Posted inଖେଳ

ଗୁଆଙ୍ଗ୍‌ଝୋଉ ଟିମ୍‌ରୁ ହାନ୍‌ଚାଓ ବହିଷ୍କୃତ

ସାଂଘାଇ, ୧୬ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଚାମ୍ପିୟନ ଫୁଟ୍‌ବଲ ଟିମ୍‌ ଗୁଆଙ୍ଗ୍‌ଝୋଉ ଏଭରଗ୍ରେଣ୍ଡ୍‌ ଏହାର ଅନ୍ତର୍ଜାତୀୟ ଓ୍ବିଙ୍ଗର ୟୁ ହାନ୍‌ଚାଓଙ୍କୁ ଦଳରୁ ବହିଷ୍କାର କରିଛି। ନିଜର ମର୍ସିଡିଜ୍‌ ୪x୪ର ଲାଇସେନ୍ସ ପ୍ଲେଟ୍‌ ବଦଳ କରିଥିବାରୁ ଏହି ଖେଳାଳି ୧୫ ଦିନ ପୋଲିସ ହେପାଜତରେ ରହିବେ। ଇଟାଲିଆନ ବିଶ୍ୱକପ୍‌ ବିଜେତା ଫାବିଓ କାନାଭାରୋ ଗୁଆଙ୍ଗଝୋଉ ଦଳର ମ୍ୟାନେଜର ଅଛନ୍ତି। ସେ କହିଛନ୍ତି, ଖେଳାଳିମାନଙ୍କ ଲାଗି କ୍ଲବର ରହିଥିବା କଠୋର ନିୟମକୁ ୩୩ବର୍ଷୀୟ ହାନ୍‌ଚାଓ ଭଙ୍ଗ କରିଛନ୍ତି। ସଦର୍ନ ସିଟି ପୋଲିସ୍‌ ହାନ୍‌ଚାଓଙ୍କୁ ୧୫ଦିନ ହେପାଜତରେ ରଖିବା ବ୍ୟତୀତ ୫,୦୦୦ ୟୁଆନ୍‌(୭୦୦ ଆମେରିକୀୟ ଡଲାର) ଜରିମାନା କରିଛି। ଚାଇନା ତରଫରୁ ୫୯ ଟି ମ୍ୟାଚ ଖେଳି ଏହି ଅନ୍ତର୍ଜାତୀୟ ଓ୍ବିଙ୍ଗର ୯ଟି ଗୋଲ ସ୍କୋର କରିଛନ୍ତି। ସେ ତାଙ୍କ ରେଜିଷ୍ଟ୍ରେଶନ ପ୍ଲେଟ୍‌ରେ ଗୋଟିିଏ ଅକ୍ଷର ନିଜ ଇଚ୍ଛାରେ ପରିବର୍ତ୍ତନ କରିଥିଲେ। ନମ୍ବରପ୍ଲେଟ୍‌ରେ ଇଂଲିଶ ଅକ୍ଷର ‘ଇ’କୁ ବଦଳ କରି ‘ଏଫ୍‌’ କରିଦେଇଥିଲେ। ଟ୍ରାଫିକ୍‌ ସୁରକ୍ଷା ଆଇନ ଅନୁସାରେ ଏହା ବେଆଇନ। ସେ ଏପରି କାହିଁକି କରିଥିଲେ ତାହା ଜଣାପଡ଼ିନାହିଁ। ହାନ୍‌ଚାଓ ଗୁଆଙ୍ଗଝୋଉ ଦଳ ସହିତ କିନ୍ତୁ ଚାଇନିଜ୍‌ ସୁପର ଲିଗ୍‌ ୫ଥର ଏବଂ ଥରେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri