ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ବିନା ଫିଟ୍‌ନେସ,ଇନ୍ସ୍ୟୁରାନ୍ସରେ ଚାଲୁଥିଲା ଆମ୍ବୁଲାନ୍ସ

ବାରିପଦା ଅଫିସ,୧୧ା୧୦- ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରସୂତିଙ୍କୁ ନେଇ ବାରିପଦା ମେଡିକାଲ ଆଣୁଥିବା ବେଳେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଫଳରେ ଅଧାବାଟରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା । ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ଅଣାଯାଇଥିଲା। ମାତ୍ର ବିଳମ୍ବ ହେବାରୁ ପ୍ରସୂତି ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ଗତ ୬ ତାରିଖରେ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରି ବିଭାଗ ଚୁପ୍‌ ବସିଛି। ପ୍ରକୃତ ଅବହେଳା କରିଥିବା ମେଡିକାଲ ଅଫିସର କିମ୍ବା ଅନ୍ୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଘଟଣାରେ ପ୍ରକୃତ ଦୋଷୀଙ୍କୁ ବିଭାଗ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଆମ୍ବୁଲାନ୍ସ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ଡ୍ରାଇଭରଙ୍କର ବୋଲି ବିଭାଗୀୟ ଅଧିକାରୀମାନେ ନିଜ ଉପରୁ ଦୋଷ ଛଡ଼ାଉଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ରହିଛି। ଅଦ୍ୟାବଧି ଏହାର ମରାମତି କରାଯାଇ ନାହିଁ। ଫଳରେ ରୋଗୀମାନେ ଏବେବି ଆମ୍ବୁଲାନ୍ସ ସେବା ପାଇ ପାରୁ ନାହାନ୍ତି। ଏହି ଆମ୍ବୁଲାନ୍ସ (ଓଆର ୧୧ ଜି-୯୭୮୩) ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନାମରେ ରେଜିଷ୍ଟ୍ରେଶନ ହୋଇଛି। ଏହି ଗାଡ଼ିିର ଫିଟ୍‌ନେସ ୨୦୧୬ ମେ ମାସ୧୨ ତାରିଖରେ ସରିଯାଇଛି। ସେହିପରି ୩୧ ମାର୍ଚ୍ଚ ୨୦୧୦ରୁ ଏହି ଗାଡିର ଇନ୍ସ୍ୟୁରାନ୍ସ ସରିଯାଇଛି। ଏଭଳି ପରିସ୍ଥିତିରେ କିଭଳି ଗାଡ଼ି ରୋଗୀମାନଙ୍କୁ ନିୟମିତ ଭାବେ ସେବା ଯୋଗାଇ ଆସୁଥିଲା ତାହା ବିସ୍ମୟ ସୃଷ୍ଟି କରିଛି।
ସରକାରଙ୍କ ପରିବହନ ବିଭାଗର ନିୟମ ମୁତାବକ କୌଣସି ଗାଡିର ଫିଟନେସ ଓ ଇନ୍ସ୍ୟୁରାନ୍ସ ନ ଥିଲେ ତାହା ରାସ୍ତାରେ ଚାଲିବା କଥା ନୁହେଁ। ଏହି ଗାଡ଼ି ଠାରୁ ନିୟମ ମୁତାବକ ଜରିମାନା ଆଦାୟ କରାଯିବ। ତେବେ ଠିକ୍‌ ସମୟରେ ବିଭାଗୀୟ ଅଧିକାରୀମାନେ କାହିଁକି ଗାଡ଼ିିର ଫିଟନେସ୍‌ ଓ ଇନ୍ସ୍ୟୁରାନ୍ସ କରି ନ ଥିଲେ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ଗାଡ଼ିର ସମସ୍ତ କାଗଜପତ୍ର ଡ୍ରାଇଭରଙ୍କ ନିକଟରେ ରହିଥିଲା ଏବଂ ଅଫିସରେ ଗାଡ଼ି ସମ୍ବନ୍ଧୀୟ କିଛି କାଗଜପତ୍ର ନାହିଁ ବୋଲି କହିଛନ୍ତି। ସେହିପରି ଆମ୍ବୁଲାନ୍ସର ତେଲ ସରିବା ଘଟଣାର ତଦନ୍ତ ପାଇଁ ଯାଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନିଲ କୁମାର ମହାନ୍ତଙ୍କୁ ପଚାରିବାରୁ ସେ କୁହନ୍ତି, ଏଡିଏମ(ଏଫଡବ୍ଳୁ) ଡ.ଜ୍ଞାନ ମହାନ୍ତିଙ୍କ ସହିତ ଏହି ଘଟଣାର ତଦନ୍ତ ପାଇଁ ଯାଇଥିଲେ। ଗାଡ଼ିିର ଡ୍ରାଇଭର, ଏଏନଏମ, ଆଶା କର୍ମୀ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯାଇଛି। ଏଥିରେ ଡ୍ରାଇଭରଙ୍କ ଅବହେଳା ଥିବା ଜଣାପଡିଥିଲା। ତେବେ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଗାଡିର ଫିଟନେସ ଓ ଇନ୍ସ୍ୟୁରାନ୍ସ ନ ଥିବା ଘଟଣାରେ ତଦନ୍ତ କରାଯିବ। ସିଡିଏମଓଙ୍କ ସହିତ ଏନେଇ ଆଲୋଚନା କରିବେ। ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ବାଙ୍ଗିରିପୋଷି ଥାନା ଅଧୀନ ହାଣଦା ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ପ୍ରସବ ବେଦନା ଅନୁଭବ କରିବାରୁ ରାତି ପ୍ରାୟ ୧୧ ଟା ବେଳେ ତାଙ୍କୁ ବାଙ୍ଗିରିପୋଷି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ବାରିପଦା ପିଆରଏମ ମେଡିକାଲକୁ ନେବାକୁ କହିଥିଲେ। ରାତି ୧୨ଟା ପରେ ତୁଳସୀଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଥିବା ଏକ ଆମ୍ବୁଲାନ୍ସରେ ବାରିପଦା ପଠାଯାଇଥିଲା। ଗାଡ଼ିି ପ୍ରାୟ ୧୭ କି.ମି. ଯିବା ପରେ କାଠଶିର୍ଶୀ ନିକଟରେ ଏହାର ତେଲ ସରିଯାଇଥିଲା। ପ୍ରାୟ ୨ ଘଣ୍ଟା ଅଟକି ରହିବା ପରେ ବାରିପଦାରୁ ୧୦୮ ଆମ୍ବୁଲାନ୍ସ ଯାଇ ତୁଳସୀଙ୍କୁ ମେଡିକାଲକୁ ଆଣିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେତେବେଳେ ଆମ୍ବୁଲାନ୍ସର ତେଲ ପାଇପ ଫାଟି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସିଡିଏମଓ ଡା.ପ୍ରଦୀପ ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?