ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି।
ପୋଲିସ ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଗାଁ ରାସ୍ତାରେ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟାରେ ଅଭିଯୁକ୍ତ ଭଗବାନ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଭଗବାନ ଘର ବାରଣ୍ଡାକୁ ଯାଇ ତାଙ୍କ ପେଟକୁ ଆଘାତ କରିବା ସହ ଅସଦାଚରଣ କରିଥିଲେ। ମଙ୍ଗଳବାର ମହିଳାଙ୍କ ଏତଲା କ୍ରମେ ଥାନା ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ ୧୭୮/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ମଧୁସ୍ମିତା ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରୁ ଉଡ଼ିବ ଡବଲ ଇଞ୍ଜିନ ବିମାନ

ମାଲକାନଗିରି, ୧୩।୭(ଗୌରିଶଙ୍କର ପଣ୍ଡା): ମାଲକାନଗିରି ବିମାନବନ୍ଦରକୁ ଏବେ କେବଳ ଛୋଟ ବିମାନ ଚଳାଚଳ କରାଯିବ ନାହିଁ। ଆଗକୁ ପ୍ରାୟ ୧୨୦ ଆସନ ବିଶିଷ୍ଟ ଡବଲ ଇଞ୍ଜିନ ଯାତ୍ରୀବାହୀ…

ବସ୍–କାର୍ ମୁହାଁମୁହିଁ ଧକ୍କା: କାର୍ ଚାଳକ ମୃତ, ୩ ଗୁରୁତର

ଢେଙ୍କାନାଳ, ୧୩।୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ–କପିଳାସ–ହରିପୁର ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ କାର୍…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ଅଭିଯୋଗ ଶୁଣିଲେ ଜିଲାପାଳ ଆରକ୍ଷୀ ଅଧୀକ୍ଷକ: ସମସ୍ୟାର ମିଳିଲା ସମାଧାନ

ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri