନେଇ ସେ ନାଭିଗେଶନ ଆପ୍‌ର ସହାୟତା ନେଇଥିଲେ। ଅନେକ ସମୟ ଯାତ୍ରା ପରେ ଆପ୍‌ ତାଙ୍କୁ ଜଣାଇଥିଲା ସେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଗଲେ। ମାତ୍ର ସେଠାରେ ବୃଦ୍ଧ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ତାଙ୍କୁ ସେଠାରେ ପୋପ୍‌ ମିଳିଲେ ନା ତାଙ୍କ ପ୍ରାସାଦ। ଅନେକ ଖୋଜାଖୋଜି ପରେ ଯେତେବେଳେ ପ୍ରାସାଦ ମିଳି ନଥିଲା, ସେ ଲୋକଙ୍କୁ ପଚରା ଉଚୁରା କରିବା ଆରମ୍ଭ କରିଦେଲେ। ପରେ ଜାଣିଲେଯେ, ସେ ରୋମ୍‌ରେ ଅଛନ୍ତି। ଏଥିରେ ତାଙ୍କ ଚିନ୍ତା ଆହୁରି ଅଧିକ ବଢ଼ିଗଲା। ଯଦି ସେ ଗନ୍ତବ୍ୟ ସ୍ଥଳରେ ଅଛନ୍ତି, ତେବେ କିପରି ପୋପ୍‌ଙ୍କ ପ୍ରାସାଦ ପାଇପାରୁ ନାହାନ୍ତି। ଶେଷରେ ଜାଣିଲେ ଯେ, ଯେଉଁ ରୋମରେ ଅଛନ୍ତି, ତାହା ପଶ୍ଚିମ ଜର୍ମାନୀର ରାହିନ ଓ୍ବେଷ୍ଟଫାଲିଆ। ଅପରପକ୍ଷେ ବୃଦ୍ଧ ଜଣକ ନାଭିଗେଶନରେ ଯେଉଁ ସ୍ପେଲିଂ ଲେଖିଥିଲେ ତାହା ROM ଥିଲା, ଏହା ROME ହେବା କଥା। ଏହି ଗୋଟିଏ ଅକ୍ଷର ପାଇଁ ସେ ତାଙ୍କ ଗନ୍ତବ୍ୟସ୍ଥଳଠାରୁ ୧୪୦୦ କି.ମି. ଦୂରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri