ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା: ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୧।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗାଁଗଁଡ଼ାକେ ଫିଦିନଆଁ ରାସ୍‌ତା ଖଁଡ଼େ ନାଁଇଁନ। ଆରକେତେ ଗାଁରେ ଥିବାର ରାସ୍‌ତାଘାଟ ମରାମତି ଅଭାବୁ ଲୁକ୍‌କର ଲାଗି ମରନ୍‌ଯଁତା ପାଲଟୁଛେ। ଏନ୍‌ତା ଗୁଟେ ଅବହେଲିତ ରାସ୍‌ତା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମିନଗୁର ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମିନଗୁର ପଁଚେତ୍‌ ଭଇଁରିଠାନୁ ଧନପୁର ହାଇସ୍କୁଲ ତକ୍‌ ଯାଇଥିବାର ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ରାସ୍‌ତାଟା ଅଂଚଲର ଗୁଟେ ମୁଖିଆ ରାସ୍‌ତା ଆଏ। ଫିଦିନ ଇ ରାସ୍‌ତା ଦେଇ ଭଇଁରି, ମାନପଡ଼ା, ଭିରକାପଡ଼ା, ମିନଗୁର, ସର୍ଗିପଡ଼ା, ସିସୋପଡ଼ା, ଧନପୁର, ଭେଲାଗାଁର ଶତାଧିକ୍‌ ଛାତ୍ରୀଛାତ୍ର ସ୍କୁଲକେ ଯାଆସ କରୁଛନ୍‌। ହେଲେ ମରାମତି, ଦେଖ୍‌ଭାଲ ଅଭାବୁ ଇ ରାସ୍‌ତାଟା ଏହେଦେ କାଦୋ ସରସର ହେଇଯାଇଛେ। ଫିଦିନ ଶହ ଶହ ଲୋକ୍‌ ଇ କାଦୋ ପଚ୍‌ପଚ୍‌ ରାସ୍‌ତାରେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ସେନ୍‌ତା ଶିଶୋପଡ଼ାର ଆରଡି ରାସ୍‌ତା, ଭଇଁରିନୁ ମାନପଡ଼ା ରାସ୍‌ତା ଆର ଭଇଁରିନୁ ଗୁନଗୁନିଆ ରାସ୍‌ତାର ଅବସ୍‌ତା ବି ନିହାତି ଖରାପ ଅବସ୍‌ତାରେ ରହିଛେ। ଇ ରାସ୍‌ତାରେ ବଡ଼ ବଡ଼ ଖାଲ ରହିଥିଲାବେଲେ ଖାଲମାନକେ ବରଷା ପାଏନ୍‌ ଭରି ରାସ୍‌ତାଟା ସମାନ ଦିଶୁଛେ। ହେଲେ ଲୋକ୍‌ ଗାଡ଼ିମଟର, ସାଇକେଲରେ ଗଲାଆଏଲା ବେଲେ ହିଟିହାବଡ଼ି ପଡ଼ି ଖଁଡ଼ିଆଡଁଡ଼ିଆ ହେଉଛନ୍‌। ଇ ଭଇଁରିନୁ ଗୁନଗୁନିଆ ରାସ୍‌ତାଟା ମୋଟେର ଜୟପାଟଣାର ମୁଖିଆ ରାସ୍‌ତା ସଂଗେ ଯୁଡ଼ି ହେଇଛେ। ହେଲେ ମରାମତି ଅଭାବୁ ବହୁତ୍‌ ଦିନ ହେଲା ଇ ରାସ୍‌ତା ଲୁକ୍‌କର ଲାଗି ମରନ୍‌ଯଁତା ପାଲଟିଛେ। ଇ ରାସ୍‌ତା ଦେଇ ଅଂଲବାସୀ କଲମପୁର ବ୍ଲକ, ଡାକ୍‌ତରଖାନା, ତହସିଲ, ବ୍ୟାଙ୍କ ଆର ଉନିଆ ସରକାରୀ ଦପ୍‌ତରମାନକୁ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ସବୁ ରାସ୍‌ତା କଲମପୁର ଆର ଜୟପାଟଣା ବ୍ଲକକେ ସଂଯୋଗ କରୁଛେ। ସେନ୍‌ଥିରଲାଗି ଅଂଚଲବାସୀ ଇ ରାସ୍‌ତାକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ମିନଗୁର ସରପଁଚ୍‌ ହରିପ୍ରିୟା ରଣାକୁଁ ପଚରାଲାରୁ ଆମେ ୨୦୧୮-୧୯ ଏକ୍ସନପ୍ଲାନରେ ଇ ସବୁ ରାସ୍‌ତାର ମରାମତି ଲାଗି ପଁଚେତ୍‌ ସମିତିକେ ଜନେଇ ଦେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଇ ରାସ୍‌ତାମାନ ବୁଲି ଦେଖ୍‌ଲା ଉତାରୁ ଯେତେ ଜଲଦି ହେବା ମରାମତି ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri