Posted inଖେଳ

ଗୁରଜିତ୍‌ଙ୍କ ଡବଲ ଗୋଲ୍‌:ପୋଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

ହିରୋସୀମା, ୧୬ା୬ (ପି.ଟି.)-ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ୍ସ ହିରୋସୀମାରେ ଗୁର୍‌ଜିତଙ୍କ ଡବଲ ଗୋଲ ସହାୟତାରେ ଭାରତ ୫-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍‌ ଯଦିଓ ପୋଲାଣ୍ଡ ନିୟନ୍ତ୍ରଣରେ ରହିଥିଲା ଭାରତ ଦ୍ରୁତ ଓ ଆକ୍ରମଣାତ୍ମକ ଖେଳି ପୋଲାଣ୍ଡ ଦଳକୁ ଅଧିକ ସମସ୍ୟାରେ ପକାଇଥିଲା। ସୁନୀତା ଲାକ୍ରା ପ୍ରଭାବୀ ପ୍ରଦର୍ଶନ କରି ପୋଲାଣ୍ଡ ଦଳକୁ ଚାପରେ ରଖିଥିଲେ। ବଲ୍‌କୁ କ୍ୟାରି କରି ସେ ବାମ ପାର୍ଶ୍ୱରେ ଥିବା ନବଜୋତ କୌରଙ୍କ ନିକଟକୁ ପଠାଇ ଦେଇଥିଲେ। କୌରଙ୍କ କ୍ରସ୍‌କୁ ଜ୍ୟୋତି ଗୋଲ ପୋଷ୍ଟ ପଠାଇ ଦେଇଥିଲେ। ଏହି କ୍ୱାର୍ଟରର ଶେଷ ୫ ମିନିଟ ଖେଳରେ ଭାରତକୁ କେତୋଟି ପେନାଲ୍ଟି କର୍ନର ମିଳିଥିଲା। ଗୁରଜିତ୍‌ଙ୍କ ଡ୍ରାଗ୍‌ ଫ୍ଲିକ୍‌ ଗାବାରା ରୋକି ଦେବାପରେ ଏକ ଲୁଜ୍‌ ବଲ୍‌ ପାଇ ବନ୍ଦନା କାଟାରିଆ ଭାରତ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପରେ ଗୁରଜିତ୍‌ ଲେଫ୍ଟ କର୍ନରକୁ ଯାଉଥିବା ଏକ ବଲ୍‌କୁ ଗୋଲ୍‌ରେ ପରିଣତ କରି ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ଏହି ଗୋଲ ବ୍ୟବଧାନ ବଜାୟ ରଖିଥିଲା। ୩୫ତମ ମିନିଟ୍‌ରେ ଭାରତକୁ ଏକ ପେନାଲଟି ଷ୍ଟ୍ରୋକ୍‌ ମିଳିଥିଲା। ଗୁରଜିତ୍‌ ଏହାକୁ ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ। ଏହାଥିଲା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌। ଭାରତ ୪-୦ରେ ଅଗ୍ରଣୀ ସହ ଚତୁର୍ଥ କ୍ୱାର୍ଟରରେ ପ୍ରବେଶ କରିଥିଲା। ଅନ୍ତିମ ପର୍ଯ୍ୟାୟରେ ଭାରତର ଆକ୍ରମଣାତ୍ମକ ଖେଳ ଯୋଗୁ ପୋଲାଣ୍ଡ ରକ୍ଷଣାତ୍ମକ ନୀତି ଆପଣେଇବାକୁ ବାଧ୍ୟ ହୋଇଥିଲା। ଭାରତ ତରଫରୁ ୫ମ ତଥା ଅନ୍ତିମ ଗୋଲ ଖେଳର ୫୬ତମ ମିନିଟ୍‌ରେ ନବନୀତ କୌର ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri