ଗଜପତି, ଗଞ୍ଜାମରେ ସବୁଠୁ କମ୍‌ ବର୍ଷା

ବ୍ରହ୍ମପୁର ଅଫିସ୍‌,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲା ଗଜପତି ଏବଂ ଗଞ୍ଜାମରେ ସବୁଠୁ କମ୍‌ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା, ଏହି ୨୪ଘଣ୍ଟା ମଧ୍ୟରେ ଗଜପତିରେ ମାତ୍ର ୭.୨ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଗଞ୍ଜାମରେ ମାତ୍ର ୧୫.୯ ମିମି ବର୍ଷା ରେକର୍ଡ଼ ହୋଇଛି। କମିଶନରଙ୍କ ତରଫରୁ ପ୍ରକାଶ ପାଇଥିବା ତାଲିକାରେ ବର୍ଷା ପରିମାଣ ଅନୁଯାୟୀ ଗଞ୍ଜାମ ୨୯ ଏବଂ ଗଜପତି ୩୦ତମ ସ୍ଥାନରେ ରହିଛି। ବଲାଙ୍ଗୀର ଜିଲାରେ ସର୍ବାଧିକ ୨୨୬.୩ ମିମି ବର୍ଷା ରେକର୍ଡ଼ ହୋଇଛି। କମ୍‌ ବର୍ଷାକୁ ନେଇ ଗଞ୍ଜାମ ଏବଂ ଗଜପତି ଜିଲାରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଉଭୟ ଜିଲାରେ ବର୍ଷା ପରିମାଣ କମ୍‌ ରହିଥିଲେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର କିନ୍ତୁ କମୁନି। ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ସ୍ଥିର ରହିଛି। ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ରୁଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ୧୨.୫୧ମିଟର ରେକର୍ଡ଼ କରାଯାଇଛି। ଆଗାମୀ ସମୟରେ ଏହି ଜଳସ୍ତର ବଢ଼ିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। କାରଣ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ବିପଦ ସଂକେତଠାରୁ ଢ଼େର୍‌ କମ୍‌ ରହିଛି। ପୁରୁଷୋତ୍ତମପୁରଠାରେ ବିପଦ ସଂକେତ ୧୬.୮୩ମିଟର। ସକାଳ ୬ଟା ବେଳକୁ ଜଳସ୍ତର ୧୨.୪୧ମିଟର ରହିଥିବା ବେଳେ ସକାଳ ୯ଟା ବେଳେ ମଧ୍ୟ ସ୍ଥିତି ସମାନ ଥିଲା। କିନ୍ତୁ ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସାମାନ୍ୟ ବଢ଼ି ୧୨.୪୫ମିଟରରେ ପହଞ୍ଚିଥିଲା। ସେହିଭଳି ଗଜପତି ଜିଲା ଦେଇ ଯାଇଥିବା ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବିପଦ ସଂକେତ ପାଖାପାଖି ଜଳସ୍ତର ରହିଛି। କାଶୀନଗରଠାରେ ବିପଦ ସଂକେତ ହେଉଛି ୫୪.୬୦ମିଟର। ମଙ୍ଗଳବାର ସକାଳ ୬ଟାରେ ଜଳସ୍ତର ରହିଥିଲା ୫୪.୧୭ ମିଟର। ସକାଳ ୯ଟା ବେଳକୁ ଜଳସ୍ତର ୫୪.୧୧ମିଟରରେ ପହଞ୍ଚିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଆହୁରି କମି ୫୪.୬ମିଟର ହୋଇଯାଇଥିଲା। ଯାହା ଅପରାହ୍ନ ୩ଟାରେ ପୁଣି ବଢ଼ି ୫୪.୩୦ମିଟର ହୋଇଥିଲା। କେବଳ କାଶୀନଗର ନୁହଁ, ଗୁଣୁପୁରଠାରେ ମଧ୍ୟ ଜଳସ୍ତର ବଢ଼ିଛି। ଏଠାରେ ବିପଦ ସଂକେତ ୮୪ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ଟା ବେଳେ ଜଳସ୍ତର ଥିଲା ୮୧.୯୫ମିଟର। ସକାଳ ୯ଟାରେ ଏହା ବଢ଼ି ୮୨ମିଟରରେ ପହଞ୍ଚିଥିଲା। ମଧ୍ୟାହ୍ନ ୧୨ଟାରେ ୮୨.୯୧ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ୮୨.୯୫ମିଟର ରହିଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ୩ଟା ବେଳକୁ ପୁରୁଷୋତ୍ତମପୁରରେ ଜଳସ୍ତର ୧୨.୪୯ ମିଟର ରହିଥିବା ବେଳେ କାଶୀନଗରରେ ୫୩.୩୬ମିଟର ଏବଂ ଗୁଣୁପୁରରେ ୮୧.୦୧ମିଟର ରହିଥିଲା। ଏଣୁ ୨୪ଘଣ୍ଟା ମଧ୍ୟରେ ଜଳସ୍ତର ଅଧିକ ଥିଲେ ମଧ୍ୟ ଏହା ସ୍ଥିର ରହିଛି।
ଅନ୍ୟପଟେ ଗଞ୍ଜାମ ଜିଲାରେ ବର୍ଷା ପରିମାଣକୁ ଦେଖିଲେ, ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକରେ ଭଲ ବର୍ଷା ହୋଇଥିବା ବେଳେ ଚିକିଟି, ସାନଖେମୁଣ୍ଡି ଆଦି ବ୍ଲକରେ କମ୍‌ ବର୍ଷା ହୋଇଛି। ତଥ୍ୟ ଅନୁଯାୟୀ, ଛତ୍ରପୁର ବ୍ଲକରେ ୧୨.୪ଏମ୍‌ଏମ୍‌ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ୮.୨, ପୁରୁଷୋତ୍ତମପୁରରେ ୮, କବିସୂର୍ଯ୍ୟନଗରରେ ୭, ପୋଲସରାରେ ୧୩.୬, କୋଦଳାରେ ୧୨.୬, ଖଲ୍ଲିକୋଟରେ ୧୦.୫, ହଞ୍ଜିଳିରେ ୪, ରଙ୍ଗେଇଲୁଣ୍ଡାରେ ୨.୨, କୁକୁଡ଼ାଖଣ୍ଡିରେ ୪, ଚିକିଟିରେ ୧, ପାତ୍ରପୁରରେ ୬.୬, ସାନଖେମୁଣ୍ଡିରେ ୨, ଦିଗପହଣ୍ଡିରେ ୪, ଭଞ୍ଜନଗରରେ ୬୨.୧୦, ବେଲଗୁଣ୍ଠାରେ ୫୦.୨, ଜଗନ୍ନାଥପ୍ରସାଦରେ ୬୩, ବୁଗୁଡ଼ାରେ ୩୨, ଆସିକାରେ ୯.୪, ଧରାକୋଟରେ ୧୨, ଶେରଗଡ଼ରେ ୪.୨ ଏବଂ ସୋରଡ଼ା ବ୍ଲକରେ ୨୦.୪ମିମି ବର୍ଷା ରେକର୍ଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri