ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ବ୍ରହ୍ମପୁର ଅଫିସ୍‌,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନ ଯୋଗଦେଇଥିଲେ। ସଂଘର ସଭାପତି କୁମୁଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଗାଗାରିନ୍‌ ନାୟକ ପରିଚାଳନା କରିଥିଲେ। ରାଜ୍ୟ ଭାରୋତ୍ତୋଳନ ସଂଘର ସାଧାରଣ ସଂପାଦକ ନାରାୟଣ ସାହୁଙ୍କ ସମେତ ବହୁ ପୂର୍ବତନ ଖେଳାଳି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କନିଷ୍ଠ ବାଳକ ୫୫ କି.ଗ୍ରା. ଓଜନ ବାଳକ ବର୍ଗରେ କୃଷ୍ଣଚନ୍ଦ୍ର ନାୟକ ମୋଟ ୧୫୬କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ଆକାଶ ନାୟକ ୧୫୫କି.ଗ୍ରା.ଉଠାଇ ଦ୍ୱିତୀୟ ଏବଂ ସୁନିଲ ପ୍ରଧାନ ୧୪୯କି.ଗ୍ରା. ଉଠାଇ ତୃତୀୟ ହୋଇଛନ୍ତି ।
ବାଳକ ୬୧କି.ଗ୍ରା. ଓଜନ ବର୍ଗରେ ଗଙ୍ଗାଧର ସାହୁ ୨୦୮କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ରାମ ଚନ୍ଦ୍ର ହେମ୍ବ୍ରମ୍‌(୨୦୨କି.ଗ୍ରା.) ଦ୍ୱିତୀୟ ଏବଂ ଜଗନ୍ନାଥ ସାହୁ(୧୬୦କି.ଗ୍ରା.) ତୃତୀୟ ହୋଇଛନ୍ତି । ୟୁଥ୍‌(ବାଳକ) ୪୯କି.ଗ୍ରା. ଓଜନ ବର୍ଗରେ କାହ୍ନା ବେହେରା ୧୦୬ କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ମୁନା ନାୟକ(୧୦୬କି.ଗ୍ରା.) ଦ୍ୱିତୀୟ ଏବଂ ପ୍ରଦ୍ୟୁମ୍ନ ସାହୁ(୭୭ କି.ଗ୍ରା.) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୟୁଥ୍‌(ବାଳିକା) ୬୪କି.ଗ୍ରା. ଓଜନ ବର୍ଗରେ ମନିଶା ସାହୁ ମୋଟ ୫୬କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଛନ୍ତି । ଜୁନିୟର୍‌ ୬୪କି.ଗ୍ରା. ଓଜନ ବର୍ଗରେ ଜି.ଗୀତାଞ୍ଜଳୀ ୧୧୧କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌
ହୋଇଥିବା ବେଳେ ଆଞ୍ଚଳ କୁମାରୀ ଗୌଡ଼(୮୮କି.ଗ୍ରା.) ଦ୍ୱିତୀୟ ହୋଇଛନ୍ତି ।
ସବ୍‌ଜୁନିୟର୍‌ ୟୁଥ୍‌ ୪୯କି.ଗ୍ରା. ଓଜନ ବର୍ଗରେ ଜ୍ୟୋତି ବଡ଼ମୁଣ୍ଡି ୯୭କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ଶୁଭଦୀ ଗମାଙ୍ଗ(୬୦କି.ଗ୍ରା.) ଦ୍ୱିତୀୟ ଏବଂ ସୁମିତ୍ରା ମଲ୍ଲିକ(୪୮କି.ଗ୍ରା.) ତୃତୀୟ ହୋଇଛନ୍ତି ।
୫୫କି.ଗ୍ରା. ଓଜନ ବର୍ଗରେ ରଶ୍ମିତା କୁମାରୀ ମହାରଣା ୯୯କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ୬୩ କି.ଗ୍ରା. ଓଜନ ଉଠାଇ ମିନି ସବର ଦ୍ୱିତୀୟ ଏବଂ ପୁଷ୍ପାଞ୍ଜଳୀ ସାହୁ ୫୭କି.ଗ୍ରା. ଓଜନ ଉଠାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୯କି.ଗ୍ରା. ଓଜନ ବର୍ଗରେ ସଂଗୀତା ପାଢ଼ୀ ୧୧୪କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ରିନା ମଲ୍ଲିକ(୭୬କି.ଗ୍ରା.) ଦ୍ୱିତୀୟ ଏବଂ ଇଶା ନାୟକ ୫୩କି.ଗ୍ରା. ଓଜନ ଉଠାଇ ତୃତୀୟ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri