ଗାନ୍ଧୀବାଦର ପ୍ରତୀକ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ‘ଅରଟ’ର ସ୍ଥିତି ଏବେ ରାଜ୍ୟରେ ସଙ୍ଗିନ। ମିଳୁନି ଅରଟରେ ବ୍ୟବହୃତ କଞ୍ଚାମାଲ ‘ବଳଣା’। ପୁଣି ଅରଟରେ ସୂତା କାଟିବା ଲାଗି ଯୁବପିଢି ଆଗ୍ରହୀ ହେଉନାହାନ୍ତି। ବର୍ଷରେ ୫ରୁ ୬ଜଣ ଛାତ୍ରୀଛାତ୍ର ଅରଟରେ ସୂତା କାଟିବା ଲାଗି ଇଚ୍ଛା ପ୍ରକାଶ କରୁଥିବା ବେଳେ ଭବିଷ୍ୟତରେ ଏହି ପରମ୍ପରା ଲୋପ ପାଇଯିବ ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କୃଷ୍ଣା ମହାନ୍ତି କହିଛନ୍ତି। ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରବାସରେ ସେ ଶିକ୍ଷାଦାନ କରୁଥିବା ବେଳେ ୭୩ତମ ସ୍ବାଧୀନତା ଦିବସ ଅବସରରେ ସେ କହିଛନ୍ତି, ରାଜ୍ୟରେ ଅରଟର ସ୍ଥିତି ସଙ୍ଗିନ ଅବସ୍ଥାରେ ଅଛି। ଅରଟରେ ବ୍ୟବହୃତ ବଳଣା ମିଳୁନାହିଁ କି ଏହାକୁ ଚଳାଇ ସୂତା କାଟିବା ଲାଗି ଆଉ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ନାହିଁ। ଅରଟ ଚଳାଇବା ଲାଗି କାହାକୁ ବାଧ୍ୟ କରିବା ଉଚିତ୍‌ ନୁହେଁ। ଯଦି ଇଚ୍ଛା ନ ଥିବ ତାହେଲେ ଦୁଇ ହାତ ଚାଲିବ ନାହିଁ। ଏବେ ଛାତ୍ରବାସରେ ରହୁଥିବା ବହୁତ୍‌ କମ୍‌ ପିଲା ଅରଟ ଚଳାଇବା ଲାଗି ଇଚ୍ଛା କରୁଛନ୍ତି। ଆଗକୁ ରାଜ୍ୟରେ ଅରଟ ଚଳାଇବା ଲାଗି କେହି ନ ଥିବେ। ପରିବର୍ତ୍ତନଶୀଳ ସମାଜରେ ଆଉ ଅରଟର ଲୋକପ୍ରିୟତା ବି ନାହିଁ । ପୁଣି ସେ କହିଛନ୍ତି, ଦୀର୍ଘ ଦିନ ଧରି ରାଜ୍ୟର ଖଦିବୋର୍ଡ ବଳଣା ପ୍ରସ୍ତୁତ କରୁଥିଲା। ହେଲେ ପରେ ତାକୁ କେତେକ ଏନ୍‌ଜିଓ ହାତକୁ ଟେକି ଦେଇ ଖଦିବୋର୍ଡ ଏହାକୁ ବନ୍ଦ କରି ଦେଇଥିଲା। ଅଳ୍ପ କିଛି ଦିନ ଏନ୍‌ଜିଓ ଏହାକୁ ପ୍ରସ୍ତୁତ କଲେ କିନ୍ତୁ ଉପଯୁକ୍ତ ବ୍ୟବସାୟ ନ ହେବାରୁ ସେମାନେ ବି ଏହାକୁ ପ୍ରସ୍ତୁତ କରିବା ବନ୍ଦ କରିଦେଲେ। ଏବେ ନା ଏନ୍‌ଜିଓ ବଳଣା ପ୍ରସ୍ତୁତ କରୁଛି ନା ଖଦିବୋର୍ଡ। ରାଜ୍ୟରେ ଅରଟ ଚଲାଉଥିବା ବିଭିନ୍ନ କାରିଗର ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେଣି। ଆଉ କିଛି ଲୋକ ଯିଏ ଅରଟ ଚଳାଇବାକୁ ଭଲପାଆନ୍ତି ସେମାନେ ନାହାନ୍ତି। ବଳଣା ‘ଓ୍ବାର୍ଦ୍ଧା’ ନ ହେଲେ ‘ଗୁଜୁରାଟ’ରେ ନିଶ୍ଚିତ ଭାବେ ମିଳୁଛି ା କିନ୍ତୁ ଅଧିକ ଆବଶ୍ୟକ ନ ପଡ଼ିଲେ ଏତେ ଦୂର ଯିବାକୁ ପଡ଼ିବାରୁ ବଡ଼ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେ। ଆଗକୁ ଅରଟ କେବଳ ଏକ ଉଦାହରଣ ହୋଇ ରହିଯିବ। ତାକୁ କେହି ବ୍ୟବହାର କରିବେ ନାହିଁ, ତାହା ଖାଲି ସଂଗ୍ରହାଳୟରେ ପ୍ରଦର୍ଶନ କରାଯିବ। ଉଲ୍ଲେଖଥାଉ କି, ସ୍ବାଧୀନତା ସଂଗ୍ରାମ ଚାଲିଥିବା ବେଳେ କୃଷ୍ଣା ୮ବର୍ଷର ହୋଇଥିଲେ। ସେହି ସମୟରେ ଉକ୍ତ ଛାତ୍ରାବାସରେ ଥିଲେ ା ଅଗଷ୍ଟ ୧୫ ତାରିଖରେ ସେଠାରେ ପତାକା ଉତ୍ତୋଳନ କରାଯାଇଥିଲା।
ରିପୋର୍ଟ-ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ’

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୭୭ତମ ସ୍ବାଧୀନତା ଦିବସ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲିଠାରୁ ସହର ପର୍ଯ୍ୟନ୍ତ...

ମୁକ୍ତିର ମାଧୁର୍ଯ୍ୟ

ପ୍ର. ଡା. ଉମେଶ ଚନ୍ଦ୍ର ପାତ୍ର ଆଜିର ଦିନଟି ଦୁଇଟି ଦୃଷ୍ଟିରୁ ଆମ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ। ପ୍ରଥମତଃ ଆଜି ସାରା ଦେଶରେ ପାଳିତ...

ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ

ଡ. ଅରୁନ୍ଧତୀ ଦେବୀ ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ...

ରାୟଗଡ଼ାରେ ପତ୍ତାକା ଉତ୍ତୋଳନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୧୫ା୮: ୭୬ତମ ସ୍ବାଧୀନତା ଦିବସ ସୋମବାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...

ବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧ,୧୫ା୮(ସ୍ବ.ପ୍ର.): ବୌଦ୍ଧରେ ସୋମବାର ୭୬ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ...

ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫...

ମେଡ୍‌ ଇନ୍‌ ଇଣ୍ଡିଆ ତୋପରୁ ତ୍ରିରଙ୍ଗାକୁ ସଲାମୀ…

ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ...

ଦେଶବାସୀଙ୍କୁ ଯନ୍ତ୍ରଣା କହିବିନି ତ କ‘ଣ କହିବି, ପ୍ରଧାନମନ୍ତ୍ରୀ ବଖାଣିଲେ ମନର ବ୍ୟଥା, ନାରୀ ଶକ୍ତିଙ୍କ ସମ୍ମାନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୧୫।୮ : ଲାଲ୍‌ କିଲ୍ଲାରୁ ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri