ଖୋଲୁନି ଧାନମଣ୍ଡି: ତେଜିଲା ଚାଷୀ ଅସନ୍ତୋଷ

କାମାକ୍ଷାନଗର, ୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍‌ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଦଣ୍ଡାଧର ଡ୍ୟାମ୍‌ରୁ ବାହାରିଥିବା ରାମିଆଳ କେନାଲ ସହାୟତାରେ ସମ୍ପୃକ୍ତ ଅଞ୍ଚଳର ୨୫୦ ଏକର ଜମିରେ ରବି ଧାନ ଚାଷ କରାଯାଇଥିଲା। ଇତିମଧ୍ୟରେ ଧାନ ଅମଳ ସରିଛି। ହେଲେ ବିକ୍ରି ପାଇଁ ମଣ୍ଡି ଖୋଲାଯାଉନାହିଁ। ଏହାକୁ ନେଇ ଚାଷୀ ପରିବାର ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର କଙ୍କଡ଼ାହାଡ଼ ଯାତ୍ରାପଡ଼ିଆରେ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରବି ଧାନ କ୍ରୟ ପାଇଁ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କୁଇଣ୍ଟାଲ ପିଛା ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନେଇ ପ୍ରଶାସନ କିମ୍ବା କୃଷି ବିଭାଗ ଆନ୍ତରିକତା ଦେଖାଉନାହଁି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ହକ୍‌ ନ ମିଳିଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି। ବୈଠକରେ ସରପଞ୍ଚ ହୃଦାନନ୍ଦ ବେହେରା, ମଙ୍ଗୁଳୁ ବେହେରା, ଭଗବାନ ବେହେରା, ବିନୟ ପାଳ, ବସନ୍ତ ପାଣି, ଇନ୍ଦ୍ରମଣି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri