ଗଜପତିରେ ହାତୀ, ବାଘ ଆତଙ୍କ ୨୪ଘଣ୍ଟା ପହରା ଦେଉଛି ବନ ବିଭାଗ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୭ା୧୧-ଗଜପତି ଜିଲାରେ ହାତୀ, ବାଘ ଭୟ ଲୋକମାନଙ୍କୁ ଆତଙ୍କିତ କରି ପକାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ୱାନାଗୁଡା ଗ୍ରାମ ପାହାଡ଼ ଅଞ୍ଚଳରେ ୪ଟିକିଆ ହାତୀ ପଲ ବୁଲୁଥିଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ହାତୀପଲ ଖାଣ୍ଡବା ଅଞ୍ଚଳରେ ରହିଥିବା ବେଳେ ସୋମବାର ଗୋରିବନ୍ଧା ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।
ବର୍ତ୍ତମାନ ବର୍ଷା ଅଭାବ ପାଇଁ ମରୁଡ଼ି ସ୍ଥିତି ଥିଲା ବେଳେ ଯାହା କିଛି ଧାନ ହୋଇଛି ସେ ସବୁକୁ ଏହି ହାତୀ ପଲ ଦଳି ଦେବାର ଭୟ ସୃଷ୍ଟି କରୁଛି। ସୂଚନା ପାଇ ସ୍ଥାନୀୟ ବନ ବିଭାଗ ଅଧିକାରୀ ଏସ୍‌.କେ. ବେହେରା, ଫରେଷ୍ଟର, ଫରେଷ୍ଟ ଗାର୍ଡ, ଗଜ ସାଥୀ, ହାତୀ ସ୍କ୍ବାର୍ଡ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ଉକ୍ତ ସ୍ଥାନରେ କାଶୀନଗର ଓ ଗାଇବା ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିବା କାଶୀନଗର ବନବିଭାଗ ଅଧିକାରୀ ବେହେରା କହିଛନ୍ତି। ସେପଟେ ହାତୀକୁ ନେଇ ଆତଙ୍କିତ ଗ୍ରାମବାସୀ କବାଟ ବନ୍ଦ କରି ଘରେ ରହୁଛନ୍ତି। ଏପରି କି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ। ହାତୀପଲକୁ ବିରକ୍ତ ନ କରିବାକୁ ବନ ବିଭାଗ ଜନସାଧାରଣଙ୍କୁ ସଚେତନତା କରୁଛି।
ତେବେ ଏକ ମାସରୁ ଊର୍ଦ୍ଧ୍ୱ ହେଲା ମହାବଳ ବାଘ ପାଇଁ ଚିନ୍ତାରେ ଥିବା ବନ ବିଭାଗ ଏବେ ୪ଜଣିଆ ହାତୀପଲକୁ ନେଇ ଚିନ୍ତାରେ ପଡିଛି। ଗତ ୨୨ତାରିଖରେ ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିବା ବେଳେ ୨୩ତାରିଖରୁ କ୍ୟାମେରାରେ କୌଣସି ସୁରାକ ମୁଳିନି । ତେଣୁ ବାଘର ବର୍ତ୍ତମାନର ସ୍ଥିତି ସ୍ପଷ୍ଟ ହେଉ ନ ଥିବାରୁ ବନ ବିଭାଗ ଅଧିକାରୀଙ୍କୁ ଚିନ୍ତାରେ ପକାଇଛି । ଗତ ୭ ଦିନ ହେଲା ରାୟଗଡ ଅଞ୍ଚଳର କୌଣସି ଗୋଟିଏ ସ୍ଥାନରେ ବାଘ ରହିଥିବା ସୂଚନା ଦେଇଛନ୍ତି ଏସିଏଫ୍‌ ଅଶୋକ କୁମାର ବେହେରା । ଏବେ ୪ଜଣିଆ ହାତୀପଲ ଗତ ତିନିଦିନ ହେଲା କାଶୀନଗର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri