ଗାଡ଼ିରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ଫୁଲବାଣୀ ଅଫିସ, ୧୦ା୧୦- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡିଆରେ ୨ ଦିନ ଧରି ଏକ ବସ୍‌ରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ମହାକାଶ ପ୍ରଯୁକ୍ତିବିଦ୍ୟାର ଜନକ ଡ. ବିକ୍ରମ ସରାଭାଇଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଇସ୍ରୋ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇସ୍ରୋ ବୈଜ୍ଞାନିକ ତଥା କନ୍ଧମାଳ ଜିଲାର ଅଭିମନ୍ୟୁ ମଲ୍ଲିକ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଯୁବତୀ ଯୁବକ ଏବଂ ସମସ୍ତ ବର୍ଗର ଲୋକଙ୍କୁ ମହାକାଶ ବିଜ୍ଞାନ ଉପରେ ଅବଗତ କରାଇଥିଲେ।
ବସ୍‌ ଭିତରେ ଚନ୍ଦ୍ରଯାନ-୧, ଚନ୍ଦ୍ରଯାନ-୨, ସାଟେଲାଇଟ, ଆଣ୍ଟିନା, ଲ୍ୟାଣ୍ଡର ବିକ୍ରମ ଆଦିର ତୁଳନାତ୍ମକ ଛବିକୁ ଉତ୍ସୁକତାର ସହ ଛାତ୍ରୀମାନେ ବୁଲି ଦେଖିଥିଲେ। ଏ ସମ୍ବନ୍ଧରେ ସମସ୍ତଙ୍କୁ ବୁଝାଇବା ଲାଗି ବୈଜ୍ଞାନିକ ମଲ୍ଲିକ କେତେଜଣ ମେଧାବୀ ଛାତ୍ରୀଙ୍କୁ ତାଲିମ ଦେଇ ନିର୍ଦ୍ଧିଷ୍ଟ ଛବି ପାଖରେ ନିୟୋଜିତ କରିଥିଲେ। ବୈଜ୍ଞାନିକ ମଲିକ ବସ୍‌ ଭିତରେ ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କୁ ତୁଳାନାତ୍ମକ ଚିତ୍ରରେ ମହାକାଶ କ’ଣ, ସେଠାକୁ କିପରି ଯାନ ଯାଏ, କ’ଣ ସବୁ ଜଟିଳ ସମସ୍ୟା ରହିଛି, ମହାକାଶ ବିଜ୍ଞାନ ଆମ ଦୈନନ୍ଦିନ ଜୀବନରେ କିପରି କାମରେ ଆସୁଛି ତାହା ଉପରେ ବୁଝାଇ
ଥିଲେ। ଗ୍ରାମାଞ୍ଚଳର ପିଲାମାନେ ମହାକାଶ ବିଜ୍ଞାନ କ’ଣ ଭଲ ଭାବରେ ବୁଝନ୍ତି ନାହିଁ। ଏହା ଏବେ ଆମର ଜୀବନ ଧାରଣର ମୁଖ୍ୟ ମାର୍ଗ ପାଲଟିଛି। ଆମେ ମହାକାଶ ବିଜ୍ଞାନ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ରହିଛୁ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋ କ’ଣ କରୁଛି, ସାଟେଲାଇଟ ଦ୍ୱାରା ଆମର କ’ଣ ଉପକାର ହେଉଛି ତାହା ବିଷୟରେ ଜାଣିବା ନିହାତି ଆବଶ୍ୟକ। ମହକାଶ ବିଜ୍ଞାନ ଦ୍ୱାରା ପାଣିପାଗ ସୂଚନା, ସହର ନିର୍ମାଣ, କେଉଁଠି ରାସ୍ତା କରିବା, ଗାଡି କେଉଁଠି ଯାଉଛି ତାହା ଠାବ କରିବା, କେଉଁ ସ୍ଥାନରେ ପ୍ରକଳ୍ପ ହେଲେ ଜଳ ସେଚନର ସୁବିଧା ହେବ, ବନ୍ୟା, ବାତ୍ୟା ବିଷୟରେ ଆଗୁଆ ସୂଚନା, ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ, ଏଟିଏମ୍‌, ରେଡିଓ ବ୍ରୋଡକାଷ୍ଟିଂ ଆଦି ବିଷୟରେ ଆମେ ଜାଣି ପାରୁଛେ। ପିଲାମାନେ କିପରି ମହାକାଶ ବିଜ୍ଞାନ ଉପରେ ଜାଣିବେ ଏବଂ ଏହା ଉପରେ ଅଧ୍ୟବସାୟ କରିବେ ତାହା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ବୈଜ୍ଞାନିକ ମଲ୍ଲିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଗୁରୁବାର ହେଲେ ମନେ ପଡୁଛି ସ୍ବଚ୍ଛତା କଥା: ପର୍ଯ୍ୟଟନକ୍ଷେତ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କଲେ…

ଦାରିଙ୍ଗବାଡି, ୧୧। ୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଆକ୍ସନମୋଡ଼ରେ ଦାରିଙ୍ଗବାଡି ପୋଲିସ:  ୭ ଅଟୋ, ୫ ବାଇକ ଜବତ

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି…

କନ୍ଧମାଳରୁ ହେଉଥିଲା ଗଞ୍ଜେଇ ଚାଲାଣ: ବାଟରେ ମାଡ଼ି ବସିଲା ପୋଲିସ,ଆଉ ତା’ପରେ…

ବାଲିଗୁଡ଼ା,୯ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା…

ଦାରିଙ୍ଗବାଡ଼ିରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ, ୩ ଜଣଙ୍କୁ ଧରି…

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ନାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ୨୩ କେଜି ଗଞ୍ଜେଇକୁ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri