ଗଜପତି, ଗଞ୍ଜାମରେ ସବୁଠୁ କମ୍‌ ବର୍ଷା

ବ୍ରହ୍ମପୁର ଅଫିସ୍‌,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲା ଗଜପତି ଏବଂ ଗଞ୍ଜାମରେ ସବୁଠୁ କମ୍‌ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା, ଏହି ୨୪ଘଣ୍ଟା ମଧ୍ୟରେ ଗଜପତିରେ ମାତ୍ର ୭.୨ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଗଞ୍ଜାମରେ ମାତ୍ର ୧୫.୯ ମିମି ବର୍ଷା ରେକର୍ଡ଼ ହୋଇଛି। କମିଶନରଙ୍କ ତରଫରୁ ପ୍ରକାଶ ପାଇଥିବା ତାଲିକାରେ ବର୍ଷା ପରିମାଣ ଅନୁଯାୟୀ ଗଞ୍ଜାମ ୨୯ ଏବଂ ଗଜପତି ୩୦ତମ ସ୍ଥାନରେ ରହିଛି। ବଲାଙ୍ଗୀର ଜିଲାରେ ସର୍ବାଧିକ ୨୨୬.୩ ମିମି ବର୍ଷା ରେକର୍ଡ଼ ହୋଇଛି। କମ୍‌ ବର୍ଷାକୁ ନେଇ ଗଞ୍ଜାମ ଏବଂ ଗଜପତି ଜିଲାରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଉଭୟ ଜିଲାରେ ବର୍ଷା ପରିମାଣ କମ୍‌ ରହିଥିଲେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର କିନ୍ତୁ କମୁନି। ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ସ୍ଥିର ରହିଛି। ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ରୁଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ୧୨.୫୧ମିଟର ରେକର୍ଡ଼ କରାଯାଇଛି। ଆଗାମୀ ସମୟରେ ଏହି ଜଳସ୍ତର ବଢ଼ିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। କାରଣ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ବିପଦ ସଂକେତଠାରୁ ଢ଼େର୍‌ କମ୍‌ ରହିଛି। ପୁରୁଷୋତ୍ତମପୁରଠାରେ ବିପଦ ସଂକେତ ୧୬.୮୩ମିଟର। ସକାଳ ୬ଟା ବେଳକୁ ଜଳସ୍ତର ୧୨.୪୧ମିଟର ରହିଥିବା ବେଳେ ସକାଳ ୯ଟା ବେଳେ ମଧ୍ୟ ସ୍ଥିତି ସମାନ ଥିଲା। କିନ୍ତୁ ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସାମାନ୍ୟ ବଢ଼ି ୧୨.୪୫ମିଟରରେ ପହଞ୍ଚିଥିଲା। ସେହିଭଳି ଗଜପତି ଜିଲା ଦେଇ ଯାଇଥିବା ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବିପଦ ସଂକେତ ପାଖାପାଖି ଜଳସ୍ତର ରହିଛି। କାଶୀନଗରଠାରେ ବିପଦ ସଂକେତ ହେଉଛି ୫୪.୬୦ମିଟର। ମଙ୍ଗଳବାର ସକାଳ ୬ଟାରେ ଜଳସ୍ତର ରହିଥିଲା ୫୪.୧୭ ମିଟର। ସକାଳ ୯ଟା ବେଳକୁ ଜଳସ୍ତର ୫୪.୧୧ମିଟରରେ ପହଞ୍ଚିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଆହୁରି କମି ୫୪.୬ମିଟର ହୋଇଯାଇଥିଲା। ଯାହା ଅପରାହ୍ନ ୩ଟାରେ ପୁଣି ବଢ଼ି ୫୪.୩୦ମିଟର ହୋଇଥିଲା। କେବଳ କାଶୀନଗର ନୁହଁ, ଗୁଣୁପୁରଠାରେ ମଧ୍ୟ ଜଳସ୍ତର ବଢ଼ିଛି। ଏଠାରେ ବିପଦ ସଂକେତ ୮୪ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ଟା ବେଳେ ଜଳସ୍ତର ଥିଲା ୮୧.୯୫ମିଟର। ସକାଳ ୯ଟାରେ ଏହା ବଢ଼ି ୮୨ମିଟରରେ ପହଞ୍ଚିଥିଲା। ମଧ୍ୟାହ୍ନ ୧୨ଟାରେ ୮୨.୯୧ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ୮୨.୯୫ମିଟର ରହିଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ୩ଟା ବେଳକୁ ପୁରୁଷୋତ୍ତମପୁରରେ ଜଳସ୍ତର ୧୨.୪୯ ମିଟର ରହିଥିବା ବେଳେ କାଶୀନଗରରେ ୫୩.୩୬ମିଟର ଏବଂ ଗୁଣୁପୁରରେ ୮୧.୦୧ମିଟର ରହିଥିଲା। ଏଣୁ ୨୪ଘଣ୍ଟା ମଧ୍ୟରେ ଜଳସ୍ତର ଅଧିକ ଥିଲେ ମଧ୍ୟ ଏହା ସ୍ଥିର ରହିଛି।
ଅନ୍ୟପଟେ ଗଞ୍ଜାମ ଜିଲାରେ ବର୍ଷା ପରିମାଣକୁ ଦେଖିଲେ, ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକରେ ଭଲ ବର୍ଷା ହୋଇଥିବା ବେଳେ ଚିକିଟି, ସାନଖେମୁଣ୍ଡି ଆଦି ବ୍ଲକରେ କମ୍‌ ବର୍ଷା ହୋଇଛି। ତଥ୍ୟ ଅନୁଯାୟୀ, ଛତ୍ରପୁର ବ୍ଲକରେ ୧୨.୪ଏମ୍‌ଏମ୍‌ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ୮.୨, ପୁରୁଷୋତ୍ତମପୁରରେ ୮, କବିସୂର୍ଯ୍ୟନଗରରେ ୭, ପୋଲସରାରେ ୧୩.୬, କୋଦଳାରେ ୧୨.୬, ଖଲ୍ଲିକୋଟରେ ୧୦.୫, ହଞ୍ଜିଳିରେ ୪, ରଙ୍ଗେଇଲୁଣ୍ଡାରେ ୨.୨, କୁକୁଡ଼ାଖଣ୍ଡିରେ ୪, ଚିକିଟିରେ ୧, ପାତ୍ରପୁରରେ ୬.୬, ସାନଖେମୁଣ୍ଡିରେ ୨, ଦିଗପହଣ୍ଡିରେ ୪, ଭଞ୍ଜନଗରରେ ୬୨.୧୦, ବେଲଗୁଣ୍ଠାରେ ୫୦.୨, ଜଗନ୍ନାଥପ୍ରସାଦରେ ୬୩, ବୁଗୁଡ଼ାରେ ୩୨, ଆସିକାରେ ୯.୪, ଧରାକୋଟରେ ୧୨, ଶେରଗଡ଼ରେ ୪.୨ ଏବଂ ସୋରଡ଼ା ବ୍ଲକରେ ୨୦.୪ମିମି ବର୍ଷା ରେକର୍ଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?