ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ

ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡମାରି ଦାନ୍ତ ଭାଙ୍ଗି ବିଷ୍ଟା ଖୁଆଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଦମ୍ପତିଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଦମ୍ପତିଙ୍କ ପୁଅଙ୍କ ଅଭିଯୋଗକ୍ରମେ ନଂ.୧୪୯/୧୯ ଓ ପଡୋଶୀ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ନଂ.୧୫୦/୧୯ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୫ରେ ଗୁଣିଗାରେଡି ସନ୍ଦେହରେ ଏହି ପରିବାର ଉପରେ ଗାଁ ଲୋକେ ନିର୍ଯାତନା ଦେଇଥିଲେ। ଏହା ସହ୍ୟ କରି ନ ପାରି ପରିବାରର ସମସ୍ତେ ଗାଁ ଛାଡ଼ି ୧୦ କିମି ଦୂର ରଣଝାଲି ପଞ୍ଚାୟତର ମୁକୁନ୍ଦପୁରରେ ଆଶ୍ରୟ ନେଇଥିଲେ। ନ୍ୟାୟ ଲାଗି ୨୦୧୭ ଜୁଲାଇ ୧୬ରେ ପୁରୁଷୋତ୍ତମପୁର ପୋଲିସ ଓ ୨୦୧୭ ଜୁଲାଇ ୧୭ରେ ଛତ୍ରପୁର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଓ ପ୍ରଶାସନ ୨୦୧୭ ଜୁଲାଇ ୨୨ରେ ସମ୍ପୃକ୍ତ ପରିବାର ଓ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ନେଇ ଥାନାରେ ବୈଠକ କରି ଶାନ୍ତି କମିଟି ଗଠନ କରାଯାଇଥିଲା। ବୁଝାଶୁଝା ପରେ ସମ୍ପୃକ୍ତ ପରିବାର ଗ୍ରାମକୁ ଫେରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସାହିବାସୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗ୍ରାମବାସୀ ଗୁଣିଆ ସନ୍ଦେହ କରୁଥିବା ପରିବାରର ସ୍ବାମୀ, ସ୍ତ୍ରୀ ଭୟରେ ଗାଁ ଛାଡି ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳିରେ ବର୍ଷେ ହେଲା ରହୁଥିଲେ। ଗ୍ରାମରେ କେବଳ ତାଙ୍କ ବୃଦ୍ଧା ମା, ଭଉଣୀ ଓ ପୁଅବୋହୂ ରହୁଥିଲେ। ରବିବାର ସମ୍ପୃକ୍ତ ପରିବାରର ଏକ କୁକୁଡା ଜଣେ ବ୍ୟକ୍ତିଙ୍କ ଘର ନିକଟକୁ ଚାଲିଯିବାରୁ ତାଙ୍କ ବୃଦ୍ଧା ମା’ ଓ ଝିଅଙ୍କୁ ସେହିବ୍ୟକ୍ତି ମାଡ ମାରିଥିଲେ। ଖବର ପାଇ ଚାଟମୁଣ୍ଡୁଳିରେ ରହୁଥିବା ଦମ୍ପତି ଗଁାକୁ ଆସିଥିଲେ। ଘରେ ତାଙ୍କ ମା’ଙ୍କ ସହ କଥା ହେଉଥିବାବେଳେ ସାହିର କେତେଜଣ ବ୍ୟକ୍ତି ଘରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଗାଁ ଦାଣ୍ଡକୁ ଟାଣିଆଣି ସମ୍ପୃକ୍ତ ଦମ୍ପତିଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦାନ୍ତ ଭାଙ୍ଗି ଦେବା ସହ ବିଷ୍ଟା ଖୁଆଇଥିବା ଦମ୍ପତି ଅଭିଯୋଗ କରିଛନ୍ତି। ମାତ୍ର ସାହିଲୋକେ ଏହାକୁ ଅସ୍ବୀକାର କରିବା ସହ ସମ୍ପୃକ୍ତ ଦମ୍ପତିଙ୍କ ପୁଅ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri