ଗଞ୍ଜାମରେ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି: ତୃତୀୟ ଦିନରେ ଜିଲାପାଳଙ୍କ ପରିବାରର ଯାଞ୍ଚ କଲା ଟିମ୍‌, ଦୁଇଦିନରେ ୩,୭୫୯ଜଣ ସାମାନ୍ୟ ଥଣ୍ଡା ଆକ୍ରାନ୍ତ ଚିହ୍ନଟ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଘରକୁ ଘର ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ଗଠିତ ଟିମ୍‌ ଶନିବାର ଏହାର ୩ ଦିନରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବାସଭବନକୁ ଯାଇ ତାଙ୍କ ପରିବାରର ସ୍ବାସ୍ଥ୍ୟ ଯାଞ୍ଚ କରିଥିବା ସୂଚନା ମିଳିଛି।

ଗତ ୨ ଦିନ ମଧ୍ୟରେ ଗଞ୍ଜାମ ଜ଼ିଲାର ୪ ଲକ୍ଷ ୪ ହଜାର ୩୩୦ ଘରକୁ ଯାଇ ଗଠିତ ଟିମ ସ୍ବାସ୍ଥ୍ୟ ଯାଞ୍ଚ କରିସାରିଲେଣି। ଉକ୍ତ ଘର ମାନଙ୍କରେ ଥିବା ଲୋକଙ୍କ ମଧ୍ୟରୁ ୩ ହଜାର ୭୫୯ଜଣ ଙ୍କୁ ସାମାନ୍ୟ ସର୍ଦ୍ଦି ହୋଇଥିବା ଯାଞ୍ଚ ପରେ ଆସିଥିବା ରିପୋର୍ଟରୁ ଜଣାପଡିଛ। ଏମାନଙ୍କୁ ଡାକ୍ତରୀ ପରାମର୍ଶ ନେଇ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି। ୩ ଦିନ ମଧ୍ୟରେ ଗଞ୍ଜାମ ଜ଼ିଲାର ସମସ୍ତ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟକୁ ଆଧାର କରି କାହାର ସ୍ବାସ୍ଥ୍ୟ ଖରାପ ଥିଲେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯିବ। ପରେ ସ୍ବାସ୍ଥ୍ୟବିଭାଗର ଟିମ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କୁ ଘରୁ ଆମ୍ବୁଲାନ୍ସ ଯୋଗେ ଆଣି ଚିକିତ୍ସା କରିବାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ଏନେଇ ଗଠିତ ଟିମ୍‌ରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍‌, ଶିକ୍ଷକ ରହିଛନ୍ତି। ସେମାନେ ଜିଲାର ୭ ଲକ୍ଷ ପରିବାରର ୪୦ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri