ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହଁି ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିବାବେଳେ ଏସ୍‌ଟିଏଫ୍‌ ଗୁଳିରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଜଣଙ୍କୁ କାବୁ କରିନେଇଥିବାବେଳେ ବହୁ ଅପରାଧର ଅଭିଯୁକ୍ତ ସଞ୍ଜୟ ଆହତ ଅବସ୍ଥାରେ ଖସି ଯାଇଥିବା ପୋଲିସ ଅନୁମାନ କରୁଛି। ତେବେ ଧରାପଡିଥିବା ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଛି। ଏଥିସହ ଘଟଣାସ୍ଥଳରୁ ପୋଲିସ ଅଭିଯୁକ୍ତଙ୍କ କାର୍‌ ଜବତ କରିଛି। ଉକ୍ତ କାର ଭିତରୁ ରକ୍ତଭିଜା ଶାର୍ଟ ଓ ଖୋକାକୁ ଜବତ କରି ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟି କାରଣରୁ ଅଭିଯୁକ୍ତଙ୍କ ନାମ ପୋଲିସ ପ୍ରକାଶ କରୁ ନ ଥିବାବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖଣି ମାଫିଆ ଓ ନିଶା ବେପାରୀଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟାର୍ଗେଟ କରିଛି। ଖୋର୍ଦ୍ଧା ଅଞ୍ଚଳର ସଞ୍ଜୟ ପ୍ରଧାନ ଓ ଅନିଲ ବରାଳ ବେଆଇନ ପଥର ଖଣି ଓ ଚୋରା ନିଶା କାରବାର ଚଳାଉଥିବା ଅଭିଯୋଗ ରହିଛି। ସେମାନଙ୍କ ନାମରେ ଦାଦାବଟି ମାଗିବା ସହ ବନ୍ଧୁକ ଦେଖାଇ ଧମକାଇବା ଆଦି ମାମଲା ରହିଛି। ଏପରିକି ସେମାନେ ବାଂଲାଦେଶରୁ ନିଶାଦ୍ରବ୍ୟ ଆଣି ଖୋର୍ଦ୍ଧା ସମେତ ଅନ୍ୟ ଜିଲାରେ ର଼୍ୟାକେଟ ଚଳାଇଥିବା ପୋଲିସ ନିକଟରେ ଖବର ପହଞ୍ଚତ୍ଥିଲା। ତେଣୁ ଏସ୍‌ଟିଏଫ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଖୋର୍ଦ୍ଧା ଏସ୍‌ଡିପିଓଙ୍କ ଅଫିସ୍‌ଠାରୁ ୩ କିମି ଦୂର ଏଲ୍‌ଆଇସି ପଡ଼ିଆରେ ସେମାନେ ଆଡ୍ଡା ଜମାଇଥିବା ଖବର ମିଳିବା ପରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ଏସ୍‌ଟିଏଫ୍‌ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ରାତି ପ୍ରାୟ ସାଢ଼େ ୧୦ଟାବେଳେ ସେଠାରେ ଚଢାଉ କରିଥିଲା। ଅଭିଯୁକ୍ତମାନେ ଏକ କାର(ଓଡି-୦୨ଭି-୩୮୮୦)ରେ ରହି ନିଶା କାରବାର କିମ୍ବା କୌଣସି ଅପରାଧ ପାଇଁ ଯୋଜନା କରୁଥିଲେ। ପୋଲିସ ଚଢ଼ାଉ କରିଥିବା ଜାଣିବା ପରେ ସେମାନେ କାର୍‌ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ଆଗରେ ଗାଡ଼ି ଥୋଇଥିବାରୁ ଖସି ନ ପାରି ପ୍ରଥମେ ପୋଲିସ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି କରିଥିଲେ। ତୁରନ୍ତ ଏସ୍‌ଟିଏଫ୍‌ ଟିମ୍‌ ଜବାବ ଦେବାକୁ ଘେରିଯାଇ ଚାରିପଟୁ ଗୁଳି ଚଳାଇଥିଲା। ପୋଲିସର ପ୍ରତିଆକ୍ରମଣକୁ ସାମ୍ନା କରି ନ ପାରି କାର୍‌ ଛାଡି ଖସି ଯାଉଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା, ହେଲେ ସେ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିବାବେଳେ କାରରେ ସେ ରକ୍ତଲଗା ଶାର୍ଟ ଛାଡ଼ିଦେଇଥିବା ପୋଲିସ ଅନୁମାନ କରୁଛି। ସେମାନେ ବସିଥିବା କାର ସିଟ୍‌ରେ ବହୁ ସ୍ଥାନରେ ଗୁଳି ବାଜିଥିବାରୁ ଏକାଧିକ ଆହତ ହୋଇଥିବା ଓ ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟିମ୍‌ ଆଖପାଖରେ ତଲାସି କରିଥିଲେ ମଧ୍ୟ ସେମାନଙ୍କୁ ଧରିପାରିନି। ତେବେ ସେମାନଙ୍କ ଦେହରେ ଗୁଳି ବାଜିଥିବାରୁ ନିଶ୍ଚିତ କୌଣସି ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇପାରନ୍ତି। ତେଣୁ ଆଖପାଖ ଡାକ୍ତରଖାନା ଉପରେ ପୋଲିସ ନଜର ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?