ଗୁରୁ ହିଁ ଶ୍ରେଷ୍ଠ କଳାକାର

ଡ.ହିମାଂଶୁ ବାରିକ

ଗୁରୁ ହିଁ ଶ୍ରେଷ୍ଠ କଳାକାର। ନବାକ୍ଷରୀ ଭାଗବତରେ କୁହାଯାଇଛି-
”ମୁହିଁ ବସଇ ଗୁରୁଦେହେ
ମୋ ତହୁଁ ଗୁରୁ ଭିନ୍ନ ନୁହେଁ।
ଗୁରୁ ଯେ ମଳୟ ପବନ
କାଷ୍ଠକୁ କରନ୍ତି ଚନ୍ଦନ।
ଗୁରୁ ସମାଜର ପଥ ପ୍ରଦର୍ଶକ। ସମାଜର ତମସାକୁ ଦୂର କରି ଆଲୋକ ବର୍ତ୍ତିକା ଆଣିଥାନ୍ତି। ସେଥିପାଇଁ କୁହାଯାଇଛି
‘ଗୁରୁ କୃପାଂ ହିଁ କେବଳଂ’ ଦରକାର। ଗୁରୁଙ୍କର ଆଶୀର୍ବାଦରୁ ସମାଜରେ ନୂତନ ଦିଗ୍‌ଦର୍ଶନ ସୃଷ୍ଟି ହୋଇଥାଏ। ଭାଗବତରେ କୁହାଯାଇଛି
”ଗୁରୁ ଚରଣେ ଯାହାର ଶ୍ରଦ୍ଧା
ତାକୁ ନ ଲାଗେ ଭବ ବାଧା।“
ସଂସ୍କୃତରେ କୁହାଯାଇଛି-
”ଧ୍ୟାନଂ ମୂଳଂ ଗୁରୁ ମୂର୍ତ୍ତିଃ
ପୂଜା ମୂଳଂ ଗୁରୁପଦଂ
ମନ୍ତ୍ର ମୂଳଂ ଗୁରୁ ବାକ୍ୟଂ
ମୋକ୍ଷ ମୂଳଂ ଗୁରୋକୃପା।“
ଗୁରୁମାନଙ୍କର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଜ୍ଞାନ, କରୁଣା, ସ୍ନେହ, ସଦିଚ୍ଛା, ପ୍ରେମ ମମତାରେ ଛାତ୍ରୀଛାତ୍ରମାନଙ୍କ ମନରେ ନୂତନ ଜ୍ଞାନର ଆଲୋକ ଆବିର୍ଭାବ ହୋଇଥାଏ। ଗୁରୁମାନଙ୍କର ଅନୁସନ୍ଧାନମୂଳକ ଜ୍ଞାନ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚରୁ ଉଚ୍ଚତର ଆଡ଼କୁ ନେଇଯାଇଥାଏ। ଗୁରୁର ଅର୍ଥ ହେଲା ଓଜନ। ଯାହା ପାଖରେ ଓଜନଦାର ରୂପକ ଜ୍ଞାନ ଗରିମା ଧୀଶକ୍ତି ଭରପୂର ହୋଇ ଗୁରୁ ଦାୟିତ୍ୱ ସହ ପାଳନ କରି ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରି ଅଜ୍ଞାନ ରୂପକ ତମସାକୁ ଲୋପ କରି ଆଲୋକ ସଞ୍ଜାତ କରିଥାନ୍ତି।
ଶିକ୍ଷକ ଅର୍ଥ ହେଲା
ଶି- ଶିଷ୍ଟାଚାର
କ୍ଷ- କ୍ଷମାଶୀଳ
କ- କରୁଣା ବା ଉଦାରତା
ଅର୍ଥାତ୍‌ ଛାତ୍ରୀଛାତ୍ରମାନଙ୍କ ପ୍ରତି ଦୟା, କ୍ଷମା, କରୁଣା ଓ ସଂସ୍କୃତି ସମ୍ପନ୍ନ ହୋଇ ନିଜର ସମସ୍ତ ଜ୍ଞାନ ଗରିମା ଦ୍ୱାରା ଛାତ୍ରୀଛାତ୍ରମାନଙ୍କୁ ନିଜର ଜ୍ଞାନର ବଳୟରେ ଆକର୍ଷିତ କରି ନୂତନତ୍ତ୍ୱ ପ୍ରଦାନ କରିଥାନ୍ତି।
ଭଗବତ୍‌ ଗୀତାର ତେରତମ ଅଧ୍ୟାୟରେ ଶିକ୍ଷକଙ୍କର ସୁଗୁଣ ସମ୍ବନ୍ଧରେ ଉଲ୍ଲେଖ କରାଯାଇଅଛି। ସେହି ଗୁଣଗୁଡ଼ିକ ହେଲା ଯଥା ଗବିହୀନ ମନ, ଅହିଂସା, ଛଳନାବିହୀନ ମନ, ଦୟାର ସାଗର, ସ୍ପଷ୍ଟବାଦିତା, ସ୍ବଚ୍ଛମନ, ପବିତ୍ରତା, କରୁଣା, ପରୋପକାର, ଆତ୍ମସଂଜମୀ, କ୍ଷମାଶୀଳ, ପ୍ରଚଣ୍ଡ ଧୀଶକ୍ତି ଆହରଣକାରୀ, ଉତ୍ତମ ଚରିତ୍ର ସମ୍ପନ୍ନ ହେବା ଉଚିତ। ଗୁରୁମାନେ ଏହି ସବୁଗୁଣ ଆହରଣକାରୀ ହୋଇ ନିଜର କର୍ତ୍ତବ୍ୟ ବଳରେ ସର୍ବଦା ଛାତ୍ରୀଛାତ୍ରମାନଙ୍କର ନିକଟତ୍ତର ହୋଇ ନିଜର ଜୀବନକୁ ଉତ୍ସର୍ଗୀକୃତ କରି ଦେଇଥାନ୍ତି। ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଖରେ ଏକ ସ୍ବତନ୍ତ୍ର ଜ୍ଞାନର ସୁଯୋଗ ରହିଛି। ଶିକ୍ଷକମାନେ ସମସ୍ତ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦେବା ଉଚିତ।
ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର୍‌ଙ୍କ ମତରେ ‘ଗୁରୁ ହିଁ ଶ୍ରେଷ୍ଠ କଳାକାର’। ପ୍ରତ୍ୟେକ ଗୁରୁଙ୍କ ପାଖରେ ସଂଗୀତ, ଚିତ୍ରକଳା, ସୁବକ୍ତା, ଆଧ୍ୟାତ୍ମିକତା, ନୈତିକତା, ଛାତ୍ରବତ୍ସଳ ଗୁଣ ରହିବା ଉଚିତ। ଗୁରୁମାତା ଆମ ସମାଜର ଭଲ ସୂଚନା ପ୍ରଦାନକାରୀ, ତଥ୍ୟ ପ୍ରଦାନକାରୀ, ଉତ୍ସାହ ଉନ୍ମାଦନାକାରୀ ଛାତ୍ରୀଛାତ୍ରମାନଙ୍କୁ ଆନନ୍ଦମୟ ଶିକ୍ଷା ଜରିଆରେ ଜ୍ଞାନ ପ୍ରଦାନ କରିଥାନ୍ତି।
ସେଥିପାଇଁ ଡ. ଏସ୍‌. ରାଧାକ୍ରିଷ୍ଣନ କହିଛନ୍ତି
“True teachers are those who help us think for ourselves.”
ସେ ପୁଣି କହିଛନ୍ତି
‘ଶିକ୍ଷକମାନେ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ମସ୍ତିଷ୍କଧାରୀ।’

ଜଣେ ମହାନ୍‌ ଶିକ୍ଷାବିତ୍‌ଙ୍କ ମତରେ-
‘ଯେଉଁ ଦେଶର ଯେତେ ଉନ୍ନତ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଉନ୍ନତ ରହିଛି ସେ ଦେଶର ଉନ୍ନତି ଅବଶ୍ୟ ସବିକୋଷ୍ଟ ଉନ୍ନତ। ’
ଶିକ୍ଷକମାନେ ହେଉଛନ୍ତି ଦ୍ୱିତୀୟ ଅଭିଭାବକ।
ଅନେକ ପୁରାଣରେ ଲେଖାଅଛି ଗୁରୁ ହେଉଛନ୍ତି ଦ୍ୱିତୀୟ ପିତାମାତା।
ପ୍ରକୃତ ଶୁଦ୍ଧପୂତ ଆଚରଣ, ଶାନ୍ତ, ମନ, ସରଳ, ଆତ୍ମସଞ୍ଜମୀ ସ୍ବାର୍ଥବିହୀନ ଶୁଦ୍ଧମନ, ସ୍ବଚ୍ଛମନରେ ନିଜର ଧୀଶକ୍ତି ଛାତ୍ରୀଛାତ୍ରମାନଙ୍କୁ ବିତରଣ କରି ଜ୍ଞାନର ଆଲୋକକୁ ଉଦ୍‌ଭାସିତ କରିଥାନ୍ତି ଗୁରୁ। ଆମ ଗୁରୁମାନଙ୍କର ଆଚରଣ ଜ୍ଞାନ ଗରିମା ଶିକ୍ଷାଦାନ ପଦ୍ଧତି ଏପରି ପବିତ୍ରତା ଓ ଆଦର୍ଶ ହେବା ଉଚିତ, ଯାହା କି ବିଶ୍ୱରେ ଆଦୃତ ହେବା ଉଚିତ।
ପ୍ଲାଟୋଙ୍କ ମତରେ “If you have knowledge like touch passes to others”
ସ୍ବାମୀ ବିବେକାନନ୍ଦଙ୍କ ପୂଜ୍ୟଗୁରୁ ରାମକୃଷ୍ଣ ପରମହଂସ ମଧ୍ୟ କହିଛନ୍ତି
“As long as I live, so long do I learn”
ପରିଶେଷରେ କୁହାଯାଇପାରେ ”ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତ ଜେନ ଚରାଚରଂ ତସ୍ମୈ ଶ୍ରୀ ଗୁରବେ ନମଃ’।
ଗୁରୁମାନଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ସେମାନଙ୍କର ଗୁରୁ ଦାୟିତ୍ୱ ତଥା କର୍ତ୍ତବ୍ୟ କେତେ ମହାନ୍‌ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। ସେଥିପାଇଁ କୁହାଯାଇଛି
ଗୁରୁଙ୍କୁ ନ ମଣିବ ନର
ଗୁରୁ ହିଁ ସାକ୍ଷାତ ଈଶ୍ୱର।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ୍‌ ପରମବ୍ରହ୍ମ
ତସ୍ମୈ ଶ୍ରୀ ଗୁରବେ ନମଃ
ଅଧ୍ୟକ୍ଷ, ମାକାସେ ବି.ଏଡ୍‌ ମହାବିଦ୍ୟାଳୟ, ମୁର୍ଶିଦାବାଦ୍‌, କଲିକତା, ପଶ୍ଚିମବଙ୍ଗ,
ମୋ-୯୦୬୪୬୬୬୯୧୪


Enter your email to get our daily news in your inbox.

All Right Reserved By Dharitri.Com

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri