Posted inଜାତୀୟ

ଗୋଆରେ କଂଗ୍ରେସକୁ ଝଟକା

ପଣଜୀ,୧୧ା୭: ଜାତୀୟସ୍ତରରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆକାଶରେ ଯେମିତି କଳାବାଦଲ ଘୋଟି ଆସିଛି। କର୍ନାଟକ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ ସରକାରଙ୍କ ସମ୍ଭାବ୍ୟ ପତନର କାରଣ ସାଜିଥିବାବେଳେ ଗୋଆରେ ମଧ୍ୟ ଏବେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ରାଜନୈତିକ ଘଟଣାକ୍ରମରେ ବୁଧବାର ରାତିରେ ଗୋଆ କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଫଳରେ କଂଗ୍ରେସ ଦଳର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି।
ଗୋଆ ବିଧାନସଭାର ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ସମେତ ୧୦ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଭେଟି ଭାଜପାରେ ସାମିଲ ହୋଇଛନ୍ତି। ଅନ୍ୟମାନେ ହେଲେ ଆଟାନାସିଓ ମୋନ୍‌ସେରାଟ୍ଟେ, ଜେନିଫର ମୋନ୍‌ସେରାଟ୍ଟେ, ଫ୍ରାନ୍ସିସ୍‌ ସିଲଭେଇରା, ଫିଲିପ୍‌ ନେରି ରୋଡ୍ରିଗୁଏସ୍‌, କ୍ଲିଏଓଫାସିଓ ଡିଆସ୍‌, ଓ୍ବିଲଫ୍ରେଡ୍‌ ଡି’ସୁଜା, ନୀଳକଣ୍ଠ ହଲାର୍ନକର, ଇସିଡୋର ଫର୍ନାଣ୍ଡିଜ୍‌ ଏବଂ ଆଣ୍ଟୋନିଓ ଫର୍ନାଣ୍ଡିଜ୍‌। ସାଓ୍ବନ୍ତ ବିଧାୟକମାନଙ୍କୁ ଦଳକୁ ସ୍ବାଗତ କରିବା ସହ ସେମାନଙ୍କୁ ସାଙ୍ଗରେ ନେଇ ବାଚସ୍ପତି ରାଜେଶ ପାଟନେକରଙ୍କୁ ସମର୍ଥନପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଦୁଇତୃତୀୟାଂଶ ବିଧାୟକ ଭାଜପାରେ ମିଶିଥିବାରୁ ସେମାନଙ୍କ କ୍ଷେତ୍ରରେ ଦଳବଦଳ ଆଇନ ଲାଗୁ ହେବନାହିଁ। ସାଓ୍ବନ୍ତ କହିଛନ୍ତି, କଂଗ୍ରେସ ବିଧାୟକମାନେ ନିଃସର୍ତ୍ତରେ ଭାଜପାରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯୋଗଦାନ ପରେ ଗୃହରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୨୭କୁ ଛୁଇଁଛି। ଫଳରେ ଭାଜପାକୁ ଆଉ ସହଯୋଗୀ ଦଳର ଆବଶ୍ୟକତା ନାହିଁ। ତେବେ ସହଯୋଗୀ ବିଧାୟକଙ୍କୁ ସରକାରରେ ରଖାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନି। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ କିଛି ସ୍ଥିର କରାଯାଇନାହିଁ। ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗିରିଶ ଚୋଦାନ୍‌କର କହିଛନ୍ତି, ଭାଜପା ପ୍ରଲୋଭନ ଦେଖାଇ ଓ ବ୍ଲାକ୍‌ମେଲିଂ କରି କଂଗ୍ରେସ ବିଧାୟକମାନଙ୍କୁ ନିଜ ଆଡ଼କୁ ଟାଣିନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ ନୁହେଁ, ବରଂ ‘ଗୋଟିଏ ଦେଶ ଗୋଟିଏ ଦଳ’ ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୧୭ ଥିବାବେଳେ କଂଗ୍ରେସର ୧୫ ସଦସ୍ୟ ଥିଲେ। ସେହିପରି ଗୋଆ ଫରଓ୍ବାର୍ଡ ପାର୍ଟିର ୩ ସମେତ ୩ ସ୍ବାଧୀନ ବିଧାୟକ ସାଓ୍ବନ୍ତ ସରକାରଙ୍କୁ ସମର୍ଥନ କରୁଛନ୍ତି। ୧୦ ବିଧାୟକ ଭାଜପାରେ ଯୋଗଦେବା ପରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ଖସିଆସିଛି। ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧୫ରେ ଆରମ୍ଭ ହେବ। (ଫଟୋ: ପୃଷ୍ଠା-୨)


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?