ଖୋଲା ବୋରୱେଲ ଶିଶୁଙ୍କ ପାଇଁ ବିପଦ : ଗାଇଡ୍‌ଲାଇନ ମାନୁ ନାହାନ୍ତି ଖନନକାରୀ ସଂସ୍ଥା

ଯାଜପୁର ଅଫିସ,୨୩ା୯: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିପଦ ହୋଇଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନ ମାନୁ ନ ଥିବାରୁ ଏହା ବିପଦାପନ୍ନ ହୋଇଛି। ଯାଜପୁର ଜିଲାରେ ଅନେକ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପାଖରେ ପଞ୍ଜୀକୃତ କରୁ ନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତୀତରେ ହୋଇଥିବା ସୁପ୍ରିମକୋର୍ଟଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜିଲାପାଳଙ୍କ ସମେତ ଓଡ଼ିଶା ଉଠାଜଳସେଚନ ନିଗମ ଲିଃ, ଭୂତଳ ଜଳ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ପତ୍ରସଂଖ୍ୟା ୨୦୯୯୬/୨୦ା୯ା୨୦୧୯ରେ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗର ଜଳଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗୀୟ ସଚିବ ୟୁ.ପି. ସିଂ ତାଙ୍କ ପତ୍ରସଂଖ୍ୟା ୨୪୬୦୩/୪ା୯ା୨୦୧୯ରେ ଦର୍ଶାଇଛନ୍ତି ଯେ, ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋରୁ ମିଳିଥିବା ସୂଚନା ମୁତାବକ ପରିତ୍ୟକ୍ତ କିମ୍ବା ଖୋଲା ବୋରୱେଲରେ ପଡି ଅନେକ ଶିଶୁଙ୍କ ଜୀବନ ଯାଉଛି। ଏହି ଦୁର୍ଭାଗ୍ୟଜନକ ଘଟଣାରୁ ଦୂରେଇ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ। ଏଥିପାଇଁ ୧୧ା୨ା୨୦୧୦ ଓ ୬ା୮ା୨୦୧୦ରେ ସୁପ୍ରିମକୋର୍ଟ ପକ୍ଷରୁ ସୁରକ୍ଷା ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି। ଏଥିପାଇଁ ଆବଶ୍ୟକ ନିରାକରଣ ବ୍ୟବସ୍ଥା ଗ୍ରହଣ କରି ଜିଲାପାଳ ଗାଇଡଲାଇନ ପାଳନ ଉପରେ ତଦାରଖ ଓ ନୀରିକ୍ଷଣ କରିବାକୁ ନିର୍ଦ୍ଦେଶ ହୋଇଛି। ଗାଇଡଲାଇନ ଅନୁସାରେ ବୋରୱେଲ କିମ୍ବା ଟ୍ୟୁବୱେଲ ଖୋଲିବାର ୧୫ ଦିନ ପୂର୍ବରୁ ସମ୍ପୃକ୍ତ ଜମି ଓ ପରିସର ମାଲିକ ଜିଲାପାଳ କିମ୍ବା ସ୍ଥାନୀୟ ସରପଞ୍ଚ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇବେ। ସମସ୍ତ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପକ୍ଷରୁ ପଞ୍ଜୀକୃତ ହୋଇଥିବ। ଏହାସହ ଖନନ ସମୟରେ ଖନନକାରୀ ସଂସ୍ଥା ଓ ବୋରୱୋଲ/ଟ୍ୟୁବୱେଲ ଖନନ କରୁଥିବା ମାଲିକର ସମ୍ପୂର୍ଣ୍ଣ ଠିକଣା ସମ୍ପୃକ୍ତ ସ୍ଥାନରେ ସୂଚିତ କରିବେ। ଏହାସହ ଖନନ ସମୟରେ ଚାରିପଟେ ତାରବାଡ଼ କିମ୍ବା ଅନ୍ୟ ଉପାୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ। ଖନନ ସ୍ଥାନରେ ୦.୩୦ ମିଟର ଗ୍ରାଉଣ୍ଡ ଲେବୁଲ ଓ ୦.୩୦ ମିଟର ଗ୍ରାଉଣ୍ଡ ଲେବୁଲରୁ କମ୍‌ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ କରାଯିବ। ପମ୍ପ ମରାମତି ସମୟରେ ଟ୍ୟୁବୱେଲ ଖୋଲା ଛଡାଯିବ ନାହିଁ। ଏଭଳି ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗାଇଡଲାଇନକୁ ସ୍ବୀକୃତି ଦିଆଯାଇଛି। କିନ୍ତୁ ବୋରୱେଲ/ଟ୍ୟୁବୱେଲ ଖନନ ସମୟରେ ଯାଜପୁର ଜିଲାରେ ଏହିସବୁ ଗାଇଡଲାଇନକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ଶିଶୁଙ୍କ ଜୀବନ ବିପଦରେ ପଡିବାର ସମ୍ଭାବନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri