Posted inଫୁରସତ

ଗଛ କରୁଛି ଟ୍ବିଟ୍‌

ଆଜିର ଏହି ସୋସିଆଲ ମିଡିଆ ଯୁଗରେ ସୋସିଆଲ ସାଇଟ୍ସକୁ ନେଇ ପ୍ରାୟ ସମସ୍ତେ ଅବଗତ। ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଭଳି ସୋସିଆଲ ସାଇଟ୍ସର ଏବେ ବହୁଳ ବ୍ୟବହାର ହେବାରେ ଲାଗିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ମଣିଷଙ୍କ ଭଳି ଏବେ ଏକ ଗଛ ମଧ୍ୟ କରୁଛି ଟ୍ବିଟ୍‌। ମାଶାଚୁସେଟ ପିଟରସନ୍‌ର ହାଓ୍ବାର୍ଡ ଜଙ୍ଗଲରେ ରହିଛି ଏଭଳି ଏକ ଗଛ ଯିଏକି ପରିବେଶର ତାପମାତ୍ରା ସମ୍ପର୍କରେ ଅବଗତ କରାଇବାକୁ ଯାଇ ପ୍ରତିଦିନ କରୁଛି ଟ୍ବିଟ୍‌। ୮୫ ଫୁଟ ଲମ୍ବ ବିଶିଷ୍ଟ ଏହି ଗଛଟି ହାଓ୍ବାର୍ଡ ଜଙ୍ଗଲରେ ଥିବା ସବୁଠାରୁ ପୁରୁଣା ଗଛ। ଯାହାର ନାଆ ହେଉଛି ‘ରେଡ ଓକ୍‌’। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ଏରିଜୋନା ବିଶ୍ୱବିଦ୍ୟାଳୟର ଏକ ପୋଷ୍ଟ ଡକ୍ଟୋରାଲ ଟିମ୍‌ ଏଠାରେ ଥିବା ବିଭିନ୍ନ ଗଛ ଉପରେ ଗବେଷଣା କରିବା ପରେ ଏହି ଗଛକୁ ବାଛିଥିଲେ ଏଭଳି ଏକ ଆଧୁନୀକ ପରିକ୍ଷଣ କରିବା ଲାଗି। ଗବେଷକମାନେ ଏହି ଗଛରେ ବିଭିନ୍ନ କାର୍ଯ୍ୟ ଲାଗି ଭିନ୍ନ ଭିନ୍ନ ଅଟୋମେଟିକ ସେନସର ଲଗାଇଛନ୍ତି ଯାହା ବୋଟ୍‌କୁ ଡାଟା ପ୍ରଦାନ କରିଥାଏ ଏବଂ ଏହି ବୋଟ ଟ୍ବିଟରରେ ଟ୍ବିଟ କରିଥାଏ। ଗଛର ଶାଖା ଏବଂ ଗଣ୍ଡିରେ ଲାଗିଥିବା ଏହି ସେନସର ବାୟୁମଣ୍ଡଳ ତାପମାତ୍ରା ସମ୍ପର୍କରେ ସୂଚନା ଦେବା ସହ ଗଛ ଏବଂ ଜଙ୍ଗଲରେ ପାଣିର ମାତ୍ରା ସମ୍ପର୍କରେ ମଧ୍ୟ ଅବଗତ କରାଇଥାଏ। କେବଳ ସେତିକି ନୁହେଁ ଏହି ଗଛରେ ଏକ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି ଯାହା ବିଭିନ୍ନ ସମୟରେ ପାରିପାର୍ଶ୍ୱିକ ପରିବେଶର ଫଟୋ ଉଠାଇ ଟ୍ବିଟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri