ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା: ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୧।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗାଁଗଁଡ଼ାକେ ଫିଦିନଆଁ ରାସ୍‌ତା ଖଁଡ଼େ ନାଁଇଁନ। ଆରକେତେ ଗାଁରେ ଥିବାର ରାସ୍‌ତାଘାଟ ମରାମତି ଅଭାବୁ ଲୁକ୍‌କର ଲାଗି ମରନ୍‌ଯଁତା ପାଲଟୁଛେ। ଏନ୍‌ତା ଗୁଟେ ଅବହେଲିତ ରାସ୍‌ତା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମିନଗୁର ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମିନଗୁର ପଁଚେତ୍‌ ଭଇଁରିଠାନୁ ଧନପୁର ହାଇସ୍କୁଲ ତକ୍‌ ଯାଇଥିବାର ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ରାସ୍‌ତାଟା ଅଂଚଲର ଗୁଟେ ମୁଖିଆ ରାସ୍‌ତା ଆଏ। ଫିଦିନ ଇ ରାସ୍‌ତା ଦେଇ ଭଇଁରି, ମାନପଡ଼ା, ଭିରକାପଡ଼ା, ମିନଗୁର, ସର୍ଗିପଡ଼ା, ସିସୋପଡ଼ା, ଧନପୁର, ଭେଲାଗାଁର ଶତାଧିକ୍‌ ଛାତ୍ରୀଛାତ୍ର ସ୍କୁଲକେ ଯାଆସ କରୁଛନ୍‌। ହେଲେ ମରାମତି, ଦେଖ୍‌ଭାଲ ଅଭାବୁ ଇ ରାସ୍‌ତାଟା ଏହେଦେ କାଦୋ ସରସର ହେଇଯାଇଛେ। ଫିଦିନ ଶହ ଶହ ଲୋକ୍‌ ଇ କାଦୋ ପଚ୍‌ପଚ୍‌ ରାସ୍‌ତାରେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ସେନ୍‌ତା ଶିଶୋପଡ଼ାର ଆରଡି ରାସ୍‌ତା, ଭଇଁରିନୁ ମାନପଡ଼ା ରାସ୍‌ତା ଆର ଭଇଁରିନୁ ଗୁନଗୁନିଆ ରାସ୍‌ତାର ଅବସ୍‌ତା ବି ନିହାତି ଖରାପ ଅବସ୍‌ତାରେ ରହିଛେ। ଇ ରାସ୍‌ତାରେ ବଡ଼ ବଡ଼ ଖାଲ ରହିଥିଲାବେଲେ ଖାଲମାନକେ ବରଷା ପାଏନ୍‌ ଭରି ରାସ୍‌ତାଟା ସମାନ ଦିଶୁଛେ। ହେଲେ ଲୋକ୍‌ ଗାଡ଼ିମଟର, ସାଇକେଲରେ ଗଲାଆଏଲା ବେଲେ ହିଟିହାବଡ଼ି ପଡ଼ି ଖଁଡ଼ିଆଡଁଡ଼ିଆ ହେଉଛନ୍‌। ଇ ଭଇଁରିନୁ ଗୁନଗୁନିଆ ରାସ୍‌ତାଟା ମୋଟେର ଜୟପାଟଣାର ମୁଖିଆ ରାସ୍‌ତା ସଂଗେ ଯୁଡ଼ି ହେଇଛେ। ହେଲେ ମରାମତି ଅଭାବୁ ବହୁତ୍‌ ଦିନ ହେଲା ଇ ରାସ୍‌ତା ଲୁକ୍‌କର ଲାଗି ମରନ୍‌ଯଁତା ପାଲଟିଛେ। ଇ ରାସ୍‌ତା ଦେଇ ଅଂଲବାସୀ କଲମପୁର ବ୍ଲକ, ଡାକ୍‌ତରଖାନା, ତହସିଲ, ବ୍ୟାଙ୍କ ଆର ଉନିଆ ସରକାରୀ ଦପ୍‌ତରମାନକୁ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ସବୁ ରାସ୍‌ତା କଲମପୁର ଆର ଜୟପାଟଣା ବ୍ଲକକେ ସଂଯୋଗ କରୁଛେ। ସେନ୍‌ଥିରଲାଗି ଅଂଚଲବାସୀ ଇ ରାସ୍‌ତାକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ମିନଗୁର ସରପଁଚ୍‌ ହରିପ୍ରିୟା ରଣାକୁଁ ପଚରାଲାରୁ ଆମେ ୨୦୧୮-୧୯ ଏକ୍ସନପ୍ଲାନରେ ଇ ସବୁ ରାସ୍‌ତାର ମରାମତି ଲାଗି ପଁଚେତ୍‌ ସମିତିକେ ଜନେଇ ଦେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଇ ରାସ୍‌ତାମାନ ବୁଲି ଦେଖ୍‌ଲା ଉତାରୁ ଯେତେ ଜଲଦି ହେବା ମରାମତି ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ପ୍ରବଳ ବର୍ଷା-ବିଦ୍ୟୁତ କାଟ ସତ୍ତ୍ୱେ ଭୀମଭୋଇ ଭିନ୍ନକ୍ଷମ ଶିବିର: ଟର୍ଚ୍ଚ ଆଲୁଅରେ ସେବା ଯୋଗାଇଲେ ଡାକ୍ତର

ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?